ଲଗାତାର ୩ ଦିନ ଧରି ଚୀନ୍‌ରେ ରେକର୍ଡ ସଂକ୍ରମଣ: ‘ଜିରୋ କୋଭିଡ୍‌ ପଲିସି’କୁ ବିରୋଧ କରି ଜୋରଦାର ଆନ୍ଦୋଳନ

Advertisment
ଲଗାତାର ୩ ଦିନ ଧରି ଚୀନ୍‌ରେ ରେକର୍ଡ ସଂକ୍ରମଣ: ‘ଜିରୋ କୋଭିଡ୍‌ ପଲିସି’କୁ ବିରୋଧ କରି ଜୋରଦାର ଆନ୍ଦୋଳନ

ବେଜିଂ : ଚୀନ୍‌ରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ଲଗାତାର ୩ ଦିନ ଧରି ଚୀନ୍‌ରେ ରେକର୍ଡ ସଂକ୍ରମଣ ରିପୋର୍ଟ କରାଯାଇଛି। ଶୁକ୍ରବାର ଦିନ ଚୀନ୍‌‌ରେ ୩୫,୯୦୯ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ଏଥି ମଧ୍ୟରୁ ୩୧,୫୦୪ ମାମଲାରେ କୌଣସି ଲକ୍ଷଣ ନାହିଁ। ତେବେ ଅଧିକାଂଶ ମାମଲା ସ୍ଥାନୀୟ ସଂକ୍ରମଣ ବୋଲି ଜଣାପଡ଼ିଛି।

ଅନ୍ୟପକ୍ଷେ ଗୁରୁବାର ଦିନ ଚୀନ୍‌ରେ ୩୨,୬୯୫ ନୂଆ ମାମଲା ଚିହ୍ନଟ ହୋଇଥିଲା। ଏଥିରେ ୩,୦୪୧ ମାମଲାରେ ଲକ୍ଷଣ ଥିଲା ଏବଂ ୨୯,୬୫୪ ମାମଲାରେ କୌଣସି ଲକ୍ଷଣ ନଥିଲା। ଚୀନ୍‌ର ଜିନ୍‌ଜିଆଙ୍ଗ ଅଞ୍ଚଳରେ ସଂକ୍ରମଣ ବଢ଼ିବାରୁ ରାଷ୍ଟ୍ରପତି ସି ଜିନ୍‌ପିଙ୍ଗଙ୍କ ‘ଜିରୋ କୋଭିଡ ପଲିସି’ ଏଠାରେ ଲାଗୁ ହୋଇଛି। ତେ‌ବେ ଏହି ଜିରୋ କୋଭିଡ୍‌ ନୀତିକୁ ବିରୋଧ କରି ଜିନ୍‌ଜିଆଙ୍ଗରେ ଜୋରଦାର ଆନ୍ଦୋଳନ ହୋଇଛି। ଚୀନ୍‌ରେ ଗତକାଲି ଆଂଶିକ ଲକଡାଉନରେ ଥିବା ଏକ ଆପାର୍ଟମେଣ୍ଟରେ ଅଗ୍ନିକାଣ୍ଡ ଯୋଗୁଁ ୧୦ ଜଣଙ୍କ ମୃତ୍ୟୁ ହେବାପରେ ଲୋକମାନେ ଜୋରଦାର ଆନ୍ଦୋଳନ କରିଛନ୍ତି। ଅନେକ ପ୍ରତ୍ୟକ୍ଷଦର୍ଶୀ ଦାବି କରିଛନ୍ତି ଯେ କରୋନା କଟକଣା ଯୋଗୁଁ ନିଆଁ ଲିଭାଇବାପାଇଁ ଜରୁରୀ ପଦକ୍ଷେପ ଗ୍ରହଣରେ ବାଧା ଉପୁଜିଥିଲା।

ଜିନଜିଆଙ୍ଗ ରାଜଧାନୀ ଉରୁମକିରେ ଶନିବାର ଦିନ ଶତାଧିକ ଲୋକ ‘ଲିଫ୍ଟ ଦ ଲକ୍‌ଡାଉନ୍‌’ ସ୍ଲୋଗାନ ଦେଇ ଆନ୍ଦୋଳନ କରିଛନ୍ତି। ଉଲ୍ଲେଖଯୋଗ୍ୟ, ଚୀନ୍‌ ଜିନ୍‌ଜିଆଙ୍ଗ‌ର ଏକ ବିଶାଳ ଅଞ୍ଚଳକୁ ଦୀର୍ଘ ଦିନ ଧରି ଲକ୍‌ଡାଉନରେ ରଖିଛି। ଉରୁମକିରେ ପ୍ରାୟ ୪ ନିୟୁତ ଲୋକ ୧୦୦ ଦିନ ହେବ ସେମାନଙ୍କ ଘରୁ ବାହାରିନାହାନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe