ଭାରତରେ ପୁ‌ଣି କରୋନାର କାୟାବିସ୍ତାର: ୨୪ ଘଣ୍ଟାରେ ୩,୦୧୬ ନୂଆ ମାମଲା, ୬ ମାସରେ ସର୍ବାଧିକ

Advertisment
ଦେଶରେ ସକ୍ରିୟ ସଂକ୍ରମଣ ୪୦ ହଜାର ଟପିଗଲା: ୭,୮୩୦ ନୂଆ ମାମଲା , ୭ ମାସରେ ସର୍ବାଧିକ

ନୂଆଦିଲ୍ଲୀ: ଭାରତରେ ପୁଣି କୋଭିଡ୍‌ ସଂକ୍ରମଣ ଜୋର୍‌ ଧରିଛି । ଗତ ୨୪ ଘଣ୍ଟାରେ ଦେଶରେ ୩,୦୧୬ ନୂଆ କୋଭିଡ୍ ମାମଲା ଚିହ୍ନଟ ହୋଇଛି, ଯାହା ଗତ ୬ ମାସ ଭିତରେ ସର୍ବାଧିକ। ଗତ ୨୪ ଘଣ୍ଟାରେ ୧୪ ଜଣଙ୍କର କୋଭିଡ୍ଜନିତ ମୃତ୍ୟୁ ମଧ୍ୟ ଘଟିଛି, ଯେଉଁଥିରୁ ୮ଟି ହେଉଛି କେରଳର ପୁରୁଣା ମୃତ୍ୟୁ ଘଟଣା ଯାହା ଆଗରୁ ରିପୋର୍ଟ କରାଯାଇ ନ ଥିଲା। ଏହା ପୂର୍ବରୁ ଗତ ଅକ୍ଟୋବର ୨, ୨୦୦୨ରେ ସର୍ବାଧିକ ୩,୩୭୫ ଜଣ ଗୋଟିଏ ଦିନରେ ସଂକ୍ରମିତ ହୋଇଥିଲେ। ସ୍ବାସ୍ଥ୍ୟ ମନ୍ତ୍ରଣାଳୟରୁ ଗୁରୁବାର ମିଳିଥିବା ତଥ୍ୟ ଅନୁସାରେ ବର୍ତ୍ତମାନ ଦେଶରେ ୧୩,୫୦୯ଟି ସକ୍ରିୟ ମାମଲା ଥିବା ବେଳେ ସାପ୍ତାହିକ ପଜିଟିଭିଟି ହାର ହେଉଛି ୧.୭୧ ପ୍ରତିଶତ।

ବୁଧବାର ୨,୧୫୧ ଜଣ ସଂକ୍ରମିତ ହୋଇଥିବା ବେଳେ ଗୁରୁବାର ସେଥିରେ ୪୦ ପ୍ରତିଶତ ବୃଦ୍ଧି ଘଟିଛି। ୧୪ ଜଣଙ୍କ ମୃତ୍ୟୁ ସହ ମୋଟ ମୃତ୍ୟୁ ସଂଖ୍ୟା ୫,୩୦,୮୬୨କୁ ବୃଦ୍ଧି ପାଇଛି। ସେହିପରି ଆରୋଗ୍ୟ ସଂଖ୍ୟା ୪,୪୧,୬୮,୩୨୧କୁ ବୃଦ୍ଧି ପାଇଥିବା ବେଳେ ମୃତ୍ୟୁ ହାର ୧.୧୯ ପ୍ରତିଶତ ରହିଛି। ଦୈନିକ ପଜିଟିଭିଟି ହାର ୨.୭୩ ପ୍ରତିଶତ ହୋଇଥିବା ବେଳେ ଆରୋଗ୍ୟ ହାର ୯୮.୭୮ ପ୍ରତିଶତ ରହିଥିବା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ତଥ୍ୟରୁ ଜଣାପଡ଼ିଛି।

ଗତ ୨୪ ଘଣ୍ଟାରେ ମହାରାଷ୍ଟ୍ରରେ ୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଦିଲ୍ଲୀରେ ୨ ଜଣ ଏବଂ ହିମାଚଳପ୍ରଦେଶରେ ଜଣଙ୍କର ମୃତ୍ୟୁ ଘଟିଛି। ସେହିପରି କେରଳରେ ଆଗରୁ ହୋଇଥିବା ୮ଟି ମୃତ୍ୟୁକୁ ଆଜି ପଞ୍ଜୀକୃତ କରାଯାଇଛି। କୋଭିଡ୍ ସଂକ୍ରମଣ ବୃଦ୍ଧି ପାଉଥିବା ନେଇ ଦିଲ୍ଲୀ ସ୍ବାସ୍ଥ୍ୟମନ୍ତ୍ରୀ ସୌରଭ ଭରଦ୍ବାଜ ଗୁରୁବାର ଏକ ଜରୁରୀ ସମୀକ୍ଷା ବୈଠକ ଡକାଇଛନ୍ତି। ମହାରାଷ୍ଟ୍ର ଓ ଦିଲ୍ଲୀ ସରକାର ଆଜି କରୋନା ମୁକାବିଲା ରଣନୀତି ଉପରେ ବୈଠକ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe