କମୁଛି କରୋନା ସଂକ୍ରମଣ; ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧,୫୬୯ ଆକ୍ରାନ୍ତ ଚିହ୍ନଟ

Advertisment
କମୁଛି କରୋନା ସଂକ୍ରମଣ; ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧,୫୬୯ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୧,୫୬୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କରୋନାରେ ୧୯ ଜଣଙ୍କର ମୃତ୍ୟୁ ଘଟିଛି। ନୂତନ ମୃତ୍ୟୁ ସଂଖ୍ୟାକୁ ମିଶାଇ ସମୁଦାୟ ମୃତ୍ୟୁ ସଂଖ୍ୟା ୫,୨୪, ୨୬୦ରେ ପହଞ୍ଚିଛି। ଜାତୀୟ କରୋନା ସୁସ୍ଥ ହାର ୯୮.୭୪ ଥିବା ବେଳେ ଆକ୍ରାନ୍ତ ହାର ରହିଛି ୦.୪ ପ୍ରତିଶତ।

ଏବେ କରୋନାରେ ସକ୍ରିୟ ଅଛନ୍ତି ୧୬,୪୦୦ ଜଣ। ଗତକାଲି ଅପେକ୍ଷା ଆଜି ୯୧୭ ଜଣ କମ୍‌ ଆକ୍ରାନ୍ତ ହୋଇଛନ୍ତି। ଗତକାଲି କରୋନାରେ ଆକ୍ରାନ୍ତ ହୋଇଥିଲେ ୨,୨୦୨ ଜଣ ଓ ୨୭ ଜଣଙ୍କର ମୃତ୍ୟୁ ଘଟିଥିଲା।

ସେହିପରି ରାଜଧାନୀ ଦିଲ୍ଲୀରେ ଗତ ୨୪ ଘଣ୍ଟା ମଧ୍ୟରେ ୩୭୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୯୧୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ଘଟିଛି। ସେହିପରି ମୁମ୍ବାଇରେ କରୋନା ଭାଇରସ୍‌ ୫୦ ପ୍ରତିଶତ ହ୍ରାସ ପାଇଛି। ମୁମ୍ବାଇରେ ଗତ ୨୪ ଘଣ୍ଟା ମଧ୍ୟରେ ୭୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜାଣିବାକୁ ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe