ଭାରତରେ ବଢ଼ୁଛି ସଂକ୍ରମଣ : ୨୪ ଘଣ୍ଟାରେ ୫୦୫ ଆକ୍ରାନ୍ତ

Advertisment

୨୭୪ ଜିଲ୍ଲା ପ୍ରଭାବିତ, ମୋଟ ୩୫୭୭ ଆକ୍ରାନ୍ତ, ୮୩ ମୃତ

୨୭୪ ଜିଲ୍ଲା ପ୍ରଭାବିତ, ମୋଟ ୩୫୭୭ ଆକ୍ରାନ୍ତ, ୮୩ ମୃତ

ମନର ଦୀପ ଜଳାଇବା

The New Dawn Liberia

ଜମାତ ସହିତ ସଂପୃକ୍ତ ୨୨ ହଜାର କ୍ବାରାଣ୍ଟିନ୍‌ରେ
୩୦% କରୋନା ମାମଲା କେବଳ ଜମାତ ପାଇଁ

ନୂଆଦିଲ୍ଲୀ : ଭାରତରେ କରୋନା ସଂକ୍ରମଣ ଉଦ୍‌ବେଗଜନକ ଭାବେ ବଢ଼ିବାରେ ଲାଗିଛି। ଏଯାଏ ଏହା ଗୋଷ୍ଠୀ ସଂକ୍ରମଣର ରୂପ ନେଇ ନ ଥିଲେ ମଧ୍ୟ ଯେଉଁ ହାରରେ ସଂକମଣ ବଢ଼ି ଚାଲିଛି, ତାହା ସମସ୍ତଙ୍କ ନିଦ ହଜାଇ ଦେଇଛି। ବିଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୫୦୫ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମୋଟ ଆକ୍ରାନ୍ତ ସଂଖ୍ୟା ୩୫୭୭ରେ ପହଞ୍ଚିଥିବା ବେଳେ ଏ ପର୍ଯ୍ୟନ୍ତ କରୋନାରେ ୮୩ ଜଣ ପ୍ରାଣ ହରାଇଛନ୍ତି।

ଦେଶର ମୋଟ ୨୭୪ଟି ଜିଲ୍ଲା କରୋନାରେ ପ୍ରଭାବିତ ହୋଇଛି। ମହାରାଷ୍ଟ୍ରରେ ସ୍ଥିତି ଉଦ୍‌ବେଗଜନକ ସ୍ଥିତିରେ ପହଞ୍ଚିଲାଣି। ଆଜି ମହାରାଷ୍ଟ୍ରରେ ଆକ୍ରାନ୍ତଙ୍କ ସଂଖ୍ୟା ୬୬୧ରେ ପହଞ୍ଚିଛି। ଅନ୍ୟପକ୍ଷରେ ତାମିଲନାଡ଼ୁରେ ଆକ୍ରାନ୍ତ ସଂଖ୍ୟା ୪୮୫ରେ ପହଞ୍ଚିଥିବା ବେଳେ ଦିଲ୍ଲୀରେ ୪୪୫ ଏବଂ କେରଳରେ ୩୦୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ ଦେଶରେ ମୋଟ ସଂକ୍ରମଣ ମାମଲାର ୩୦ ପ୍ରତିଶତ କେବଳ ଜମାତ ସହ ସଂପୃକ୍ତ। ଦେଶବ୍ୟାପୀ ଜମାତ ସହ ସଂପୃକ୍ତ ୨୨ ହଜାର ଲୋକଙ୍କୁ କ୍ବାରାଣ୍ଟିନ୍‌ରେ ରଖାଯାଇଛି ଏବଂ ଏବେ ବି ଅନେକ ଜମାତୀ ପୁଲିସ ପ୍ରଶାସନ ପାଇଁ ଅପହଞ୍ଚ ହୋଇ ରହିଛନ୍ତି।

ଆନ୍ଧ୍ର ପ୍ରଦେଶରେ ଆଜି ୩୪ଟି ମାମଲା ସାମ୍ନାକୁ ଆସିଥିବାବେଳେ ମହାରାଷ୍ଟ୍ରରେ ୨୬ଟି ଏବଂ ରାଜସ୍ଥାନରେ ୬ଟି ନୂଆ ମାମଲା ଆସିଥିବା ସରକାର ସ୍ପଷ୍ଟ କରିଛନ୍ତି। ଆନ୍ଧ୍ରପ୍ରଦେଶରେ ମୋଟ ମାମଲା ୨୩୨ରେ ପହଞ୍ଚିଥିବା ବେଳେ ତେଲେଙ୍ଗାନାରେ ୨୭୨, ରାଜସ୍ଥାନରେ ୨୧୦, ଉତ୍ତରପ୍ରଦେଶରେ ୨୩୪, କର୍ଣ୍ଣାଟକରେ ୧୪୪, ମଧ୍ୟପ୍ରଦେଶରେ ୧୮୨, ଗୁଜରାଟରେ ୧୨୨, ଜମ୍ମୁ କାଶ୍ମୀରରେ ୯୨, ପଶ୍ଚିମବଂଗରେ ୫୪, ହରିୟାଣାରେ ୮୪, ପଂଜାବରେ ୬୫, ବିହାରରେ ୩୨ ଏବଂ ଆସାମରେ ୨୬ ଜଣ ଆକ୍ରାନ୍ତ ହୋଇଛନ୍ତି। ମଧ୍ୟପ୍ରଦେଶରେ ସଂକ୍ରମିତଙ୍କ ସଂଖ୍ୟା ୧୮୨ରେ ପହଞ୍ଚିଥିବାରୁ ସରକାର ଆଗକୁ ‌କଠୋର କଟକଣା ଜାରି ରଖିବାକୁ ଯୋଜନା କରିଛନ୍ତି। ଦିଲ୍ଲୀର ଜମାତୀଙ୍କ ପାଇଁ ଦିନକୁ ଦିନ ସ୍ଥିତି ଜଟିଳ ହେଉଥିବାରୁ ଏହାର ମୁକାବିଲା ପାଇଁ ସରକାର ଯୁଦ୍ଧସ୍ତରରେ ପ୍ରୟାସ ଜାରି ରଖିଛନ୍ତି। ତେବେ ଦେଶରେ ଆଜି ସୁଦ୍ଧା ୨୧୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe