କମିଲା କରୋନା ସଂକ୍ରମଣ; ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୩, ୬୧୫ ଆକ୍ରାନ୍ତ ଚିହ୍ନଟ

Advertisment
ଦେଶରେ ୨୪ ଘଣ୍ଟା ମଧ୍ୟରେ ୮,୫୮୬ କରୋନା ଆକ୍ରାନ୍ତ ଚିହ୍ନଟ

The Financial Express

ନୂଆଦିଲ୍ଲୀ: ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୧୩, ୬୧୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଉ ୨୦ ଜଣଙ୍କର କରୋନା ଭାଇରସଜନୀତ ମୃତ୍ୟୁ ହୋଇଛି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ମିିଳିଥିବା ସୂଚନା ଅନୁସାରେ ଦେଶରେ ୨୪ ଘଣ୍ଟାରେ ୧୩,୨୬ ଜଣ ସୁସ୍ଥ ହୋଇଛନ୍ତି। ସୂଚନାରୁ ଜାଣିବାକୁ ମିଳିଛି ଯେ ଏବେ ବି ସକ୍ରିୟ ଅଛନ୍ତି ୧,୩୧,୦୪୩ ଜଣ। ତେବେ, ଦେଶରେ ଦୈନିକ ସଂକ୍ରମଣ ହାର ରହିିଛି ୩.୨୩ ପ୍ରତିଶତ।

ଗତକାଲି ଅପେକ୍ଷା ଆଜି ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ସାମାନ୍ୟ ହ୍ରାସ ଘଟିଥିବାରୁ ଲୋକେ ଆସ୍ବସ୍ଥ ହୋଇଛନ୍ତି। ଆଜି ୧୩, ୬୧୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଗତକାଳି ଦେଶରେ ୧୬,୬୭୮ ନୂଆ ସଂକ୍ରମଣ ମାମଲା ସାମ୍ନାକୁ ଆସିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe