ଦେଶରେ ୫ ରାଜ୍ୟରୁ ୭୯.୦୨% ମାମଲା

Advertisment

ଡେଲଟା ପ୍ରଜାତି ଚୀନ୍‌ର ଚିନ୍ତା ବଢ଼ାଇଲା

ଡେଲଟା ପ୍ରଜାତି ଚୀନ୍‌ର ଚିନ୍ତା ବଢ଼ାଇଲା

୯ ରାଜ୍ୟରେ କରୋନା ସଂକ୍ରମଣ ବଢ଼ୁଛି

The Financial Express

ନୂଆଦିଲ୍ଲୀ : ଦେଶରେ ୪୩,୫୦୯ ନୂଆ କୋଭିଡ୍‌ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି ଏବଂ ୬୪୦ ଜଣଙ୍କ ମୃତ୍ୟୁ ହୋଇଛି। ଗତକାଲି ଦେଶରେ ସଂକ୍ରମଣ ମାମଲା ୪୩,୬୫୪ ଥିଲା। ୫ ରାଜ୍ୟ କେରଳ, ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ, ତାମିଲନାଡ଼ୁ ଏବଂ ଓଡ଼ିଶାରୁ ୭୯.୦୨ ପ୍ରତିଶତ ମାମଲା ଚିହ୍ନଟ ହୋଇଛି। କେରଳରେ ୨୨,୦୫୬ ମାମଲା ଚିହ୍ନଟ ହୋଇଥିବାବେଳେ ମହାରାଷ୍ଟ୍ରରେ ୬,୮୫୭, ଆନ୍ଧ୍ରପ୍ରଦେଶରେ ୨,୦୧୦, ତାମିଲନାଡ଼ୁରେ ୧,୭୫୬ ଏବଂ ଓଡ଼ିଶାରେ ୧୭୦୩ ମାମଲା ଚିହ୍ନଟ ହୋଇଛି। କେବଳ କେରଳରେ ୫୦.୬୯ ପ୍ରତିଶତ ନୂଆ ମାମଲା ରହିଛି। ଗତକାଲି ମହାରାଷ୍ଟ୍ରରେ ସର୍ବାଧିକ ୨୫୬ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି ଏବଂ କେରଳରେ ୧୩୧ ଜଣଙ୍କ ମୃତ୍ୟୁ ହୋଇଛି। ଦୈନିକ ପଜିଟିଭ୍‌ ହାର ୨.୫୨ ପ୍ରତିଶତ ରହିଥିବାତ ବେଳେ ସାପ୍ତାହିକ ପଜିଟିଭ୍‌ ହାର ୨.୩୮ ପ୍ରତିଶତ ରହିଛି।। ଦେଶରେ ସକ୍ରିୟ ମାମଲା ଏବେ ୪,୦୩,୮୪୦ ରହିଛି। ଏହା ମୋଟ୍‌ ସଂକ୍ରମଣ ମାମଲାର ୧.୨୮ ପ୍ରତିଶତ। ଆଜି ସକାଳ ୮ଟା ସୁଦ୍ଧା ବିଗତ ୨୪ ଘଣ୍ଟା‌ରେ ଦେଶରେ ୩୮,୪୬୫ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ଦେଶରେ ଆରୋଗ୍ୟ ହାର ୯୭.୩୮ ପ୍ରତିଶତକୁ ବୃଦ୍ଧି ପାଇଛି। ଦେଶରେ ଏଯାବତ୍‌ ୪୫.୦୭ ‌କୋଟି ଟିକା ଦିଆଯାଇଛି। ଗତ ୨୪ ଘଣ୍ଟାରେ ୪୩,୯୨,୬୯୭ ଲୋକଙ୍କର ଟିକାକରଣ ହୋଇଛି। ୯,୮୧,୬୦,୯୮୬ ଜଣ ସମ୍ପୂର୍ଣ୍ଣ ଭାବେ ୨ଟି ଯାକ ଡୋଜ୍‌ ନେଇ ସାରିଛନ୍ତି।

ଡେଲଟା ପ୍ରଜାତି ଚୀନ୍‌ର ଚିନ୍ତା ବଢ଼ାଇଲା
ବେଜିଂ : ବିଶ୍ୱବ୍ୟାପୀ କୋଭିଡ ମହାମାରୀ ଲଢ଼େଇରେ ଏବେ ଡେଲଟା ପ୍ରଜାତି ଚିନ୍ତାର କାରଣ ପାଲଟିଛି। ଗତ ମଙ୍ଗଳବାର ଚୀନ୍‌ରେ ୭୧ ଟି ନୂତନ କୋଭିଡ ମାମଲା ରିପୋର୍ଟ ହୋଇଥିବା ବେଳେ ପ୍ରାୟ ସମସ୍ତ ମାମଲା ଡେଲ୍‌ଟା ବୋଲି ଜାତୀୟ ସ୍ୱାସ୍ଥ୍ୟ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଅତ୍ୟଧିକ ସଂକ୍ରାମକ ଡେଲଟା ପ୍ରଜାତି ଚୀନ୍‌ର ପୂର୍ବ ନାନଜିଙ୍ଗ ସହର ପ୍ରତି ବିପଦ ସୃଷ୍ଟି କରିଛି। ନୂତନ ସଂକ୍ରମଣ ମଧ୍ୟରୁ ୩୧ ଟି ସ୍ଥାନୀୟ ସଂକ୍ରମଣ ଥିବାବେଳେ ଅନ୍ୟଗୁଡ଼ିକ ବାହାରୁ ଆସିଛି। ରୋଗୀମାନଙ୍କ ଉପରେ ଜେନେଟିକ୍ ପରୀକ୍ଷଣ ଫଳାଫଳକୁ ଆଧାର କରି ନାନଜିଙ୍ଗରେ ବ୍ୟାପିଥିବା ଷ୍ଟ୍ରେନ୍ ଡେଲଟା ପ୍ରଜାତିର ବୋଲି ନାନଜିଙ୍ଗ ସ୍ବାସ୍ଥ୍ୟ ଅଧିକାରୀ କହିଛନ୍ତି। କୋଭିଡ୍ ସଂକ୍ରମଣ ରୋକିବା ପାଇଁ ଚୀନ୍‌ କଠୋର ଆଭିମୁଖ୍ୟ ଗ୍ରହଣ କରିଛି । ନାନଜିଙ୍ଗ ଏହାର ୯.୩ ନିୟୁତ ବାସିନ୍ଦାଙ୍କର ଦ୍ବିତୀୟ ପର୍ଯ୍ୟାୟ ନମୁନା ପରୀକ୍ଷା ଆରମ୍ଭ କରିଛି ବୋଲି ସରକାର କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe