କରୋନାକୁ ଜିତିଲେ ପଶ୍ଚିମବଙ୍ଗର ଜଣେ ଶତାୟୁ ବୃଦ୍ଧ

Advertisment
ଦିଲ୍ଲୀରେ ଖୁବ୍ ଶୀଘ୍ର ହଟିବ କଟକଣା: ସ୍ବାସ୍ଥ୍ୟମନ୍ତ୍ରୀ

News18.com

କୋଲକାତା: ମହାମାରୀ କରୋନାକୁ ମାତ୍‌ ଦେଇଛନ୍ତି ପଶ୍ଚିମବଙ୍ଗର ଜଣେ ଶତାୟୁ ବୃଦ୍ଧ। କୋଭିଡ୍‌-୧୯ରେ ସଂକ୍ରମିତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇଥିବା ପ୍ରମାଣପତ୍ର ଧରି ହସହସ ମୁହଁରେ ଆଜି ଘରକୁ ଫେରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ଦକ୍ଷିଣ ୨୪ ପ୍ରଗଣା ଜିଲ୍ଲା ଡାଇମଣ୍ଡ ହାରବରର ଶ୍ରୀପତି ନ୍ୟାୟବାନ ଆଜି ମଧ୍ୟାହ୍ନରେ ନିଜ ଘରକୁ ଯିବାବେଳେ ସ୍ମିତହାସ୍ୟ କରି କହୁଥିଲେ, ହାରିଗଲା- କରୋନା ହାରିଗଲା।
ଡାକ୍ତରଖାନା ସୂତ୍ରରୁ ଜଣାପଡ଼ିଛି, କିଛିଦିନ ପୂର୍ବେ ଶ୍ରୀପତିଙ୍କୁ ଜ୍ବର ହୋଇଥିଲା। ଜ୍ବର ନ ଛାଡ଼ିବାରୁ ତାଙ୍କ ରକ୍ତ ପରୀକ୍ଷା କରାଯାଇଥିଲା। କରୋନା ଲକ୍ଷଣ ଦେଖାଦେବାରୁ ଡାଇମଣ୍ଡ ହାରବର ହେଲ୍‌ଥ ଅଫିସର ତାଙ୍କୁ ଗତ ୨୫ ତାରିଖରେ କୋଲକାତାର ଏକ ଘରୋଇ ନର୍ସିଂହୋମ୍‌କୁ ପଠାଇଥିଲେ। ସେଠାରେ ଏକ ସ୍ବତନ୍ତ୍ର ଡାକ୍ତରୀ ଟିମ୍‌ ତାଙ୍କୁ ଚିକିତ୍ସା କରିଥିଲେ। ଶ୍ରୀପତିଙ୍କ ନିକଟରେ କରୋନା ହାର୍‌ ମାନି‌ଲା। ସେ ସୁସ୍ଥ ହୋଇ ଆଜି ଘରକୁ ଫେରିଲେ। ଶ୍ରୀପତିଙ୍କୁ ଚିକିତ୍ସା କରୁଥିବା ଡାକ୍ତର ନରଗିସ୍‌ ପରବିନ୍‌ କହନ୍ତି, କରୋନା ସହ ଶ୍ରୀପତିଙ୍କ ଲଢ଼େଇ ଘଟଣା ଆମମାନଙ୍କ ସାହସ ବଢ଼ାଇଛି। ମହାମାରୀ କରୋନାକୁ ଜଣେ ଶତାୟୁ ବୃଦ୍ଧ ପରାସ୍ତ କରିଥିବା ଘଟଣା କେବଳ ଡାକ୍ତର ନୁହନ୍ତି ସମସ୍ତଙ୍କ ପାଇଁ ପ୍ରେରଣାଦାୟୀ। କରୋନାରେ ସଂକ୍ରମିତ ହେବା ପରେ ସୁସ୍ଥ ହୋଇ ଘରକୁ ଫେରିଥିବା ଶତାୟୁ ବୃଦ୍ଧ ଶ୍ରୀପତି ସମଗ୍ର ଦେଶରେ ସବୁଠାରୁ ବୟସ୍କ ବୋଲି ଦାବି କରିଛନ୍ତି। କରୋନାକୁ ନ ଡରି ସାହସର ସହ ସୁସ୍ଥ ହେବାକୁ ଚେଷ୍ଟା କରିବା ପାଇଁ ସେ ଜନସାଧାରଣଙ୍କୁ ନିବେଦନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe