ଚୀନ୍‌ରେ କରୋନାର ସୁନାମୀ: ପ୍ରମୁଖ ସହରଗୁଡ଼ିକରେ ଦୈନିକ ସଂକ୍ରମଣ ୫ ଲକ୍ଷରୁ ଉପରେ

ଭାରତରେ ଲକ୍‌ଡାଉନ୍‌ ସ୍ଥିତି ଆସିବ ନାହିଁ: ଗୁଲେରିଆ

ଚୀନ୍‌ରେ କରୋନାର ସୁନାମୀ: ପ୍ରମୁଖ ସହରଗୁଡ଼ିକରେ ଦୈନିକ ସଂକ୍ରମଣ ୫ ଲକ୍ଷରୁ ଉପରେ

Times of India

ବେଜିଂ: ଚୀନ୍‌ରେ ଏବେ କରୋନା ସଂକ୍ରମଣର ସୁନାମୀ ଚାଲିଛି ଏବଂ ଭୟାନକ ସ୍ଥିତିର ମୁକାବିଲା ପାଇଁ ଏକଛତ୍ରବାଦୀ କମ୍ୟୁନିଷ୍ଟ ସରକାର ସଂଘର୍ଷ କରୁଛି। ବେଜିଂ, ସାଂଘାଇ ପରି ପ୍ରମୁଖ ସହରଗୁଡ଼ିକରେ ଦୈନିକ ସଂକ୍ରମଣ ୫ ଲକ୍ଷରୁ ଉପରେ ରହୁଛି ବୋଲି ଚୀନ୍‌ର ଜଣେ ବରିଷ୍ଠ ସ୍ବାସ୍ଥ୍ୟ ଅଧିକାରୀ କହିଛନ୍ତି। ଅନ୍ୟପକ୍ଷରେ ବ୍ଲୁମ୍‌ବର୍ଗର ଆକଳନ ଅନୁଯାୟୀ ଚଳିତ ସପ୍ତାହରେ ଦିନକରେ ୩ କୋଟି ୭୦ ଲକ୍ଷ ଲୋକ ସଂକ୍ରମିତ ହୋଇଛନ୍ତି ଏବଂ ଏ ବାବଦରେ ପୂର୍ବ ଆକଳନ ସତ୍ୟ ପ୍ରମାଣିତ ହୋଇଥିବା ଦାବି କରାଯାଇଛି। ଅନ୍ୟପକ୍ଷରେ ସଂକ୍ରମଣ ନେଇ ବିଦେଶୀ ସଂସ୍ଥାର ଆକଳନକୁ ଚୀନ୍‌ ପ୍ରତ୍ୟାଖ୍ୟାନ କରିବା ସହ ନିଜ ଅଧିକାରୀଙ୍କ ବୟାନ ଉପରେ ମଧ୍ୟ ଅଙ୍କୁଶ ଲଗାଇଛି। ସରକାରଙ୍କ ବିନା ଅନୁମୋଦନରେ କୋଭିଡ ସଂକ୍ରମଣ ଓ ମୃତ୍ୟୁ ବାବଦରେ କୌଣସି ବୟାନ ଜାରି ହୋଇପାରିବ ନାହିଁ ବୋଲି ତାଗିଦ କରାଯାଇଛି।

ଚୀନ୍‌ ସ୍ଥିତିକୁ ଦେଖି ଭାରତ ସରକାର ବ୍ୟାପକ ସତର୍କତା ପଦକ୍ଷେପ ଗ୍ରହଣ କରିଥିବା ବେଳେ ଭାରତରେ ଏବେ ସ୍ଥିତି ଠିକ୍‌ ରହିଛି ବୋଲି ଏମ୍ସର ପୂର୍ବତନ ନିର୍ଦ୍ଦେଶକ ଡ. ରଣଦୀପ ଗୁଲେରିଆ କହିଛନ୍ତି। ଚୀନ୍‌ରେ ସଂକ୍ରମଣ ବଢ଼ାଇଥିବା ଓମିକ୍ରନ୍‌ ବିଏଫ୍‌.୭ ପ୍ରଜାତି ଭାରତରେ ପୂର୍ବରୁ ରହିଛି ଏବଂ ଏହା ସାଂଘାତିକ ସ୍ଥିତି ଆଣିବ ନାହିଁ ବୋଲି ସେ କହିଛନ୍ତି। ଲୋକଙ୍କ ମଧ୍ୟରେ ହାଇବ୍ରିଡ୍‌ ଇମ୍ୟୁନିଟି ରହିଥିବାରୁ ଆଉ ଲକ୍‌ଡାଉନ୍‌ ଆବଶ୍ୟକ ପଡ଼ିବ ନାହିଁ ବୋଲି ସେ କହିଛନ୍ତି। ସଂକ୍ରମଣ ରୋକିବାକୁ ଅନ୍ତର୍ଜାତୀୟ ଉଡ଼ାଣ ପ୍ରତିବନ୍ଧକ ଲଗାଇବା ସେତେ ପ୍ରଭାବୀ ହେଉନଥିବା ପୂର୍ବରୁ ପ୍ରମାଣିତ ହୋଇସାରିଛି ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe