କରୋନା ବଢାଉଛି ହୃଦରୋଗ! ୭୮ ପ୍ରତିଶତ କୋଭିଡ୍-୧୯ ରୋଗୀଙ୍କ ପାଖରେ ଦେଖାଦେଉଛି ହୃଦଜନିତ ସମସ୍ୟା

କରୋନା ବଢାଉଛି ହୃଦରୋଗ! ୭୮ ପ୍ରତିଶତ କୋଭିଡ୍-୧୯ ରୋଗୀଙ୍କ ପାଖରେ ଦେଖାଦେଉଛି ହୃଦଜନିତ ସମସ୍ୟା

ନୂଆଦିଲ୍ଲୀ: କରୋନା ଭୂତାଣୁକୁ ନେଇ ସାମ୍ନାକୁ ଆସିଛି ଏକ ଚିନ୍ତାଜନକ ଖବର । ୭୮ ପ୍ରତିଶତ କୋଭିଡ୍-୧୯ ରୋଗୀଙ୍କ ପାଖରେ ହୃଦଜନିତ ସମସ୍ୟା ଦେଖା ଦେଉଥିବା ନେଇ ଏକ ଅନୁସନ୍ଧାନରୁ ଜଣା ପଡ଼ିଛି। ଏହି ରିପୋର୍ଟ ଅନୁସାରେ ଯେଉଁମାନେ କରୋନା ଭୂତାଣୁ ଦ୍ବାରା ସଂକ୍ରମିତ ହେଉଛନ୍ତି, ସେମାନଙ୍କ ପାଖରେ ହୃଦ ସମସ୍ୟା ଅଧିକ ଦେଖା ଦେଉଛି। କରୋନା ଦ୍ବାରା କବଳିତ ହେବା ପରେ  ହୃଦୟର ମାଂଶପେଶୀ ଗୁଡିକ ବିଶେଷ ଭାବେ ଫୁଲି ଯାଇଥାଏ, ଯାହା ଦ୍ବାରା ହୃଦଜନିତ ସମସ୍ୟା ଦେଖାଯିବା ଆରମ୍ଭ ହୋଇଥାଏ ।

ଏହି ଅନୁଧ୍ୟାନରୁ ସ୍ପଷ୍ଟ ହୋଇଛି ଯେ, କୋଭିଡ୍-୧୯ ଭୂତାଣୁ କେବଳ ଫୁସଫୁସ୍ ନୁହଁ ମନୁଷ୍ୟର ସବୁଠାରୁ ଜଟିଳ ତଥା ଜରୁରୀ ଅଙ୍ଗ ହୃଦୟକୁ ସଂକ୍ରମିତ କରୁଛି । ଏନେଇ ଅଧିକ ଅନୁଧ୍ୟାନ ଜାରି ରହିଛି । ତେଣୁ ଏ ସଂପର୍କରେ ଅଧିକ ରିପୋର୍ଟ ଆଗକୁ ଆସିବା ବାକି ରହିଛିା ଏହା ପୂର୍ବରୁ କରୋନା ଫୁସଫୁସ ପରିବର୍ତ୍ତେ ଲୋକଙ୍କ ପେଟକୁ ସଂକ୍ରମିତ କରୁଥିବା ଖବର ସାମ୍ନାକୁ ଆସିଥିଲା, ଯାହାଦ୍ବାରା ରୋଗୀଙ୍କ ମଧ୍ୟରେ ଡାଇରିଆ, ବାନ୍ତି ଏବଂ ମୁଣ୍ଡବିନ୍ଧାର ଲକ୍ଷଣ ଦେଖା ଦେଉଥିବା ଖବର ସାମ୍ନାକୁ ଆସିଥିଲା | ଏ ନେଇ ହାଇଦ୍ରାବାଦର ଚେଷ୍ଟ ଆଣ୍ଡ କିଙ୍ଗ କୋଟି ଡାକ୍ତରଖାନାର ଡାକ୍ତରମାନେ କହିଥିଲେ |

Protein 'tricks heart' into healthy growth without exercise

ଡାକ୍ତର କହିଥିଲେ ଯେ, ନୂତନ ଲକ୍ଷଣ ଯେମିତିକି ଡାଇରିଆ, ମୁଣ୍ଡବିନ୍ଧା ଏବଂ ବାନ୍ତି ରୋଗୀଙ୍କ ନିରାକରଣ ଏବଂ ଚିକିତ୍ସା ପ୍ରକ୍ରିୟାରେ ବିଳମ୍ବ କରୁଛି | ଏହି ନୂଆ ଲକ୍ଷଣ ଦ୍ୱନ୍ଦ୍ୱ ସୃଷ୍ଟି କରୁଛି | ଏହା ସହ କିଛି ଡାକ୍ତର ସୂଚାଇ ଦେଇଥିଲେ ଯେ, ନୋଭେଲ କରୋନାଭାଇରସ୍ ନିଜର ବଞ୍ଚିବାକୁ ନିଶ୍ଚିତ କରିବା ପାଇଁ ଋତୁ ଅନୁଯାୟୀ ନିଜର ଜେନୋମିକ୍ ଗଠନକୁ ପରିବର୍ତ୍ତନ କରୁଛି। ଭୂତାଣୁ ଏବେ ଆଗ ପରି ଫୁସଫୁସକୁ ଆକ୍ରମଣ ନକରି ବର୍ଷ ଋତୁ ଅନୁଯାୟୀ ପେଟକୁ ଆକ୍ରମଣ କରୁଛି | ଯାହାଦ୍ୱାରା କରୋନା ରୋଗୀଙ୍କ ମଧ୍ୟରେ ଡାଇରିଆ, ମୁଣ୍ଡବିନ୍ଧା ଏବଂ ବାନ୍ତି ଭଳି ଲକ୍ଷଣ ଦେଖାଦେଉଛି |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe