କରୋନା ଭାଇରସ୍‌ ପ୍ରଭାବ: ୧୩ ଦେଶରେ ସ୍କୁଲ୍‌ ବନ୍ଦ, ୨୯୦ ନିୟୁତ ଛାତ୍ରଛାତ୍ରୀଙ୍କ ପାଠପଢ଼ାରେ ବାଧା

Advertisment
କରୋନା ଭାଇରସ୍‌ ପ୍ରଭାବ: ୧୩ ଦେଶରେ ସ୍କୁଲ୍‌ ବନ୍ଦ, ୨୯୦ ନିୟୁତ ଛାତ୍ରଛାତ୍ରୀଙ୍କ ପାଠପଢ଼ାରେ ବାଧା

ନୂଆଦିଲ୍ଲୀ: କରୋନା ଭାଇରସ୍‌ର ମୁକାବିଲା ପାଇଁ ସବୁ ଦେଶରେ ବ୍ୟାପକ ପଦକ୍ଷେପମାନ ଗ୍ରହଣ ହେଉଛି। ଭାଇରସ୍‌ ଏବେ ପ୍ରାୟ ୮୫ଟି ରାଷ୍ଟ୍ରକୁ ବ୍ୟାପି ସାରିଛି। ତେବେ ପ୍ରାୟ ୧୩ଟି ଦେଶରେ ଏବେ ଭାଇରସ୍‌କୁ ନେଇ ଅଧିକ ଭୟ ସୃଷ୍ଟି ହୋଇଥିବାରୁ ଏହି ୧୩ଟି ଦେଶରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍କୁଲ୍‌ ବନ୍ଦ ହୋଇଛି। ଏଥି ଯୋଗୁଁ ପ୍ରାୟ ୨୯କୋଟି ୫୦ ଲକ୍ଷ ଛାତ୍ରଛାତ୍ରୀ ସ୍କୁଲ୍‌ ଯାଇ ପାରୁନାହାନ୍ତି। ଏହାଦ୍ବାରା ସେମାନଙ୍କ ପାଠପଢ଼ାରେ ବାଧା ସୃଷ୍ଟି ହୋଇଛି। ଅନ୍ୟପକ୍ଷେ ଅନ୍ୟ ୯ଟି ଦେଶରେ କିଛି ସ୍ଥାନୀୟ ଅଞ୍ଚଳରେ ସ୍କୁଲ୍‌ ବନ୍ଦ ରହିଛି। ୟୁନେସ୍କୋ ମୁଖ୍ୟ ଅଡ୍ରି ଅଜୋଲେ କହିଛନ୍ତି, ସଙ୍କଟ ସମୟରେ ସ୍କୁଲ୍‌ ବନ୍ଦ ରହିବା କିଛି ନୂଆ କଥା ନୁହେଁ। କିନ୍ତୁ ବର୍ତ୍ତମାନ ପରିପ୍ରେକ୍ଷୀରେ ଯେଉଁ ସ୍ଥିତି ସୃଷ୍ଟି ହୋଇଛି ଏହାଦ୍ବାରା ଶିକ୍ଷାକ୍ଷେତ୍ରରେ ଅସନ୍ତୁଳନ ସୃଷ୍ଟି ହେଉଛି। ‌ଏହି ସ୍ଥିତି ଯଦି ବେଶୀଦିନ ଲାଗି ରହେ ତେବେ ଏହା ଶିକ୍ଷା‌ ଅଧିକାର ପ୍ରତି ବିପଦ ଭାବେ ଠିଆ ହେବ। ଇତିମଧ୍ୟରେ ଇଟାଲି ଗତକାଲି ଏହାର ସମସ୍ତ ସ୍କୁଲ୍‌ ଏବଂ କଲେଜ୍‌କୁ ମାର୍ଚ୍ଚ ୧୫ ଯାଏଁ ବନ୍ଦ ରଖିଛି। ୟୁଏଇରେ ବି ସବୁ ସ୍କୁଲ୍‌ ବନ୍ଦ ଘୋଷଣା କରାଯାଇଛି। ଦକ୍ଷିଣ କୋରିଆରେ ନୂଆ ଶିକ୍ଷାବର୍ଷ ଆରମ୍ଭ ସମୟକୁ ମାର୍ଚ୍ଚ ୨୩ଯାଏଁ ଘୁଞ୍ଚାଇ ଦିଆଯାଇଛି। ଜାପାନ୍‌ରେ ବି ଜାପାନ ପ୍ରଧାନମନ୍ତ୍ରୀ ସିଂଜୋ ଆବେ ମାର୍ଚ୍ଚରେ ସମସ୍ତ କ୍ଲାସ୍‌ ବାତିଲ ପାଇଁ ଘୋଷଣା କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe