ଚୀନ୍‌ରେ କରୋନା ଲେଉଟିଲା: ଦେଶରେ ୨୮, ୧୨୭ ନୂଆ ମାମଲା, ବିଭିନ୍ନ ସହରରେ ଲକ୍‌ଡାଉନ୍‌

ଦେଶରେ ୯୧୮ ନୂଆ କରୋନା ମାମଲା: ୨୪ ଘଣ୍ଟାରେ ୪ ମୃତ

The Economic Times

ବେଜିଂ: ଚୀନ୍‌ରେ ପୁଣି କରୋନା ବିସ୍ଫୋରଣ! ଯେଉଁଥିପାଇଁ ଅନେକ ବାଣିଜ୍ୟିକ ସହରରେ ଲକ୍‌ଡାଉନ୍‌ ଲାଗୁ ହୋଇଛି। ଏହାଦ୍ବାରା ଅର୍ଥ ବ୍ୟବସ୍ଥାକୁ ଝଟ୍‌କା ଲାଗିଥିବା ବେଳେ କଠୋର କଟକଣା ଯୋଗୁଁ ଲୋକେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ସିଝୁଆଙ୍ଗ୍‌ ପ୍ରଦେଶର ବିଭିନ୍ନ ସହରରେ ପାର୍କ, ସପିଂ ମଲ୍‌, ମ୍ୟୁଜିୟମ ଏବଂ ବଜାର ବନ୍ଦ ରହିଥିବା ବେଳେ ଘରୋଇ ପ୍ରତିଷ୍ଠାନଗୁଡ଼ିକୁ ମଧ୍ୟ ବନ୍ଦ ରଖାଯାଇଛି। ଚୀନ୍‌ରେ ଗତକାଲି ପୂରା ଦେଶରେ ୨୮, ୧୨୭ ନୂଆ ମାମଲା ସାମ୍ନାକୁ ଆସିଥିଲା।

ସେଥିମଧ୍ୟରୁ ଚୋଙ୍ଗ୍‌କିଙ୍ଗ୍‌ ସହରରେ ୧୬ ହଜାର ପଜିଟିଭ ଚିହ୍ନଟ ହୋଇଥିଲେ। ସେହିଭଳି, ରାଜଧାନୀ ବେଜିଂରେ ୧୪୩୮ ମାମଲା ଚିହ୍ନଟ ହୋଇଥିଲା। ଫଳରେ, ଏସବୁ ସ୍ଥାନରେ କଟକଣା ଅଧିକ କଠୋର କରାଯାଇଛି ଏବଂ ଲକ୍‌ଡାଉନ୍‌ ଭଳି ସ୍ଥିତି ଦେଖିବାକୁ ମିଳିଛି। ସଂକ୍ରମଣକୁ ଦୃଷ୍ଟିରେ ରଖି ସରକାର ଲୋକଙ୍କୁ ଘର ଭିତରେ ହିଁ ରହିବାକୁ ବାଧ୍ୟ କରିବା ସହ ଗଣଟେଷ୍ଟିଂରେ ଭାଗନେବାକୁ ନିର୍ଦ୍ଦେଶନାମା ଜାରି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe