କରୋନା ସଂକ୍ରମଣ ବଢ଼ୁଛି, ୬ ରାଜ୍ୟକୁ କେନ୍ଦ୍ରର ଚିଠି

Advertisment

୪ ମାସ ପରେ ଦେଶରେ ଦୈନିକ ସଂକ୍ରମଣ ମାମଲା ୭୦୦ ଉପରେ, ୯ ଜିଲ୍ଲାରେ କରୋନା ପଜିଟିଭ୍‌ ହାର ୧୦ ପ୍ରତିଶତ ଉପରେ

୪ ମାସ ପରେ ଦେଶରେ ଦୈନିକ ସଂକ୍ରମଣ ମାମଲା ୭୦୦ ଉପରେ, ୯ ଜିଲ୍ଲାରେ କରୋନା ପଜିଟିଭ୍‌ ହାର ୧୦ ପ୍ରତିଶତ ଉପରେ

କରୋନା ସଂକ୍ରମଣ ବୃଦ୍ଧି ପଛରେ ଏକ୍ସବିବି.୧.୧୬

long island press

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ବଢ଼ୁଛି। ଦିନକରେ ଦେଶରେ ୭୫୪ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ପ୍ରାୟ ୪ ମାସ ପରେ ଦେଶରେ ଦୈନିକ ସଂକ୍ରମଣ ମାମଲା ୭୦୦ ଟପିଛି। ଗତ ବର୍ଷ ନଭେମ୍ବର ୧୨ରେ ଦେଶରେ ଦୈନିକ ସଂକ୍ରମଣ ମାମଲା ୭୩୪ ଥିଲା। ଦେଶରେ ସକ୍ରିୟ ମାମଲା ଏବେ ୪,୬୨୩। ଦେଶରେ ୯ ଟି ଜିଲ୍ଲାରେ ମାର୍ଚ୍ଚ ୮-୧୪ ସପ୍ତାହରେ କରୋନା ପଜିଟିଭ୍‌ ହାର ୧୦ ପ୍ରତିଶତ ଉପରେ ରହିଛି। ଏହି ସପ୍ତାହରେ ଉତ୍ତରାଖଣ୍ଡର ପିଥୋରଗଡ଼ରେ ସର୍ବାଧିକ ୨୫ ପ୍ରତିଶତ ପଜିଟିଭ୍‌ ହାର ରେକର୍ଡ କରାଯାଇଛି। ଏହାପଛକୁ ମିଜୋରାମର ଆଇଜଲରେ ୧୬.୬୭ ପ୍ରତିଶତ, ଶିମଲାରେ ୧୪.୨୯ ପ୍ରତିଶତ, ମଣ୍ଡିରେ ୧୩ ପ୍ରତିଶତ, ସୋଲନରେ ୧୨.୫୦ ପ୍ରତିଶତ, ହିମାଚଳ ପ୍ରଦେଶ ଏବଂ ଗୁଜରାଟର ଗିର ସୋମନାଥରେ କରୋନା ପଜିଟିଭ୍‌ ହାର ୧୧.୭୬ ପ୍ରତିଶତ ରହିଛି।

କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ଦ୍ବାରା ଦିଆଯାଇଥିବା ତଥ୍ୟ ଅନୁଯାୟୀ ମହାରାଷ୍ଟ୍ର, ଗୁଜରାଟ, ରାଜସ୍ଥାନ, ମଧ୍ୟପ୍ରଦେଶ, ତାମିଲନାଡ଼ୁ, ମଧ୍ୟପ୍ରଦେଶ, କର୍ଣ୍ଣାଟକ, ହିମାଚଳପ୍ରଦେଶ ଏବଂ ଜମ୍ମୁ କାଶ୍ମୀରରେ ପଜିଟିଭ୍‌ ହାର ୫ରୁ ୧୦ ପ୍ରତିଶତ ମଧ୍ୟରେ ରହିଛି। ଦିଲ୍ଲୀରେ ବୁଧବାର ଦିନ କରୋନା ପଜିଟିଭ୍‌ ହାର ୩.୦୫ ପ୍ରତିଶତ ଥିଲା। ଦିଲ୍ଲୀରେ ବୁଧବାର ୧୩୭୯ ନମୁନା ପରୀକ୍ଷା କରାଯାଇଥିବାବେଳେ ଏଥିମଧ୍ୟରୁ ୪୨ଟି ପଜିଟିଭ୍‌ ଆସିଥିଲା। ଦେଶରେ ସକ୍ରିୟ ମାମଲା ମୋଟ୍‌ ସଂକ୍ରମଣ ମାମଲାର ୦.୦୧ ପ୍ରତିଶତ। ଜାତୀୟ ଆରୋଗ୍ୟ ହାର ୯୮.୮୦ ପ୍ରତିଶତ। ମୋଟ୍‌ ୪.୪୧ କୋଟି ଲୋକ କରୋନାରୁ ସୁସ୍ଥ ହୋଇଛନ୍ତି। ଦେଶରେ ମୃତ୍ୟୁହାର ୧.୧୯ ପ୍ରତିଶତ। ଦେଶରେ ମୃତ୍ୟୁସଂଖ୍ୟା ୫.୩୦ ଲକ୍ଷକୁ ବୃଦ୍ଧି ପାଇଛି।

ନୂଆଦିଲ୍ଳୀ: ୬ଟି ରାଜ୍ୟ ମହାରାଷ୍ଟ୍ର, ଗୁଜରାଟ, ତେଲେଙ୍ଗାନା, ତାମିଲନାଡ଼ୁ, କେରଳ ଏବଂ କର୍ଣ୍ଣାଟକରେ କରୋନା ସଂକ୍ରମଣ ବଢ଼ୁଥିବାରୁ କେନ୍ଦ୍ର ସରକାର ଉକ୍ତ ରାଜ୍ୟମାନଙ୍କୁ ଏକ ଚିଠି ଲେଖିଛନ୍ତି। କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣ କହିଛନ୍ତି, କିଛି ରାଜ୍ୟରେ ସ୍ଥାନୀୟ ସଂକ୍ରମଣ ବୃଦ୍ଧି ପାଇଛି। ତେଣୁ ବିଳମ୍ବ ନକରି ସଂକ୍ରମଣ ରୋକିବା ଦିଗରେ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାପାଇଁ ସେ ରାଜ୍ୟମାନଙ୍କୁ ପରାମର୍ଶ କରିଛନ୍ତି। ସଂକ୍ରମଣ ବଢ଼ୁଥିବା ରାଜ୍ୟମାନେ ଟେଷ୍ଟ୍‌, ଟ୍ରାକ୍‌, ଟ୍ରିଟ୍‌ ଏବଂ ଟିକାକରଣ ରଣନୀତିରେ କାମ କରିବାପାଇଁ କୁହାଯାଇଛି। ରାଜ୍ୟମାନେ କରୋନା ସ୍ଥିତିକୁ ଭଲଭାବେ ନିରୀକ୍ଷଣ କରି ସଂକ୍ରମଣ ନିୟନ୍ତ୍ରଣ କରିବା ଦିଗରେ ଉଚିତ ପଦକ୍ଷେପ ଗ୍ରହଣ କରିବା ଉଚିତ। ଗତ ସପ୍ତାହରୁ ଦେଶରେ ସଂକ୍ରମଣ ବଢ଼ିଛି। କରୋନା ସଂକ୍ରମଣ, ଇନଫ୍ଲୁଏଞ୍ଜା ସଂକ୍ରମଣର ନୂଆ କ୍ଲଷ୍ଟର ଯାଞ୍ଚ କରିବାପାଇଁ ରାଜେଶ ଭୂଷଣ କହିଛନ୍ତି। ଅନ୍ତର୍ଜାତୀୟ ଯାତ୍ରୀମାନଙ୍କ ନମୁନାର ଜିନୋମ ସିକ୍ବେନ୍ସ ପାଇଁ ସେ କହିଛନ୍ତି। ମହାରାଷ୍ଟ୍ରରେ ସାପ୍ତାହିକ ସଂକ୍ରମଣ ବୃଦ୍ଧି ହୋଇଛି। ମାର୍ଚ୍ଚ ୮ରେ ଶେଷ ହେଉଥିବା ସପ୍ତାହରେ ମହାରାଷ୍ଟ୍ରରେ ସଂକ୍ରମଣ ମାମଲା ୩୫୫ ଥିଲା। କିନ୍ତୁ ମାର୍ଚ୍ଚ ୧୫ରେ ଏହା ୬୬୮କୁ ବୃଦ୍ଧି ପାଇଛି। ମହାରାଷ୍ଟ୍ରରେ ପଜିଟିଭ୍‌ ହାର ୧.୯୨ ପ୍ରତିଶତ ରହିଛି। ଗୁଜରାଟରେ ମଧ୍ୟ ମାର୍ଚ୍ଚ ୧୫ ରେ ଶେଷ ହେଉଥିବା ସପ୍ତାହରେ ପଜିଟିଭ୍‌ ହାର ୧.୧୧ ପ୍ରତିଶତ ଥିଲା। ତେଲେଙ୍ଗାନାରେ ପଜିଟିଭ୍‌ ହାର ୦.୩୧ ପ୍ରତିଶତ। ତାମିଲନାଡ଼ୁରେ ପଜିଟିଭ୍‌ ହାର ୧.୯୯ ପ୍ରତିଶତ। କେରଳରେ ପଜିଟିଭ୍‌ ହାର ୨.୬୪ ପ୍ରତିଶତ ଏବଂ କର୍ଣ୍ଣାଟକରେ ପଜିଟିଭ୍‌ ହାର ୨.୭୭ ପ୍ରତିଶତ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe