Medical News Today
ସିଙ୍ଗାପୁର: ଆମ ଲୁହ ଦ୍ବାରା କୋଭିଡ୍–୧୯ ସଂକ୍ରମିତ ହୁଏନାହିାଁ କରୋନା ରୋଗୀମାନଙ୍କ ଆଖିରୁ ଝରୁଥିବା ପାଣିରେ ମଧ୍ୟ ଏହି ଭୂତାଣୁ ବ୍ୟାପିଥାଏ ବୋଲି ପୂର୍ବରୁ ପ୍ରକାଶିତ କିଛି ରିପୋର୍ଟକୁ ଖଣ୍ତନ କରି ସିଙ୍ଗାପୁର ସ୍ଥିତ ଜାତୀୟ ଭେଷଜ ବିଶ୍ବବିଦ୍ୟାଳୟ ଡାକ୍ତରଖାନାର କିଛି ଗବେଷକ ସଦ୍ୟ ଏଭଳି ଦାବି କରିଛନ୍ତିା ଅପରପକ୍ଷେ, ଆକ୍ରାନ୍ତର ଲାଳ ଓ କଫ ସମେତ ସେ କାଶିବା ଓ ଛିଙ୍କିବା ବେଳେ ବାହାରୁଥିବା ଜଳକଣିକା ମଧ୍ୟ ଏହି କରୋନା ଭୂତାଣୁର ବାହକ ବୋଲି ଏହି ଗବେଷକମାନେ ପୂର୍ବରୁ ରହିଥିବା ଧାରଣାକୁ ଦୋହରାଇଛନ୍ତିା
All About Vision
ସ୍ବାସ୍ଥ୍ୟଭିତ୍ତିକ ଆନ୍ତର୍ଜାତିକ ପତ୍ରିକା ଅପଥାଲ୍ମୋଲୋଜିରେ ଏ ସଂକ୍ରାନ୍ତ ସବିଶେଷ ତଥ୍ୟ ପ୍ରକାଶିତ ହୋଇଛିା କରୋନାରେ ଆକ୍ରାନ୍ତ ପ୍ରାୟ ୧୭ ଜଣଙ୍କ ଲୁହକୁ ବିଭିନ୍ନ ସମୟରେ ସଂଗ୍ରହ କରି ପରୀକ୍ଷାନିରୀକ୍ଷା କରାଯାଇଥିଲାା ଏପରିକି ୨୦ ଦିନ ପରେ ସେମାନେ ସଂପୂର୍ଣ ସୁସ୍ଥ ହେଲା ଯାଏ ମଧ୍ୟ ଏପରି ଅନୁଧ୍ୟାନ କରାଯାଇଥିଲାା ଏହି ତିନି ସପ୍ତାହର ଅବଧି ଭିତରେ ସେମାନଙ୍କ ଲୁହରେ କୌଣସି ପ୍ରକାର କରୋନା ଭୂତାଣୁ ମିଳିନଥିଲାା ଏପରିକି ଏହି ସମୟ ମଧ୍ୟରେ ସେମାନଙ୍କ ଆଖି ମଧ୍ୟ ସାମାନ୍ୟ ଲାଲ୍ ପଡି଼ବାର ଲକ୍ଷଣ ବି ଦେଖାଯାଇନଥିଲାା ସୁତରାଂ କରୋନା ଆକ୍ରାନ୍ତଙ୍କ ଆଖି ଧରିଥାଏ ବୋଲି ରହିଥିବା ଧାରଣାକୁ ମଧ୍ୟ ଏହି ଗବେଷକମାନେ ଖଣ୍ତନ କରିଛନ୍ତିା ତେବେ ଜଣେ କରୋନା ଆକ୍ରାନ୍ତ କାଶିବା କି ଛିଙ୍କିବା ବେଳେ ତା' ମୁହଁରୁ ଛାଟି ହୋଇ ଆସୁଥିବା କ୍ଷୁଦ୍ର କଣିକାଗୁଡି଼କ ଜଣେ ସୁସ୍ଥ ଲୋକର ମୁହଁରେ କି ଆଖି ଡୋଳାରେ ପଡି଼ଲେ ସଂକ୍ରମଣ ହେବାର ଆଶଙ୍କା ରହିଛିା
Follow Us