ଋଷ ଓ ଉତ୍ତର କୋରିଆ ହ୍ୟାକରଙ୍କ ଟାର୍ଗେଟରେ କରୋନା ଔଷଧ ତିଆରି କରୁଥିବା ଭାରତୀୟ ଫାର୍ମା କମ୍ପାନି, ମାଇକ୍ରୋସଫ୍ଟର ସୂଚନା ପରେ ବଢ଼ିଲା ଚିନ୍ତା

ଋଷ ଓ ଉତ୍ତର କୋରିଆ ହ୍ୟାକରଙ୍କ ଟାର୍ଗେଟରେ କରୋନା ଔଷଧ ତିଆରି କରୁଥିବା ଭାରତୀୟ ଫାର୍ମା କମ୍ପାନି, ମାଇକ୍ରୋସଫ୍ଟର ସୂଚନା ପରେ ବଢ଼ିଲା ଚିନ୍ତା

CSO

ନୂଆଦିଲ୍ଲୀ: କରୋନା ଟିକା ପ୍ରସ୍ତୁତିକୁ ନେଇ ଭାରତରେ ଉଦ୍ୟମ ଜାରି ରହିଥିବା ସମୟରେ ଆସିଛି ଏକ ଚିନ୍ତାଜନକ ଖବର । ଋଷ ଓ ଉତ୍ତର କୋରିଆ ହ୍ୟାକରଙ୍କ ଟାର୍ଗେଟରେ ରହିଛି ଭାରତୀୟ ଫାର୍ମା କମ୍ପାନି । ଏ ନେଇ ମାଇକ୍ରୋସଫ୍ଟ ସୂଚନା ଦେଇଛି । ତେବେ କିଛି ମାସ ମଧ୍ୟରେ ହ୍ୟାକରମାନଙ୍କ ଅନେକ ଉଦ୍ୟମ ବିଫଳ ହୋଇଥିବା ନେଇ ମାଇକ୍ରୋସପ୍ଟ କହିଥିଲେ ମଧ୍ୟ କେ‌ତୋଟି କମ୍ପାନିକୁ ଟାର୍ଗେଟ କରିବାରେ ହ୍ୟାକର ସଫଳ ହୋଇଛନ୍ତି ବା ଏହା କେତେ ଗମ୍ଭୀର ଥିଲା, ସେ ନେଇ ମାଇକ୍ରୋସଫ୍ଟ ତଥ୍ୟ ପ୍ରକାଶ କରିନାହିଁ । କିନ୍ତୁ ଏହା ସୂଚିତ କରିଛି ଯେ ଏହି ସମସ୍ତ ହ୍ୟାକର କୋଭିଡ୍ ୧୯ ଟିକା ପ୍ରସ୍ତୁତ କରୁଥିବା କମ୍ପାନିଗୁଡ଼ିକୁ ଟାର୍ଗେଟ କରୁଛନ୍ତି ।

Cyber criminals are more active than ever National Herald

ସୂଚନା ଅନୁସାରେ,  ଭାରତୀୟ ଫାର୍ମା କମ୍ପାନିର ତଥ୍ୟ ଚୋରି ଲାଗି ଉଦ୍ୟମ କରୁଥିବା ଏହି ୩ ହ୍ୟାକର ସଂଗଠନ ହେଉଛନ୍ତି ଋଷର ଫ୍ୟାନ୍ସି ବିୟର, ଉତ୍ତର କୋରିଆର ଲାଜାରସ ଏବଂ ସେରିୟମ୍ । ଏମାନଙ୍କ ନଜରରେ ରହିଛି କାନାଡା, ଫ୍ରାନ୍ସ, ଭାରତ, ଦକ୍ଷିଣ କୋରିଆ ଏବଂ ଆମେରିକାର ୭ଟି ପ୍ରମୁଖ ଔଷଧ ପ୍ରସ୍ତୁତ କରୁଥିବା କମ୍ପାନି । ଗତ ଜୁଲାଇ ମାସରେ ଏହିପରି ଅଭିଯୋଗ ଆଣିଥିଲା ଆମେରିକା । ଆମେରିକା ଅଭିଯୋଗ ଅନୁସାରେ ଚୀନର ହ୍ୟାକରମାନେ ଟିକା ପ୍ରସ୍ତୁତକାରୀ କମ୍ପାନିଗୁଡିକୁ ନଜରରେ ରଖିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe