ସବୁ ରେକର୍ଡ ଭାଙ୍ଗିଲା କରୋନା: ୨୪ଘଣ୍ଟାରେ ୮୩,୮୮୩ କରୋନା ଆକ୍ରାନ୍ତ ଚିହ୍ନଟ

Advertisment
ସବୁ ରେକର୍ଡ ଭାଙ୍ଗିଲା କରୋନା: ୨୪ଘଣ୍ଟାରେ ୮୩,୮୮୩ କରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଗତକାଲି ଆକ୍ରାନ୍ତଙ୍କ ସଂଖ୍ୟା ୭୮,୦୦୦ ପାର କରିିଥିବା ବେଳେ ଆଜି ସବୁ ରେକର୍ଡ ଭଙ୍ଗିଛି କରୋନା। ୨୪ଘଣ୍ଟାରେ ପ୍ରଥମ କରି ଆକ୍ରାନ୍ତଙ୍କ ସଂଖ୍ୟା ୮୦,୦୦୦ ଟପିଛି। ମୃତ୍ୟୁ ସଂଖ୍ୟା ମଧ୍ୟ ଗତକାଲି ଭଳି ୧,୦୦୦ ପାର କରିଛି। ଆଜି ୨୪ଘଣ୍ଟାରେ ୮୩,୮୮୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୦୪୩ଜଣଙ୍କର ମୃତ୍ୟୁ ଘଟିଛି।

ସେପ୍ଟେମ୍ବର ୩ତାରିଖ ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୩୮, ୫୩,୪୦୬ଜଣ କରୋନାଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଥିବା କଥା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ସୂଚନା ଦିଆଯାଇଛି । ଆକ୍ରାନ୍ତଙ୍କ ମଧ୍ୟରୁ ୨୯୭୦୪୯୨ ଜଣ ସୁସ୍ଥ ହୋଇଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ଜଣେ ଦେଶାନ୍ତର ଯାତ୍ରା କରିଛନ୍ତି। ବାକି ୬୭,୩୭୬ ଜଣ ଆକ୍ରାନ୍ତ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି । ୨୪ ଘଣ୍ଟା ମଧ୍ୟରେ ଜଣାପଡ଼ିଥିବା ୮୩,୮୮୩ ଆକ୍ରାନ୍ତଙ୍କୁ ମିଶାଇ ସମ୍ପ୍ରତି ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୮୧୫୫୩୮ରହିଛି।

ସୂଚନା ମୁତାବକ, ଗତକାଲି ୮ଟା ସୁଦ୍ଧା ସମଗ୍ର ଦେଶରେ ୩୭, ୬୯,୫୨୩ଜଣ କରୋନାଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଥିବା କଥା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ସୂଚନା ଦିଆଯାଇଥିଲା । ଆକ୍ରାନ୍ତଙ୍କ ମଧ୍ୟରୁ ୨୯୦୧୯୦୮ ଜଣ ସୁସ୍ଥ ହୋଇଥିଲେ ଏବଂ ସେମାନଙ୍କ ମଧ୍ୟରୁ ଜଣେ ଦେଶାନ୍ତର ଯାତ୍ରା କରିଥିଲେ। ବାକି ୬୬,୩୩୩ ଜଣ ଆକ୍ରାନ୍ତ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିଲା । ୨୪ ଘଣ୍ଟା ମଧ୍ୟରେ ଜଣାପଡ଼ିଥିବା ୭୮,୩୫୭ ଆକ୍ରାନ୍ତଙ୍କୁ ମିଶାଇ ସମ୍ପ୍ରତି ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୮୦୧୨୮୨ରହିଥିଲା। ଏହା ସହ ୨୪ ଘଣ୍ଟାରେ ୧୦୪୫ଜଣ ଆକ୍ରାନ୍ତ ପ୍ରାଣ ହରାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe