ୟୁରୋପରେ ପୁଣି ଦ୍ରୁତ ସଂକ୍ରମଣ: କଡ଼ା ପଦକ୍ଷେପ ଗ୍ରହଣ କରିବାକୁ କହିଲେ ‘ହୁ’ ପ୍ୟାରିସ୍‌ରେ କର୍ଫ୍ୟୁ

Advertisment
ୟୁରୋପରେ ପୁଣି ଦ୍ରୁତ ସଂକ୍ରମଣ: କଡ଼ା ପଦକ୍ଷେପ ଗ୍ରହଣ କରିବାକୁ କହିଲେ ‘ହୁ’ ପ୍ୟାରିସ୍‌ରେ କର୍ଫ୍ୟୁ

Coronavirus Live Updates : NPR

ଲଣ୍ଡନ୍‌: ୟୁରୋପ୍‌ରେ ପୁଣି ଦ୍ରୁତ କୋଭିଡ୍‌ ସଂକ୍ରମଣ ହେଉଛି। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ‘ହୁ’ ୟୁରୋପ୍‌ରେ ବଢ଼ୁଥିବା ସଂକ୍ରମଣକୁ ଦେଖି ଚିନ୍ତା ପ୍ରକଟ କରିଛି। ୟୁରୋପ୍‌ର ସଂକ୍ରମଣକୁ ‘ହୁ’ ରକେଟ୍‌ ସହ ତୁଳନା କରିଛି ଏବଂ ଏହାକୁ ନିୟନ୍ତ୍ରଣ କରିବାପାଇଁ କଡ଼ା ପଦକ୍ଷେପ ଗ୍ରହଣ କରିବାକୁ ପଡ଼ିବ ବୋଲି କହିଛି। ୟୁରୋପ୍‌ର ‘ହୁ’ ମୁଖ୍ୟ ଡ. ହାନ୍‌ସ କ୍ଲୁଗ୍‌ କହିଛନ୍ତି, ଯଦି ସଂକ୍ରମଣ କମିବ ନାହିଁ ତେବେ ଆହୁରି ଅଧିକ କଡ଼ା ପଦକ୍ଷେପ ଗ୍ରହଣ କରିବାକୁ ପଡ଼ିବ। ଭାଇରସ୍‌ ନିୟନ୍ତ୍ରଣ କରିବା ଦିଗରେ ୟୁରୋପୀୟ ରାଷ୍ଟ୍ରଗୁଡ଼ିକ କୌଣସି ପ୍ରକାର ସାଲିସ କରିବା ଉଚିତ୍‌ ନୁହେଁ ବୋଲି ସେ କହିଛନ୍ତି। ଡ. କ୍ଲୁଗ୍‌ କହିଛନ୍ତି, ଅଧିକାଂଶ ସଂକ୍ରମଣ ଘରେ ହିଁ ବୃଦ୍ଧି ପାଉଛି।

ସେ କହିଛନ୍ତି, ଯଦି ୯୫ ପ୍ରତିଶତ ଲୋକ ମାସ୍କ ପିନ୍ଧିବେ ଏବଂ ସାମାଜିକ ଦୂରତ୍ବ ଅବଲମ୍ବନ କରିବେ ତେବେ ୟୁ‌ରୋପ୍‌ ଫେବ୍ରୁଆରି ସୁଦ୍ଧା ୨ ଲକ୍ଷ ୮୧ ହଜାର ମୃତ୍ୟୁକୁ ଏଡ଼ାଇ ଦେଇପାରେ। କିନ୍ତୁ ଭାଇରସ୍‌ ନିୟନ୍ତ୍ରଣ ଦିଗରେ ଯଦି କୌଣସି କଡ଼ା ପଦକ୍ଷେପ ଗ୍ରହଣ ନହୁଏ ‌ତେବେ ଜାନୁଆରି ସୁଦ୍ଧା ମୃତ୍ୟୁ ୫ ଗୁଣ ବୃଦ୍ଧି ପାଇବ ବୋଲି ସେ କହିଛନ୍ତି। ସଂକ୍ରମଣ ବଢ଼ିବାପରେ ଫ୍ରାନ୍ସ କଡ଼ା ପଦକ୍ଷେପ ଗ୍ରହଣ କରିଛି। ପ୍ୟାରିସ୍‌ ଏବଂ ଅନ୍ୟ ୮ଟି ସହରରେ କର୍ଫ୍ୟୁ ଲାଗୁ ହୋଇଛି। ଜର୍ମାନୀ ଏବଂ ଆୟରଲାଣ୍ଡ୍‌ରେ ମଧ୍ୟ କଟକଣା କଡ଼ାକଡ଼ି ହୋଇଛି। ୬ ସପ୍ତାହ ପର୍ଯ୍ୟନ୍ତ ରାତି ୯ରୁ ସକାଳ ୬ ପର୍ଯ୍ୟନ୍ତ ସଟଡାଉନ୍‌ ଘୋଷଣା କରିଛନ୍ତି ରାଷ୍ଟ୍ରପତି ଇମାନୁଏଲ୍‌ ମାକ୍ରନ। ଜର୍ମାନିରେ ମଧ୍ୟ ଚାନ୍ସେଲର ଆଞ୍ଜେଲା ମର୍କେଲ୍‌ କଡ଼ା ପଦକ୍ଷେପ ଘୋଷଣା କରିଛନ୍ତି। ଜର୍ମାନିରେ ପୁଣି ନୂଆ ସଂକ୍ରମଣ ବୃଦ୍ଧି ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe