କେନ୍ଦ୍ରମନ୍ତ୍ରୀ ସିନ୍ଧିଆଙ୍କୁ କରୋନା

ଏହି କାରଣରୁ ପକେଟରେ ପିଆଜ ରଖନ୍ତି ସିନ୍ଧିଆ

Deccan Herald

ନୂଆଦିଲ୍ଲୀ : କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ କରୋନାରେ ସଂକ୍ରମିତ ହୋଇଛନ୍ତି। ଗତ ୧୩ ତାରିଖରେ ତାଙ୍କ ପୁଅ ମହାନାର୍ଯ୍ୟମନ ସିନ୍ଧିଆରେ କରୋନାରେ ଆକ୍ରାନ୍ତ ଚିହ୍ନଟ ହୋଇଥିଳେ। ଏହାପରେ ଡାକ୍ତରଙ୍କ ପରାମର୍ଶ କ୍ରମେ ସେ କରୋନା ପରୀକ୍ଷା କରିଥିଲେ। ଏଥିରେ ତାଙ୍କର ରିପୋର୍ଟ ପଜିଟିଭ ଆସିଛି। ନିଜେ ସିନ୍ଧିଆ ଟ୍ବିଟ୍ କରି କରୋନା ସଂକ୍ରମିତ ହୋଇଥିବା ନେଇ ସୂଚନା ଦେଇଛନ୍ତି। ଏଥିସହିତ ନିକଟ ଅତୀତରେ ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିମାନେ ଡାକ୍ତରଖାନା ଯାଇ ନିଜ ନିଜର ପରୀକ୍ଷା କରାଇ ନେବାକୁ ପରାମର୍ଶ ଦେଇଛନ୍ତି।

ଉଲ୍ଲେଖଯୋଗ୍ୟ, ସିନ୍ଧିଆ ଗତ ୧୬ ତାରିଖରେ ଗ୍ବାଲିୟରରେ ଆମ୍ବେଦକର ମହାକୁମ୍ଭରେ ଯୋଗ ଦେଇଥିଲେ। ସେହି କାର୍ଯ୍ୟକ୍ରମରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ, ବିଜେପି ପ୍ରଦେଶ ଅଧ୍ୟକ୍ଷ ବି ଡି ଶର୍ମା, କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ସିଂହ ତୋମର ଏବଂ ରାଜ୍ୟ ଗୃହମନ୍ତ୍ରୀ ନରୋତ୍ତମ ମିଶ୍ରଙ୍କ ସହ ସେ ମିଶିଥିଲେ। ଉଲ୍ଲେଖଯୋଗ୍ୟ ମହାନାର୍ଯ୍ୟମନ କରୋନା ପଜିଟିଭ ଚିହ୍ନଟ ହେବାପରେ ଜୟବିଳାସ ପ୍ୟାଲେସରେ ଏ‌କାନ୍ତବାସରେ ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe