ବେଙ୍ଗାଲୁରୁ ପରେ ଅହମଦାବାଦ୍: ସୁସ୍ଥ ହୋଇଥିବା ୪ ରୋଗୀ ପୁନଃ ସଂକ୍ରମିତ

ବେଙ୍ଗାଲୁରୁ ପରେ ଅହମଦାବାଦ୍:  ସୁସ୍ଥ ହୋଇଥିବା ୪ ରୋଗୀ ପୁନଃ ସଂକ୍ରମିତ

New Indian Express

ଅହମଦାବାଦ୍: ବେଙ୍ଗାଲୁରୁ ପରେ ଗୁଜରାଟରେ ସୁସ୍ଥ ହୋଇଥିବା କରୋନା ରୋଗୀ ପୁନଃ ସଂକ୍ରମିତ ହୋଇଛନ୍ତି। ଅହମଦାବାଦ୍‌ ପୌର ନିଗମରେ ଅଗଷ୍ଟ ୧୮ରୁ ସେପ୍ଟେମ୍ବର ୬ ମଧ୍ୟରେ ୪ ଜଣ ସୁସ୍ଥ ହୋଇଥିବା କରୋନା ରୋଗୀ ପୁନଃ ସଂକ୍ରମିତ ହୋଇଛନ୍ତି। ପୁନଃ ସଂକ୍ରମିତ ହୋଇଥିବା ୪ ଜଣଙ୍କ ମଧ୍ୟରେ ୨ ଜଣ ପୁରୁଷ ଡାକ୍ତର ଥିବାବେଳେ ଜଣେ ମହିଳା ଡାକ୍ତର ଏବଂ ଅନ୍ୟ ଜଣେ ବୟସ୍କ ବ୍ୟକ୍ତି ଅଛନ୍ତି। ସେମାନେ ପ୍ରଥମେ ଏପ୍ରିଲ ୧୩ ଏବଂ ଏପ୍ରିଲ ୨୧ରେ କରୋନା ସଂକ୍ରମିତ ହୋଇଥିଲେ। ସମ‌ସ୍ତେ କରୋନାରୁ ସୁସ୍ଥ ହୋଇ ହସ୍ପିଟାଲ୍‌ରୁ ଡିସଚାର୍ଜ ହୋଇଥିଲେ। କିନ୍ତୁ ଦୀର୍ଘ ୪ ମାସ ପରେ ଉକ୍ତ ୪ ଜଣ ପୁଣି କରୋନା ସଂକ୍ରମିତ ହୋଇଛନ୍ତି।

ଅହମଦାବାଦ ପୌର ନିଗମ ଅଧୀନରେ ପ୍ରାୟ ୪୦ ପ୍ରତିଶତ ମାମଲାରେ ଆଣ୍ଟିବଡି ବିକାଶ ହୋଇ ନ ଥିବା ସେରୋ ସର୍ଭେରୁ ଜଣାପଡ଼ିଛି। ତେବେ ଉପରୋକ୍ତ ୪ ରୋଗୀଙ୍କ ମଧ୍ୟରୁ ଜଣେ ଦ୍ବିତୀୟ ସଂକ୍ରମଣ ପୂର୍ବରୁ ନିକଟରେ କେରଳ ଯାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe