ଦେଶରେ ବଢୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା: ଦେଶବ୍ୟାପୀ ୪୪୨୧ ଆକ୍ରାନ୍ତ, ୧୧୪ ମୃତ

Advertisment
ବିଶ୍ବବ୍ୟାପୀ ମହାସଙ୍କଟ : ମୃତ୍ୟୁ ସଂଖ୍ୟା ୯୧ ହଜାର ଟପିଲା

NBC News

ନୂଆଦିଲ୍ଲୀ: ଦେଶବ୍ୟାପୀ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢ଼ିଚାଲିଛି ଏବଂ ବିଗତ ୨୪ ଘଣ୍ଟା ମଧ୍ୟରେ ୩୫୪ ଜଣ କରୋନା ଭାଇରସ୍‌ରେ ସଂକ୍ରମିତ ହୋଇଛନ୍ତି। ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ଆଜି ୪୪୨୧ରେ ପହଞ୍ଚିଛି। ଅନ୍ୟପକ୍ଷରେ ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୧୧୪ରେ ପହଞ୍ଚିଛି ଏବଂ ୩୨୫ ଜଣ ସୁସ୍ଥ ହୋଇ ହସ୍ପିଟାଲରୁ ଫେରିଥିବା ଜଣାପଡ଼ିଛି। ଗତକାଲି ସ୍ବାସ୍ଥ୍ୟ ମନ୍ତ୍ରାଳୟ ଯୁଗ୍ମ ସଚିବ ଲବ ଅଗ୍ରୱାଲ ସୂଚନା ଦେଇଥିଲେ ଯେ ଦେଶରେ କରୋନା ଆକ୍ରାନ୍ତଙ୍କ ମଧ୍ୟରେ ୭୬ ପ୍ରତିଶତ ପୁରୁଷ ଏବଂ ୨୪ ପ୍ରତିଶତ ମହିଳା ଅଛନ୍ତି ।

କରୋନାରେ ପ୍ରାଣ ହରାଇଥିବା ଲୋକଙ୍କ ମଧ୍ୟରେ ୭୩ ପ୍ରତିଶତ ପୁରୁଷ ଥିବା ବେଳେ ୨୭ ପ୍ରତିଶତ ମହିଳା ରହିଛନ୍ତିା ମୃତକଙ୍କ ମଧ୍ୟରେ ୬୩ ପ୍ରତିଶତ ଲୋକଙ୍କ ବୟସ ୬୦ରୁ ଅଧିକ ରହିଛି। ବର୍ତ୍ତମାନ କରୋନା ଭାଇରସ ୨୦୦ରୁ ଅଧିକ ଦେଶକୁ ଗ୍ରାସ କରି ସାରିଲାଣି। ବର୍ତମାନ ସୁଦ୍ଧା ୧୩ ଲକ୍ଷରୁ ଅଧିକ ଲୋକ ଆକ୍ରାନ୍ତ ହୋଇଥିବା ବେଳେ ୭୦ ହଜାର ପ୍ରାଣ ହରାଇଲେଣି।

publive-image News

୨ ଲକ୍ଷ ୧୫ ହଜାର ଲୋକ ସୁସ୍ଥ ମଧ୍ୟ ହୋଇଛନ୍ତି। କିନ୍ତୁ ଏହି ଭାଇରସ ଯେଉଁ ଗତିରେ ବ୍ୟାପି ଚାଲିଛି ସେଥିରୁ ଜଣାପଡ଼ୁଛି ନିକଟ ଭବିଷ୍ୟତରେ ଏହା ସଂପୂର୍ଣ୍ଣ ଭାବେ ନିୟନ୍ତ୍ରଣକୁ ଆସିବା ସ୍ଥିତିରେ ନାହିଁ। ଗତ ବର୍ଷ ଡିସେମ୍ବରରେ ଚୀନର ଉହାନରୁ ସୃଷ୍ଟି ହୋଇଥିବା ଏହି ଭାଇରସର ଏବେ କେନ୍ଦ୍ରସ୍ଥଳୀ ପାଲଟିଛି ୟୁରୋପ। ଏହି ଭାଇରସ୍ ଯୋଗୁଁ ବ୍ରିଟେନ, ଫ୍ରାନ୍ସ, ଜର୍ମାନୀ, ଇଟାଲୀ ଏବଂ ସ୍ପେନ୍ ଛାରଖାର ହୋଇଯାଇଥିବା ବେ‌େଳ ଆମେରିକା ମହାବିପଦରେ ପଡ଼ିଗଲାଣି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe