ରାଜ୍ୟସଭାରେ କରୋନା ପ୍ରସଙ୍ଗରେ ଆଲୋଚନା : ରାଜ୍ୟମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ ପାଇଁ ବିଜେଡିର ଦାବି

ଜୁନ୍ ୧୩ରେ ରାଜ୍ୟସଭା ଉପନିର୍ବାଚନ

ନୂଆଦିଲ୍ଲୀ : ରାଜ୍ୟସଭାରେ ଦେଶରେ କରୋନାର ସ୍ଥିତି ଓ କେନ୍ଦ୍ର ସରକାରଙ୍କ ଦ୍ବାରା ମହାମାରୀକୁ ନିୟନ୍ତ୍ରଣ କରିବା ପାଇଁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ସଂପର୍କରେ କେନ୍ଦ୍ରସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡା. ହର୍ଷବର୍ଦ୍ଧନଙ୍କ ଦ୍ବାରା ମନ୍ତବ୍ୟ ଦିଆଯିବାପରେ ଏହି ପ୍ରସଙ୍ଗରେ ଚାରି ଘଣ୍ଟାର ଆଲୋଚନା ଆରମ୍ଭ କରାଯାଇଥିଲା। ଆଲୋଚନାରେ ଭାଗନେଇ ବିଜୁଜନତା ଦଳ ରାଜ୍ୟସଭାର ନେତା ପ୍ରସନ୍ନ ଆଚାର୍ଯ୍ୟ କରୋନାର ମୁକାବିଲା ପାଇଁ ରାଜ୍ୟମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବା ପାଇଁ ଦାବି କରିଥିଲେ।

ସାଂସଦ ଶ୍ରୀ ଆଚାର୍ଯ୍ୟ କହିଥିଲେ ଯେ, କରୋନା ମହାମାରୀର ମୁକାବିଲା ପାଇଁ ରାଜ୍ୟମାନେ ଉଦ୍ୟମ ଜାରି ରଖିଥିବାବେଳେ କିଛି ରାଜ୍ୟ ମାନଙ୍କର ଆର୍ଥିକ ସ୍ଥିତି ଦୋହଲି ଯାଇଛି। ଏହିଭଳି ଏକ ସଙ୍କଟମୟ ସମୟରେ ରାଜ୍ୟମାନଙ୍କୁ ସହଯୋଗ କରିବା ପାଇଁ କେନ୍ଦ୍ର ଆଗେଇ ଆସୁନାହିଁ। ସେ ଆଚାର୍ଯ୍ୟ ସରକାରଙ୍କ ଠାରୁ ଜାଣିବା ପାଇଁ ଚାହିଁଥିଲେ। ରାଜ୍ୟମାନଙ୍କୁ ଜିଏସ୍‌ଟି ଅର୍ଥ, ଜିଏସ୍‌ଟି କ୍ଷତିପୂରଣ ଭଳି ଅନେକ ଅର୍ଥରାଶି କେନ୍ଦ୍ର ନିକଟରେ ବକେୟା ରହିଛି। ରାଜ୍ୟମାନଙ୍କୁ ଅର୍ଥ ଭରଣା କରିବା ପାଇଁ ଏହା ଏକ ଉପଯୁକ୍ତ ସମୟ ବୋଲି ସାଂସଦ ଶ୍ରୀ ଆଚାର୍ଯ୍ୟ କହିଥିଲେ। ଏଥିସହିତ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେଉଁଭଳି କରୋନା ଯୋଦ୍ଧାଙ୍କୁ ସହିଦ ମାନ୍ୟତା ଓ ୫୦ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରୁଛନ୍ତି, ସେହିଭଳି ପଦକ୍ଷେପ ଗ୍ରହଣ କରିବା ପାଇଁ ସେ କେନ୍ଦ୍ର ସରକାରଙ୍କୁ ପରାମର୍ଶ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe