ନୂଆଦିଲ୍ଲୀ: ସାରା ବିଶ୍ୱର ନଜର ଏବେ କରୋନା ଟିକା ଉପରେ । ସଂକ୍ରମଣ ବଢୁଥିବା ବେଳେ କେବେ କରୋନା ଟିକା ଏହାକୁ ମାତ୍ ଦେବା ପାଇଁ ଆସିବ, ତା’ ଉପରେ ସମସ୍ତଙ୍କ ନଜର। ଅନ୍ୟପଟେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଚଳିତ ବର୍ଷ ଶେଷ ସୁଦ୍ଧା ଟିକା ଆସିବ ବୋଲି କହିବା ପରେ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଭାରତରେ ଏହି ଟିକା ଚଳିତ ବର୍ଷ ଶେଷ ସୁଦ୍ଧା ଆସିଲେ ମଧ୍ୟ ଲୋକଙ୍କ ପାଖରେ ପହଞ୍ଚିବାକୁ ଏହା ଜୁଲାଇ ହୋଇଯାଇପାରେ ବୋଲି କହିଛନ୍ତି ବରିଷ୍ଠ ଚିକିତ୍ସକ ଡାକ୍ତର ସାମି ସଲିମ । ତାଙ୍କ ମତରେ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ଆଗରୁ କରୋନା ଟିକା ଆଣିବାକୁ ଉଦ୍ୟମ କରାଯାଉଛି । କିନ୍ତୁ ନିର୍ଦ୍ଧିଷ୍ଟ ପର୍ଯ୍ୟାୟ ଦେଇ ଟିକା ପ୍ରସ୍ତୁତ ହେବା ଜରୁରୀ ବୋଲି ଡାକ୍ତର ସଲିମ କହିଛନ୍ତି ।
The Federal Newsସେହିପରି ବିଶିଷ୍ଟ ଭେଷଜ ବିଶେଷଜ୍ଞ ଡାକ୍ତର ନିରଜ ମିଶ୍ରଙ୍କ ମତରେ ଅକ୍ସଫୋର୍ଡ ଭ୍ୟାକ୍ସିନ ସବୁଠୁ ଆଗୁଆ ରହିଛି ଏବଂ ତାର ରିଭ୍ୟୁ ପାଇଁ ଖୁବଶୀଘ୍ର ସେଫ୍ଟି କମିଟି ପାଖକୁ ପଠାଯିବ । ଫଳରେ ଚଳିତ ମାସ ଶେଷ ସୁଦ୍ଧା ଏହାର ଅନୁମତି ମିଳିବା ସମ୍ଭାବନା ରହିଛି । ଅନ୍ୟଗୁଡିକ ମଧ୍ୟ ପର୍ଯ୍ୟାୟ କ୍ରମେ ଆସିବ ଏବଂ ସ୍ୱଦେଶୀ ଟିକାଗୁଡ଼ିକ ତୃତୀୟ ପର୍ଯ୍ୟାୟରେ ରହିଥିବାରୁ ୫ରୁ ୬ ମାସ ପରେ ଟିକା ଉପଲବ୍ଧ ହେବାର ସମ୍ଭାବନା ରହିଛି ।
Follow Us