୧୪୯ ରାଷ୍ଟ୍ରରେ କରୋନା: ବିଶ୍ବରେ ୧୪୯,୧୮୧ ଆକ୍ରାନ୍ତ, ମୃତ୍ୟୁସଂଖ୍ୟା ୫,୫୫୧

Advertisment
୧୪୯ ରାଷ୍ଟ୍ରରେ କରୋନା: ବିଶ୍ବରେ ୧୪୯,୧୮୧ ଆକ୍ରାନ୍ତ, ମୃତ୍ୟୁସଂଖ୍ୟା ୫,୫୫୧

ନୂଆଦିଲ୍ଲୀ: କରୋନା ଭାଇରସ୍‌ ୧୪୯ ରାଷ୍ଟ୍ରକୁ ବ୍ୟାପିଛି। ବିଶ୍ବବ୍ୟାପୀ ୧୪୯,୧୮୧ ଜଣ ଭାଇରସ୍‌ ଆକ୍ରାନ୍ତ ହୋଇଛନ୍ତି। ୟୁରୋପୀୟ ରାଷ୍ଟ୍ରଗୁଡ଼ିକରେ କରୋନା ଦ୍ରୁତ ଗତିରେ ମାଡ଼ି ଚାଲିଛି। ସ୍ପେନ୍‌ରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫,୭୫୩ ଟପିଥିବା ବେଳେ ଏଠାରେ କରୋନା ଜନିତ ମୃତ୍ୟୁସଂଖ୍ୟା ୧୩୬କୁ ବୃଦ୍ଧି ପାଇଛି। ଆମେରିକାରେ ଜାତୀୟ ଜରୁରୀ ସ୍ଥିତି ଘୋଷଣା କରାଯାଇଛି। ଇରାନ୍‌ର ସେନାବାହିନୀ ଦ୍ବାରା ଦେଶବ୍ୟାପୀ ସାର୍ବଜନୀନ ସ୍ଥାନକୁ ଖାଲି କରିବା ପ୍ରକ୍ରିୟା ଆରମ୍ଭ ହୋଇଛି। ଇରାନ୍‌ରେ ଅଧିକାଂଶ ଦୋକାନ ବଜାର ଏବଂ ରାସ୍ତାଘାଟ ଗତକାଲି ରାତିରୁ ବନ୍ଦ ହେବା ଆରମ୍ଭ କରିଛି। ଆମେରିକାରେ ୪୬,୦୦୦ ସ୍କୁଲ୍‌ ବନ୍ଦ ‌ରହିଛି। ଆମେରିକାରେ ୨୧ ନିୟୁତ ଛାତ୍ରଛାତ୍ରୀ କରୋନା ଯୋଗୁଁ ପ୍ରଭାବିତ ହୋଇଛି। ନ୍ୟୁଜିଲାଣ୍ଡ୍‌ରେ ଆସନ୍ତାକାଲିଠାରୁ ଦେଶକୁ ଯେକୌଣସି ବ୍ୟକ୍ତି ପ୍ରବେଶ କରିବେ ସେ ୧୪ ଦିନ ପର୍ଯ୍ୟନ୍ତ କ୍ବାରେଣ୍ଟିନ୍‌ରେ ରହିବେ ବୋଲି ଘୋଷଣା ହୋଇଛି। ସାଉଦି ଆରବ ସବୁ ଅନ୍ତର୍ଜାତୀୟ ବିମାନ ବାତିଲ କରିଛି। ବ୍ରିଟେନ୍‌ରେ ୨୪ ଘଣ୍ଟା ମଧ୍ୟରେ କରୋନା ମୃତ୍ୟୁସଂଖ୍ୟା ୧୧ରୁ ୨୧କୁ ବୃଦ୍ଧି ପାଇଛି। ସେହିପରି ନେଦରଲାଣ୍ଡ୍‌ରେ ବି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯୫୯କୁ ବୃଦ୍ଧି ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe