କରୋନା ଓ ଲକଡାଉନକୁ ନେଇ କେନ୍ଦ୍ରମନ୍ତ୍ରିମଣ୍ଡଳର ସ୍ବତନ୍ତ୍ର ମନ୍ତ୍ରୀଗୋଷ୍ଠୀର ଗୁରୁତ୍ୱପୂର୍ଣ୍ଣ ବୈଠକ

Advertisment
କରୋନା ଓ ଲକଡାଉନକୁ ନେଇ କେନ୍ଦ୍ରମନ୍ତ୍ରିମଣ୍ଡଳର ସ୍ବତନ୍ତ୍ର ମନ୍ତ୍ରୀଗୋଷ୍ଠୀର ଗୁରୁତ୍ୱପୂର୍ଣ୍ଣ ବୈଠକ

ନୂଆଦିଲ୍ଲୀ: ସମଗ୍ର ଦେଶ କରୋନା ସହିତ ଯୁଦ୍ଧ କରୁଛି । ତେବେ ଆଜି ଦିଲ୍ଲୀରେ କେନ୍ଦ୍ର ମନ୍ତ୍ରୀଙ୍କ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଜାରି ରହିଛି । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଘରେ କରୋନା ସମ୍ପର୍କରେ ଏକ ବୈଠକ ଚାଲିଛି। ଗୃହମନ୍ତ୍ରୀ ଅମିତ ଶାହାଙ୍କ ବ୍ୟତୀତ ପ୍ରକାଶ ଜାଭଡେକର, ସ୍ମୃତି ଇରାନୀ, ହରଦୀପ ପୁରୀ, ରାମ ବିଳାସ ପାସୱାନ, ସୁରେଶ ଗଙ୍ଗୱାର, ପୀୟୁଷ ଗୋୟଲଙ୍କ ସମେତ ବହୁ ମନ୍ତ୍ରୀ ଉପସ୍ଥିତ ଅଛନ୍ତି।

publive-image

ଏହି ବୈଠକରେ ସାରା ଦେଶରେ କରୋନା ଭୂତାଣୁ ସଂକ୍ରମଣର ସମୀକ୍ଷା କରାଯାଉଛି। ଏଥିସହ ପର୍ଯ୍ୟାୟକ୍ରମେ ଲକଡାଉନକୁ ନେଇ ଯୋଜନା ପ୍ରସ୍ତୁତ କରାଯାଉଛି। ଏହାପୂର୍ବରୁ କରୋନା ଲଢ଼େଇକୁ ନଜରରେ ରଖି କେନ୍ଦ୍ର ସରକାର ଦୁଇଟି ବଡ଼ ନିଷ୍ପତ୍ତି ନେଇଥିଲେ।

ମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ ପର୍ଯ୍ୟନ୍ତ, ରାଷ୍ଟ୍ରପତିଙ୍କ ଠାରୁ ଉପରାଷ୍ଟ୍ରପତି ଏବଂ ରାଜ୍ୟପାଳ ପର୍ଯ୍ୟନ୍ତ ଦେଶର ସମସ୍ତ ସାଂସଦ ଏକ ବର୍ଷ ପାଇଁ ୩୦ ପ୍ରତିଶତ କମ୍ ବେତନ ନେବେ। ଏଥି ସହିତ ସାଂସଦ ପାଣ୍ଠିକୁ ଦୁଇ ବର୍ଷ ପାଇଁ ସ୍ଥଗିତ ରଖାଯାଇଛି। ଏହି ସମସ୍ତ ଟଙ୍କା ବର୍ତ୍ତମାନ କରୋନା ବିରୋଧ ଲଢେଇ ପାଇଁ ବ୍ୟବହୃତ ହେବ |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe