ଉହାନ୍ ବାଦୁଡି଼ ଗବେଷଣାର ଗୁମର ଫିଟୁଛି : ପରୀକ୍ଷାଗାରରୁ ବ୍ୟାପିଛି କୋଭିଡ୍ ସଂକ୍ରମଣ

Advertisment

ଆମେରିକା ଅନୁଦାନରେ ଚାଲିଥିଲା ଗବେଷଣା

ଆମେରିକା ଅନୁଦାନରେ ଚାଲିଥିଲା ଗବେଷଣା

କଟକଣା ସତ୍ତ୍ୱେ ବଢ଼ୁଛି ପ୍ରକୋପ : ୨୪ ଘଣ୍ଟାରେ ୧୪୦୮ ସଂକ୍ରମିତ, ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୨୪,୬୨୦

China Daily

ସିଙ୍ଗାପୁର : ମହାମାରୀ କୋଭିଡ୍–୧୯ର ଉତ୍ପତ୍ତିସ୍ଥଳକୁ କେନ୍ଦ୍ର କରି ଆମେରିକା ଓ ଚୀନ୍ ମଧ୍ୟରେ ସମ୍ପ୍ରତି ବାଦବିବାଦ ଲାଗି ରହିଥିବା ବେଳେ ଏହି ଘାତକ ଭୂତାଣୁର ଗବେଷଣା ସମ୍ପର୍କରେ ମିଳିଥିବା ଏକ ସଦ୍ୟ ରିପୋର୍ଟ ଚୀନ୍‌ର ମୁଖା ଖୋଲିଦେଇଛିା ଏଥି ସହିତ ଆମେରିକାର କାରନାମାକୁ ମଧ୍ୟ ନାପସନ୍ଦ କରାଯାଇଛିା କେନ୍ଦ୍ରୀୟ ଚୀନ୍‌ର ହୁବେଇ ପ୍ରଦେଶର ରାଜଧାନୀ ଉହାନ ସହର ସ୍ଥିତ ଭୂତାଣୁ ବିଜ୍ଞାନ ପ୍ରତିଷ୍ଠାନରୁ ହିଁ ଏହି ମହାମାରୀ ପ୍ରଥମେ ବ୍ୟାପିଛି ବୋଲି ବିଶ୍ବ ସମୁଦାୟର ଅନୁମାନ ଏବେ ଧୀରେ ଧୀରେ ସ୍ପଷ୍ଟ ହେବାରେ ଲାଗିଛିା କରୋନା ଭୂତାଣୁର ଆବିର୍ଭାବସ୍ଥଳ ଭାବେ ବିଚାର କରାଯାଉଥିବା ଏକ ଗୁମ୍ଫାରେ ରହିଥିବା ବାଦୁଡି଼ମାନଙ୍କ ଉପରେ ଚୀନ୍‌ ଭୂତାଣୁ ଗବେଷକମାନେ ପରୀକ୍ଷା ନିରୀକ୍ଷା ଚଳାଇ ଆସୁଥିବା କଥା ଜଣାପଡି଼ବା ପରେ ଏଭଳି ଧାରଣା ସୃଷ୍ଟି ହୋଇଛି। ଆମେରିକାର ଅନୁଦାନରେ ଏହି ଗବେଷଣା ଚାଲିଥିଲା ବୋଲି ଜଣାପଡ଼ିଛି।

'ଦି ଡେଲି ମେଲ୍'ରେ ରବିବାର ପ୍ରକାଶିତ ଏହି ରିପୋର୍ଟ ଅନୁଯାୟୀ, ଉହାନ୍ ସହର ଠାରୁ ୧୦୦୦ ମାଇଲ୍ ଦୂର ଦକ୍ଷିଣପଶ୍ଚିମ ଚୀନ୍ର ୟୁନାନ୍ ପ୍ରଦେଶରୁ ସଂଗୃହୀତ ବାଦୁଡି଼ମାନଙ୍କ ଉପରେ ହିଁ ଉହାନ ସ୍ଥିତ ଏହି ବିଜ୍ଞାନାଗାରରେ ଗବେଷଣା ଜାରି ରହିଥିଲାା ଏଥିପାଇଁ ଗବେଷକମାନଙ୍କୁ ଆମେରିକା ସରକାର ୩୭ଲକ୍ଷ ଆମେରିକୀୟ ଡଲାର ଆର୍ଥିକ ପ୍ରୋତ୍ସାହନ ରାଶି ଯୋଗାଇ ଦେଇଥିଲୋ ଆମେରିକାର ଜାତୀୟ ସ୍ବାସ୍ଥ୍ୟ ପ୍ରତିଷ୍ଠାନର ଏକ ପ୍ରକଳ୍ପ ସ୍ବରୂପ ଏହି ଗବେଷଣା ଚାଲୁ ରହିଥିଲାା ଉକ୍ତ ଗବେଷଣା ଆଧାରରେ କୋଭିଡ୍–୧୯ର ଅସ୍ଥିତ୍ବ ୟୁନାନ୍ ଗୁମ୍ଫାରୁ ସଂଗୃହୀତ ବାଦୁଡି଼ଙ୍କ ଠାରେ ଗବେଷକମାନେ ଦେଖିବାକୁ ପାଇଥିଲେ ବୋଲି କୁହାଯାଇଛିା ଏ ସଂକ୍ରାନ୍ତ ସବିଶେଷ ବିବରଣୀ ୨୦୧୭ ନଭେମ୍ବରରେ ପ୍ରକାଶ ପାଇଥିଲାା ସୁତରାଂ, ଉହାନ୍‌ ମାଂସ ବଜାରରୁ ହିଁ କୋଭିଡ୍–୧୯ ପ୍ରଥମେ ମନୁଷ୍ୟ ଶରୀରରେ ସଂକ୍ରମଣ ଆରମ୍ଭ କରଥିଲା ବୋଲି ପ୍ରଥମରୁ ପ୍ରଦତ୍ତ ଧାରଣା ଏବେ ସନ୍ଦେହ ସୃଷ୍ଟି କରିଛିା କାରଣ ଗତ ସପ୍ତାହରେ ଉହାନ ଜିନ୍ୟିତାନ୍ ହସ୍ପିଟାଲ୍‌ର ଜନୈକ ଡାକ୍ତରଙ୍କ କହିବା ଅନୁସାରେ କରୋନା ଆକ୍ରାନ୍ତ ପ୍ରଥମ ୪୧ ଜଣଙ୍କ ମଧ୍ୟରୁ ୧୩ ଜଣ ଉକ୍ତ ମାଂସ ବଜାର ସଂସ୍ପର୍ଶରେ ଆଦୌ ଆସିନଥିଲୋ ତେଣୁ ଉକ୍ତ ମାଂସବଜାର ଯେ ଏକମାତ୍ର କୋଭିଡ୍–୧୯ର ଉତ୍ପତ୍ତି ସ୍ଥଳ ସେମିତି କିଛି ମାନେ ନାହେଁ ବୋଲି ସେ କହିଛନ୍ତିା ଅପରପକ୍ଷେ, ଉହାନ୍ ସ୍ଥିତ ପରୀକ୍ଷାଗାରରେ ଯେ ଅସତର୍କତାବଶତଃ କୌଣସି ଦୁର୍ଘଟଣା କାରଣରୁ ଏହି ଭୂତାଣୁର ବ୍ୟାପକତା ଲୋକଲୋଚନକୁ ଆସିଥିବା ସମ୍ଭାବନାକୁ ଏଡ଼ାଇ ଦିଆଯାଇନପାରେ ବୋଲି ବ୍ରିଟେନ୍ ସରକାରଙ୍କ ଜଣେ ବରିଷ୍ଠ ଅଧିକାରୀ ଦୃଢେ଼ାକ୍ତି ପ୍ରକାଶ କରିଛନ୍ତିା

ଏକ ଅସମର୍ଥିତ ସୂତ୍ରର ଦାବି ମୁତାବକ, ଉହାନ୍ ସ୍ଥିତ ଏହି ଭୂତାଣୁ ଗବେଷଣା କେନ୍ଦ୍ରର କିଛି ଗବେଷକଙ୍କୁ ହିଁ ପ୍ରଥମେ କୋଭିଡ୍–୧୯ ସଂକ୍ରମିତ ହୋଇଥିଲା। ସେମାନେ ଉକ୍ତ ଭୂତାଣୁ ସମ୍ବଳିତ ରକ୍ତ କଣିକାକୁ ପରିଚାଳନା କରୁଥିବା ବେଳେ ଏକ ଅଭାବନୀୟ ପରିସ୍ଥିତିରେ ତାହା ସେମାନଙ୍କଠାରେ ପ୍ରଥମେ ପ୍ରବେଶ କରିଥିଲା। ପରେ ପରେ ଉକ୍ତ ଗବେଷକମାନଙ୍କ ସଂସ୍ପର୍ଶରେ ଆସିଥିବା ସ୍ଥାନୀୟ ଲୋକଙ୍କଠାରେ କୋଭିଡ୍–୧୯ର ସଂକ୍ରମଣ ବ୍ୟାପିଥିଲା। ଜୀବଜନ୍ତୁଙ୍କ ଠାରେ ପରୀକ୍ଷା ନିରୀକ୍ଷା ସରିବା ପରେ ଗବେଷଣାଗାର କର୍ତ୍ତୃପକ୍ଷ ସଂକ୍ରମିତ ଜୀବଜନ୍ତୁଙ୍କୁ ଉକ୍ତ ବଜାରକୁ ମାଂସ ବିକ୍ରି ଉେଦ୍ଦଶ୍ୟରେ ଯୋଗାଉଥିବା କିଛି ବିଚିତ୍ର ନୁହେଁ ବୋଲି ଆମେରିକାର ହ୍ବାଇଟ୍ କୋଟ୍ ଓ୍ବେଷ୍ଟ୍ ସଂସ୍ଥାର ଅଧ୍ୟକ୍ଷ ଆନ୍ତ୍ରୋନି ବେଲଟ୍ଟି ଆଶଙ୍କା ବ୍ୟକ୍ତ କରିଛନ୍ତିା ସେହିପରି ଆମେରିକା ଏପରି ଚୀନ୍‌ରେ ଅର୍ଥ ଖଟାଇ ପଶୁମାନଙ୍କ ଉପରେ ବୀଭତ୍ସ ଗବେଷଣା ଜାରି ରଖିବା ପ୍ରକ୍ରିୟାକୁ ମଧ୍ୟ ଅନେକ ସଚେତନ ନାଗରିକ ନାପସନ୍ଦ କରିଛନ୍ତିା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe