ଭାରତକୁ କରୋନା ପ୍ରବେଶ କରିନି: ସ୍ବାସ୍ଥ୍ୟ ମନ୍ତ୍ରୀ

ଦିଲ୍ଲୀର ଆରଏମ୍‌ଏଲ ହସ୍ପିଟାଲ୍‌ରେ ୩ ଜଣ ଭାଇରସ୍‌ ଆକ୍ରାନ୍ତ ଆଶଙ୍କା

କେରଳରେ କରୋନା ଆକ୍ରାନ୍ତଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର

India TV

ନୂଆଦିଲ୍ଲୀ: କରୋନା ଭାଇରସ୍‌ ଆକ୍ରାନ୍ତ ହୋଇଥିବା ଆଶଙ୍କାରେ ୩ ଜଣ ବ୍ୟକ୍ତିଙ୍କୁ ଦିଲ୍ଲୀର ରାମ ମନୋହର ‌ଲୋହିଆ ହସ୍ପିଟାଲ୍‌ରେ ଅବଜରବେସନ୍‌ରେ ରଖି ଚିକିତ୍ସା କରାଯାଉଛି। ସମସ୍ତ ୩ ଜଣ ରୋଗୀଙ୍କୁ ହସ୍ପିଟାଲ୍‌ର ସ୍ବତନ୍ତ୍ର ୱାର୍ଡରେ ରଖାଯାଇଛି। ଉକ୍ତ ୩ ଜଣ ବ୍ୟକ୍ତି ଗତକାଲି ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଥିବା ବେଳେ ସେମାନଙ୍କ ରକ୍ତ ନମୁନା ପରୀକ୍ଷା ପାଇଁ ପଠାଯାଇଛି। ସେମାନଙ୍କ ମଧ୍ୟରୁ ୨ ଜଣ ଦିଲ୍ଲୀ ବାସିନ୍ଦା ହୋଇଥିବା ବେଳେ ଅନ୍ୟ ଜଣେ ଏନ୍‌ସିଆର ବାସିନ୍ଦା। ସୋମବାର ସୁଦ୍ଧା ସମୁଦାୟ ୩୩,୫୫୨ ଯାତ୍ରୀ ଚୀନ୍‌ରୁ ଆସି ଭାରତରେ ପହଞ୍ଚିଛନ୍ତି। ‌ସେମାନଙ୍କୁ ଭଲଭାବେ ସ୍କ୍ରିନିଂ କରାଯାଇଛି। କରୋନା ଭାଇରସ୍‌ ପାଇଁ ଭାରତରେ ବି ଭୟ ଖେଳି ଯାଇଥିବା ବେଳେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଡକ୍ଟର ହର୍ଷ ବର୍ଦ୍ଧନ କହିଛନ୍ତି, ଭୟ କରିବାର କିଛି ନାହିଁ। କରୋନା ଭାଇରସ୍‌ ଏ ପର୍ଯ୍ୟନ୍ତ ଭାରତକୁ ଆସିନାହିଁ। ତେବେ ଏନେଇ ଆଗୁଆ ପଦକ୍ଷେପ ଗ୍ରହଣ କରାଯାଉଛି। ସମସ୍ତ ହସ୍ପିଟାଲ୍‌ମାନଙ୍କରେ ସ୍ବତନ୍ତ୍ର ୱାର୍ଡ ବ୍ୟବସ୍ଥା ପାଇଁ କୁହାଯାଇଥିବା ହର୍ଷ ବର୍ଦ୍ଧନ କହିଛନ୍ତି। ‌ ବର୍ତ୍ତମାନ ସୁଦ୍ଧା ୭ଟି ବିମାନ ବନ୍ଦରରେ ଯାତ୍ରୀମାନଙ୍କର ଥର୍ମାଲ୍‌ ସ୍କ୍ରିନିଂ କରାଯାଉଥିବା ବେଳେ ଏଣିକି ୨୦ଟି ବିମାନ ବନ୍ଦରରେ ଯାତ୍ରୀମାନଙ୍କ ଥର୍ମାଲ୍‌ ସ୍କ୍ରିନିଂ ହେବ ବୋଲି ହର୍ଷ ବର୍ଦ୍ଧନ କହିଛନ୍ତି। ରକ୍ତ ନମୁନା ପରୀକ୍ଷା ପାଇଁ ଅଧିକ ୪ଟି ଲ୍ୟାବ୍‌କୁ କାର୍ଯ୍ୟକ୍ଷମ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe