କମୁଛି ସଂକ୍ରମଣ: ଦେଶରେ ୨୪ ଘଣ୍ଟାରେ ୧୨, ୭୫୧ କରୋନା ଆକ୍ରାନ୍ତ ଚିହ୍ନଟ

Advertisment
କମୁଛି ସଂକ୍ରମଣ: ଦେଶରେ ୨୪ ଘଣ୍ଟାରେ ୧୨, ୭୫୧ କରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଦିନକୁ ଦିନ କରୋନା ସଂକ୍ରମଣ କମି କମି ଯାଉଛି। ଗତକାଲି ସଂକ୍ରମିତଙ୍କ ସଂଖ୍ୟା ୧୬,୧୬୭ ଥିବା ‌ବ‌େଳେ ଗତ ୨୪ ଘଣ୍ଟା ମଧ୍ୟରେ ୧୨, ୭୫୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଦେଶରେ ଏବେ ବି ସକ୍ରିୟ ଅଛନ୍ତି ୧୩୧୮୦୭ ଜଣ ଓ ସୁସ୍ଥ ହୋଇ ସାରିଲେଣି ୪୩୫୧୬୦୭୧ ଜଣ। ଏବେ ସୁଦ୍ଧା ଦେଶରେ କରୋନାରେ ମୃତ୍ୟୁବରଣ କରି ସାରିଛନ୍ତି ୫୨୬୭୭୨ ଜଣ। ଏବେ ଦୈନିକ ସଂକ୍ରମଣ ହାର ରହିଛି ୩.୫୦ ପ୍ରତିଶତ।

ଆମ ଦେଶରେ କରୋନା ପ୍ରଭାବ ସେତେ ବେଶି ଦେଖା ଦେଇନଥିଲେ ବି ଚୀନରେ କିନ୍ତୁ କରୋନା ପ‌ାଇଁ ତାଲାବନ୍ଦ ଘୋଷଣା ହୋଇଛି।  ପ୍ରାୟ ୧ ନିୟୁତ ଲୋକ ବସବାସ କରୁଥିବା ଚୀନ୍‌ ହାଇନାନ ପ୍ରଦେଶର ରାଜଧାନୀ ସାନ୍ୟା ନଗରୀ ଏକ ପ୍ରମୁଖ ପର୍ଯ୍ୟଟନସ୍ଥଳୀ ଭାବେ ଜଣାଶୁଣା। ଅନେକ ସମୟରେ ଏହାକୁ ‘ଚୀନ୍‌ର ହାୱାଇ’ ବୋଲି କୁହାଯାଏ। କୋଭିଡ୍ ସଂକ୍ରମଣ ରୋକିବା ପାଇଁ ଶନିବାର ଚୀନ୍ ସରକାର ଏହି ମହାନଗରୀକୁ ତାଲାବନ୍ଦ ଘୋଷଣା କରିଥିବାରୁ ପ୍ରାୟ ୮୦,୦୦୦ ପର୍ଯ୍ୟଟକ ଫସିରହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe