image source-new indian express
ନୂଆଦିଲ୍ଲୀ: ନେଦରଲାଣ୍ଡ୍ର ଜଣେ ୮୯ ବର୍ଷୀୟା ମହିଳା ବିଶ୍ବରେ ପ୍ରଥମ ବ୍ୟକ୍ତି ଭାବେ କରୋନାରେ ପୁନଃ ସଂକ୍ରମିତ ହୋଇ ପ୍ରାଣ ହରାଇଛନ୍ତି ବୋଲି ଏକ ରିପୋର୍ଟରୁ ଜଣାପଡ଼ିଛି। ରିପୋର୍ଟ ଅନୁଯାୟୀ ଉକ୍ତ ମହିଳା ଜଣଙ୍କ ଏକ ବିରଳ ଧରଣର ବୋନ୍ ମ୍ୟାରୋ କର୍କଟରେ ପୀଡ଼ିତ ଥିଲେ। ତେବେ ସିଏନ୍ଏନ୍ର ଏକ ରିପୋର୍ଟ ଅନୁଯାୟୀ ଉକ୍ତ ମହିଳା କର୍କଟ ପାଇଁ ଏକ ଥେରାପି ଗ୍ରହଣ କରିବାପରେ ତାଙ୍କ ରୋଗ ପ୍ରତିରୋଧକ ଶକ୍ତି କମି ଯାଇଥିଲା। ଫଳରେ ଦ୍ବିତୀୟ ଥର କରୋନା ସଂକ୍ରମିତ ହେବାପରେ ସେ ରୋଗ ସହ ଲଢ଼ିପାରିଲେନି ଏବଂ ତାଙ୍କର ମୃତ୍ୟୁ ହୋଇଗଲା। ମହିଳା ଜଣଙ୍କ ପ୍ରଥମେ କରୋନା ସଂକ୍ରମିତ ହେବା ପରେ ଗୁରୁତର ହୋଇପଡ଼ିଥିଲେ ମଧ୍ୟ ଏଥିରୁ ସୁସ୍ଥ ହୋଇଥିଲେ। ତେବେ ୫୯ ଦିନ ପରେ ସେ ପୁଣି ଦ୍ବିତୀୟ ଥର ପାଇଁ କରୋନା ସଂକ୍ରମିତ ହୋଇଥିଲେ। ଚିକିତ୍ସା ସମୟରେ ତାଙ୍କର ମୃତ୍ୟୁ ହୋଇଯାଇଛି।
Follow Us