ସଂକ୍ରମିତ କପଡ଼ାରେ ଭଣ୍ଡାରୀ କାଟିଦେଲେ ଲୋକଙ୍କ କେଶ, ୬ ଜଣଙ୍କ ମଧ୍ୟରେ ବ୍ୟାପିଗଲା କରୋନା !

Advertisment
ସଂକ୍ରମିତ କପଡ଼ାରେ ଭଣ୍ଡାରୀ କାଟିଦେଲେ ଲୋକଙ୍କ କେଶ, ୬ ଜଣଙ୍କ ମଧ୍ୟରେ ବ୍ୟାପିଗଲା କରୋନା !

photo-worldvisual.com

ଭୋପାଳ: ମଧ୍ୟପ୍ରଦେଶର ଖରଗୋନ ଜିଲ୍ଲାରେ ୯ ଜଣ ନୂତନ କରୋନା-ପଜିଟିଭ ରୋଗୀ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୬ଜଣ ଗୋଟିଏ ଗାଁର ବୋଲି ଜଣାପଡିଛି | ଲୋକଙ୍କ ଅଭିଯୋଗ ମୁତାବକ ଗାଁର ଜଣେ ଭଣ୍ଡାରୀ ଯୋଗୁଁ ଏହି ସଂକ୍ରମଣ ବ୍ୟାପିଛି। ଖରଗୋନର ବାରଗାଓଁରେ ଜଣେ ଭଣ୍ଡାରୀ ସମାନ କପଡାରେ ଅନେକ ଲୋକଙ୍କୁ କେଶ ଓ ଦାଢ଼ି କାଟି ଦେଇଥିଲେ। ସମାନ କପଡା ବ୍ୟବହାର ହେତୁ କରୋନା ସଂକ୍ରମଣ ଲୋକଙ୍କ ମଧ୍ୟରେ ବ୍ୟାପିବାରେ ଲାଗିଥିଲା | ଏହା ଜାଣି ଗାଁର ସମସ୍ତ ସୀମାକୁ ସିଲ୍ କରିଦିଆଯାଇଛି।

ଗୁରୁବାର ରାତିରେ ଜଣଙ୍କ ପାଖରେ ପଜିଟିଭ ମାମଲା ଆସିବା ପରେ ଶୁକ୍ରବାର ସକାଳେ ଆହୁରି ୫ଟି ସକାରାତ୍ମକ ମାମଲା ସାମ୍ନାକୁ ଆସିଛି। ଏହାକୁ ନେଇ ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ଦିବେଶ ବର୍ମା କହିଛନ୍ତି ଯେ ଗୋଟିଏ ଗାଁରେ ୬ ଜଣଙ୍କ ପଜିଟିଭ ମାମଲା ସାମ୍ନାକୁ ଆସିଛି | ବାରଗାଓଁର ଜଣେ ଭଣ୍ଡାରୀ ଏକ ସଂକ୍ରମିତ କପଡା ବ୍ୟବହାର କରି ୬ ଜଣ ଗ୍ରାମବାସୀଙ୍କ କେଶ କାଟିଥିଲେ |

ଯାହାଫଳରେ ଲୋକମାନେ ଏହା ଦ୍ୱାରା ସଂକ୍ରମିତ ହୋଇଛନ୍ତି। ସମଗ୍ର ଗାଁକୁ ସିଲ୍ କରାଯାଇଛି। ଏଠାରେ ସୂଚନା ଥାଉ କି ଖରଗୋନ ଜିଲ୍ଲାରେ କରୋନା-ପଜିଟିଭ୍ ମାମଲା ସଂଖ୍ୟା ୬୦ କୁ ବୃଦ୍ଧି ପାଇଛି। ଜିଲ୍ଲାରେ କରୋନା ପଜିଟିଭ ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଉଛି | ଦୁଇ ଦିନ ମଧ୍ୟରେ ୧୯ ଜଣ ଲୋକ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe