ଏଣିକି ଘରେ ବସି ମାତ୍ର ୨୦ ସେକେଣ୍ଡରେ ଆପଣ ପାଇପାରିବେ କରୋନା ରିପୋର୍ଟ, ଖର୍ଚ୍ଚ ହେବ ମାତ୍ର ୧୦୦ ଟଙ୍କା

ଏଣିକି ଘରେ ବସି ମାତ୍ର ୨୦ ସେକେଣ୍ଡରେ ଆପଣ ପାଇପାରିବେ କରୋନା ରିପୋର୍ଟ, ଖର୍ଚ୍ଚ ହେବ ମାତ୍ର ୧୦୦ ଟଙ୍କା

ନୂଆଦିଲ୍ଲୀ: ଆପଣଙ୍କ ପାଖରେ କରୋନାର କୌଣସି ଲକ୍ଷଣ ଦେଖାଦେଲେ ଆପଣ ତୁରନ୍ତ କରୋନା ପରୀକ୍ଷା କରାଉଛନ୍ତି । କିନ୍ତୁ ଏହି ପରୀକ୍ଷାର ରିପୋର୍ଟ ମିଳିବାରେ ସାମାନ୍ୟ ବିଳମ୍ବ ହେଉଛି । ଏବଂ କରୋନା ପରୀକ୍ଷା କରାଇବା ନିମନ୍ତେ ଆପଣଙ୍କୁ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ର କିମ୍ବା ହସ୍ପିଟାଲକୁ ଯିବାକୁ ପଡ଼ୁଛି।

ଏଣିକି କିନ୍ତୁ ଆପଣ ଘରେ ବସି ମାତ୍ର ୨୦ ସେକେଣ୍ଡରେ ପାଇପାରିବେ ଆପଣଙ୍କ କରୋନା ରିପୋର୍ଟ । ପ୍ରୟାଗରାଜର ମୋତି ଲାଲ ନେହେରୁ ରାଷ୍ଟ୍ରୀୟ ପ୍ରାଦ୍ୟୋଗିକ ସଂସ୍ଥାନର ବୈଜ୍ଞାନିକ ଖୁବ ଶୀଘ୍ର ପ୍ରସ୍ତୁତ କରିବାକୁ ଯାଉଛନ୍ତି ଏମିତି ଏକ ମେସିନ୍ । ଯେଉଁଥିରେ ଆପଣ ମାତ୍ର ୨୦ ସେକେଣ୍ଡରେ ଜାଣିପାରିବେ ଆପଣ କରୋନା ସଂକ୍ରମିତ ହୋଇଛନ୍ତି କି ନାହିଁ । ଆଉ ଏଥିପାଇଁ ଆପଣଙ୍କୁ ମାତ୍ର ୧୦୦ ଟଙ୍କା ଖର୍ଚ୍ଚ କରିବାକୁ ପଡିବ । ଏବେ ଆସନ୍ତୁ ଜାଣିବା କେମିତି କାମ କରିବ ଏହି ମେସିନ୍ ।

ଏହି ମେସିନ୍ ଏକ୍ସରେ ସ୍କାନ ଦ୍ୱାରା କରୋନା ସଂକ୍ରମିତ ରୋଗୀଙ୍କୁ ଚିହ୍ନଟ କରିପାରିବ । ଡିପ୍ ଏକ୍ସ ଡିଭାଇସ ସଫ୍ଟୱେୟାରକୁ ପୋର୍ଟେବଲ୍ ଏକ୍ସ-ରେ ସ୍କାନର ସହ ଯୋଡି ତନ୍ନ ତନ୍ନ କରି ଯାଞ୍ଚ କରିବ ଏହି ମେସିନ୍ । ଏବଂ ଏହି ସବୁ ଯାଞ୍ଚ ପାଇଁ ମେସିନକୁ ମାତ୍ର ୨୦ ସେକେଣ୍ଡ ସମୟ ଲାଗିବ । ଏବଂ ଏହା ପରେ ଆପଣ ଆପଣଙ୍କ କରୋନା ରିପୋର୍ଟ ତୁରନ୍ତ ପାଇପାରିବେ ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe