ଭାରତରେ କରୋନା ଆକ୍ରାନ୍ତ ସଂଖ୍ୟା ୨୦ ହଜାର ଛୁଇଁଲା, ୨୪ ଘଣ୍ଟାରେ ୫୦ ମୃତ, ୧୩୮୩ ନୂଆ ମାମଲା

Advertisment

ମହାରାଷ୍ଟ୍ରରେ ୬୨୦୦ ଆକ୍ରାନ୍ତ, ଦିଲ୍ଲୀରେ ୨୮୧୪

ମହାରାଷ୍ଟ୍ରରେ ୬୨୦୦ ଆକ୍ରାନ୍ତ, ଦିଲ୍ଲୀରେ ୨୮୧୪

ଦେଶରେ କରୋନା ସଂକ୍ରମିତ: ଦିନକରେ ରେକର୍ଡ ୨୩୯୬ ଆକ୍ରାନ୍ତ, ସଂଖ୍ୟା ୩୭ ହଜାର ଟପିଲା

News Track English

ନୂଆଦିଲ୍ଲୀ : ଭାରତରେ କରୋନା ଭାଇରସ୍‌ ସଂକ୍ରମଣର ନୂଆ ମାମଲାରେ ଅଚାନକ ବୃଦ୍ଧି ଦେଖିବାକୁ ମିଳିଛି। ଦେଶବ୍ୟାପୀ କରୋନା ସଂକ୍ରମିତ ଲୋକଙ୍କ ସଂଖ୍ୟା ୨୦ ହଜାରରେ ପହଞ୍ଚିଯାଇଛି। ବିଗତ ୨୪ ଘଣ୍ଟା ମଧ୍ୟରେ କରୋନା ଭାଇରସ୍‌ ସଂକ୍ରମଣର ୧୩୮୩ଟି ନୂଆ ମାମଲା ସାମ୍ନାକୁ ଆସିଛି। ଅନ୍ୟପକ୍ଷରେ ଏଥିରେ ୫୦ ଲୋକଙ୍କ ମୃତ୍ୟୁ ଘଟିଛି। ଆଜି ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଜାରି ବିଜ୍ଞପ୍ତି ମୁତାବକ ଆକ୍ରାନ୍ତ ସଂଖ୍ୟା ୨୦ ହଜାରରେ ପହଞ୍ଚିଛି। ଅନ୍ୟପକ୍ଷରେ ଏହି ମହମାରୀରେ ଆଜି ସୁଦ୍ଧା ମୃତକଙ୍କ ସଂଖ୍ୟା ୬୪୦ରେ ପହଞ୍ଚିଯାଇଛି। ଦେଶରେ ୧୫୪୭୪ ସକ୍ରିୟ ମାମଲା ରହିଥିବା ବେ‌ଳେ ୩୮୭୦ ଲୋକ ସଂପୂର୍ଣ୍ଣ ସୁସ୍ଥ ହୋଇଥିବା ଜଣାପଡ଼ିଛି। କରୋନା ଭାଇରସ୍‌ରେ ସର୍ବାଧିକ ୨୫୧ ଲୋକଙ୍କ ମୃତ୍ୟୁ ମହାରାଷ୍ଟ୍ରରେ ହୋଇଛି। ଏଠାରେ ଆକ୍ରାନ୍ତଙ୍କ ସଂଖ୍ୟା ୬୧୯୧ରେ ପହଞ୍ଚିଛି।

ଜାତୀୟ ରାଜଧାନୀ ଦିଲ୍ଲୀରେ ମଧ୍ୟ କରୋନା ସଂକ୍ରମଣ ମାମଲା ବଢ଼ିବାରେ ଲାଗିଛି। ଆଜି ସୁଦ୍ଧା ୨୮୧୪ ମାମଲା ଆସିଥିବା ବେଳେ ମୃତ୍ୟୁ ସଂଖ୍ୟା ୪୭ରେ ପହଞ୍ଚିଛି। ଦିଲ୍ଲୀରେ ୬୧୧ ଜଣ ସଂପୂର୍ଣ୍ଣ ସୁସ୍ଥ ହୋଇଛନ୍ତି। ତାମିଲନାଡ଼ୁରେ ଏବେ ସ୍ଥିତି ଉଦ୍‌ବେଗଜନକ ରହିଛି। ଏଠାରେ ଆକ୍ରାନ୍ତଙ୍କ ସଂଖ୍ୟା ୨୨୪୯ରେ ପହଞ୍ଚିଛି। ଏଥିରୁ ୧୫୯୬ ମାମଲା ସକ୍ରିୟ ରହିଛି। ରାଜ୍ୟରେ ମହାମାରୀ ଏ ପର୍ଯ୍ୟନ୍ତ ୧୮ ଜଣଙ୍କ ଜୀି ଏବଂ ୬୩୫ ଜଣ ସୁସ୍ଥ ହୋଇ ହସ୍ପିଟାଲରୁ ଫେରିଛନ୍ତି। କେରଳରେ କେରାନା ଭାଇରସ୍‌ ସଂକ୍ରମିତଙ୍କ ସଂଖ୍ୟା ୭୩୭ ରହିଛି। ରାଜ୍ୟରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩୦୭ ଜଣ ସୁସ୍ଥ ହୋଇଛନ୍ତି। ଗୁଜରାଟରେ କରୋନା ଭାଇରସ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୨୪୦୭ରେ ପହଞ୍ଚିଛି ଏବଂ ରାଜ୍ୟରେ ୯୦ ଲୋକଙ୍କ ମୃତ୍ୟୁ ହୋଇଛି। ୧୩୯ ଜଣ ସୁସ୍ଥ ହୋଇଥିବା ରାଜ୍ୟ ସରକାର ସୂଚନା ଦେଇଛନ୍ତି। କର୍ଣ୍ଣାଟକରେ ସଂକ୍ରମିତଙ୍କ ସଂଖ୍ୟା ୫୬୪ରେ ପହଞ୍ଚିଛି। ୧୨୯ ଜଣ ସୁସ୍ଥ ହୋଇଥିବା ବେଳେ ୧୭ ଜଣଙ୍କ ମୃତ୍ୟୁ ଘଟିଛି। ମଧ୍ୟପ୍ରଦେଶରେ ସଂକ୍ରମିତଙ୍କ ସଂଖ୍ୟା ୧୭୭୬ରେ ପହଞ୍ଚିଛି ଏବଂ ସେମାନଙ୍କ ମଧ୍ୟରୁ ୭୬ ଜଣଙ୍କ ମୃତ୍ୟୁ ଘଟିଛି। ରାଜ୍ୟରେ ଆଜି ସୁଦ୍ଧା ୧୪୯୮ ଜଣ ସୁସ୍ଥ ହୋଇଥିବା ରିପୋର୍ଟ ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe