କରୋନା ଆତଙ୍କ: ଭାରତରେ ପୁଣି ୨ଜଣ ଆକ୍ରାନ୍ତ, ପୂର୍ବରୁ ୩ ଜଣ ଆକ୍ରାନ୍ତ ସମ୍ପୂର୍ଣ୍ଣ ସୁସ୍ଥ

Advertisment

ଇଟାଲିରେ ଫସିଛନ୍ତି ୮୫ ଭାରତୀୟ ଛାତ୍ର, ତୁରନ୍ତ ଉଦ୍ଧାର ପାଇଁ ଅନୁରୋଧ

ଇଟାଲିରେ ଫସିଛନ୍ତି ୮୫ ଭାରତୀୟ ଛାତ୍ର, ତୁରନ୍ତ ଉଦ୍ଧାର ପାଇଁ ଅନୁରୋଧ

କରୋନା ଆତଙ୍କ: ଭାରତରେ ପୁଣି ୨ଜଣ ଆକ୍ରାନ୍ତ, ପୂର୍ବରୁ ୩ ଜଣ ଆକ୍ରାନ୍ତ ସମ୍ପୂର୍ଣ୍ଣ ସୁସ୍ଥ

ନୂଆଦିଲ୍ଲୀ: କରୋନା ଭାଇରସ୍‌ ଏବେ ବିଶ୍ବବ୍ୟାପୀ ଆତଙ୍କ ‌ଖେଳାଇ ଦେଇଛି। ୬୦ ରୁ ଅଧିକ ରାଷ୍ଟ୍ରକୁ ଭାଇରସ୍‌ ବ୍ୟାପିଥିବାବେଳେ ଚୀନ୍‌ ପରେ ଦକ୍ଷିଣ କୋରିଆ ଏବଂ ଇରାନ୍‌‌ରେ ଭାଇରସ୍‌ ସର୍ବାଧିକ ଭୟ ସୃଷ୍ଟି କରିଛି। ଏଭଳି ସ୍ଥିତ‌ିରେ ଭାରତରେ ପୁଣି ୨ଜଣ ଭାଇରସ୍‌ ଆକ୍ରାନ୍ତ ହୋଇଛନ୍ତି। ଦିଲ୍ଲୀରେ ଜଣେ ବ୍ୟକ୍ତି ଭାଇରସ୍‌ ଆକ୍ରାନ୍ତ ହୋଇଥିବାବେଳେ ଅନ୍ୟ ଜଣେ ବ୍ୟକ୍ତି ତେଲେଙ୍ଗାନାର। ଦିଲ୍ଲୀରେ ଭାଇରସ୍‌ ଆକ୍ରାନ୍ତ ହୋଇଥିବା ବ୍ୟକ୍ତି ନିକଟରେ ଇଟାଲିରୁ ଫେରିଛନ୍ତି ଏବଂ ତେଲେଙ୍ଗାନା ବ୍ୟକ୍ତି ଦୁବାଇରୁ ଫେରିଛନ୍ତି ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି। ଅନ୍ୟପକ୍ଷେ ରାଜସ୍ଥାନର ଜୟପୁରରେ ଜଣେ ଇଟାଲୀୟ ପର୍ଯ୍ୟଟକ କରୋନା ଭାଇରସ୍‌ରେ ଆକ୍ରାନ୍ତ ହୋଇଛନ୍ତି। ଜୟପୁରର ଏସଏମ୍‌ଏସ ହସ୍ପିଟାଲ୍‌ରେ ତାଙ୍କୁ ଅବଜରବେସନ୍‌ରେ ରଖାଯାଇଛି। ରାଜସ୍ଥାନ ସ୍ବାସ୍ଥ୍ୟ ମନ୍ତ୍ରୀ ରଘୁ ଶର୍ମା କହିଛନ୍ତି, ଜଣେ ଇଟାଲୀୟ ନାଗରିକ ଗତ ଫେବ୍ରୁଆରି ୨୯ ତାରିଖରେ ଜୟପୁରରେ ପହଞ୍ଚିଥିଲେ। କରୋନା ଭାଇରସ୍‌ ପରି ଲକ୍ଷଣ ଦେଖା ଦେବାପରେ ତାଙ୍କୁ ସ୍କ୍ରିନିଂ କରାଯାଇଥିଲା। ସ୍କ୍ରିନିଂରେ ତାଙ୍କ ଶରୀରରେ ଭାଇରସ୍‌ ନେଗେଟିଭ୍‌ ଆସିଥିଲା। କିନ୍ତୁ ପରବର୍ତ୍ତୀ ନମୁନା ପରୀକ୍ଷା ହେବାପରେ ତାଙ୍କ ଶରୀରରେ ଭାଇରସ୍‌ ଥିବା ଜଣାପଡ଼ିଛି।

ଭାରତରେ ଏବେ ୨ ଜଣ ଭାଇରସ୍‌ ଆକ୍ରାନ୍ତ ହୋଇଥିବା ସ୍ପଷ୍ଟ ହେବାପରେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ଆଜି ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି, ଭାଇରସ୍‌ ଆକ୍ରାନ୍ତ ହୋଇଥିବା ୨ ଜଣଙ୍କ ସ୍ବାସ୍ଥ୍ୟାବସ୍ଥା ଠିକ୍‌ ଅଛି ‌ଏବଂ ସେମାନଙ୍କ ସ୍ବାସ୍ଥ୍ୟ ଅତ୍ୟନ୍ତ ଭଲଭାବେ ଯାଞ୍ଚ କରାଯାଉଛି। ସେମା‌ନେ ଏବେ ଆରଏମ୍‌ଏଲ୍‌ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅଛନ୍ତି। ଦେଶବ୍ୟାପୀ ଏବେ ୨୧ଟି ବିମାନବନ୍ଦର, ୧୨ଟି ପ୍ରମୁଖ ବନ୍ଦର ଏବଂ ୬୫ଟି ଅନ୍ୟାନ୍ୟ ବନ୍ଦରରେ ଯାତ୍ରୀମାନଙ୍କୁ ଥର୍ମାଲ୍‌ ସ୍କ୍ରିନିଂ କରାଯାଉଛି। ଏଯାବତ୍‌ ଦେଶବ୍ୟାପୀ ୫ଲକ୍ଷରୁ ଅଧିକ ଲୋକଙ୍କ ଥର୍ମାଲ୍‌ ସ୍କ୍ରିନିଂ କରାଯାଇଛି। ଚୀନ୍‌, ଇରାନ୍‌, କୋରିଆ, ସିଙ୍ଗାପୁର ଏବଂ ଇଟାଲିକୁ ଅନାବଶ୍ୟକ ଗସ୍ତ କରିବାପାଇଁ ମନା କରାଯାଇଛି। ସେହିପରି ଚୀନ୍‌ ଏବଂ ଇରାନ୍‌ ପାଇଁ ଭିସା କଟକଣା ଜାରି ହୋଇଛି। ଉଭୟ ରାଷ୍ଟ୍ର ପାଇଁ ଭିସା ବାତିଲ କରାଯାଇଛି ବୋଲି ହର୍ଷବର୍ଦ୍ଧନ କହିଛନ୍ତି। ଉଲ୍ଲେଖଯୋଗ୍ୟ ନୂଆ ମାମଲା ସ୍ପଷ୍ଟ ହେବା ସହ ଭାରତରେ କ‌ରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫ରେ ପହଞ୍ଚିଛି। ଭାରତରେ ପୂର୍ବରୁ ୩ ଜଣ କରୋନାରେ ଆକ୍ରାନ୍ତ ହୋଇଥିଲେ। ଏମାନେ ସମସ୍ତେ କେରଳର। ସମ‌ସ୍ତେ ହସ୍ପିଟାଲ୍‌ରେ ଚିକିତ୍ସିତ ହେବାପରେ ସୁସ୍ଥ ହୋଇ ଘରକୁ ଫେରି ସାରିଛନ୍ତି। ଉକ୍ତ ୩ ଜଣଙ୍କ ମଧ୍ୟରୁ ୨ ଜଣ ଉହାନ୍‌ରେ ମେଡିକାଲ ଶିକ୍ଷା ଅଧ୍ୟୟନ କରୁଥିଲେ। ପ୍ରଥମେ ଜଣେ ମେଡିକାଲ ଛାତ୍ରୀ ଭାଇରସ୍‌ ଆକ୍ରାନ୍ତ ହୋଇଥିଲେ ଏବଂ ପରେ ଅନ୍ୟ ୨ଜଣ ଭାଇରସ୍‌ ଆକ୍ରାନ୍ତ ହୋଇଥିଲେ।

ଇଟାଲିରେ ଫସିଛନ୍ତି ୮୫ ଭାରତୀୟ ଛାତ୍ର
ତୁରନ୍ତ ଉଦ୍ଧାର ପାଇଁ ଅନୁରୋଧ
ନୂଆଦିଲ୍ଲୀ: ପ୍ରାୟ ୮୫ ଜଣ ଭାରତୀୟ ଛାତ୍ର ଏବେ ଇଟାଲିରେ ଫସିଛନ୍ତି। ସେମାନଙ୍କୁ ତୁରନ୍ତ ଉଦ୍ଧାର ପାଇଁ ସେମାନେ ଏକ ଏସ୍‌ଓଏସ୍‌ ପଠାଇଛନ୍ତି। ଉତ୍ତର ଇଟାଲିର ଲୋମ୍ବାର୍ଡି ସ୍ଥିତ ପାଭିଆ ୟୁନିଭର୍ସିଟିରେ ଏହି ଭାରତୀୟ ଛାତ୍ରମାନେ ଫସିଛନ୍ତି। କରୋନା ଯୋଗୁଁ ଇଟାଲିରେ ମୃତ୍ୟୁସଂଖ୍ୟା ୩୪ରେ ପହଞ୍ଚିଥିବାବେଳେ ଏବେ ସେମାନଙ୍କ ମଧ୍ୟରେ ଭୟ ବଢ଼ିଛି। ୟୁନିଭର୍ସିଟିର ଜଣେ କର୍ମଚାରୀ ଭାଇରସ୍‌ ଆକ୍ରାନ୍ତ ହେବାପରେ ଛାତ୍ରମାନଙ୍କ ମଧ୍ୟରେ ଭୟ ବଢ଼ିଛି। ଅନେକ ଶିକ୍ଷକ ଏବଂ ଅନ୍ୟ କର୍ମଚାରୀ ଏବେ କ୍ବାରେଣ୍ଟାଇନ୍‌ରେ ଅଛନ୍ତି। ତେବେ ଯେଉଁ ୮୫ ଜଣ ଏବେ ଇଟାଲିରେ ଫସିଛନ୍ତି ସେମାନଙ୍କ ମଧ୍ୟରୁ ୨୫ ଜଣ ତେଲେଙ୍ଗାନାର, ୨୦ ଜଣ କର୍ଣ୍ଣାଟକର, ୧୫ ଜଣ ତାମିଲନାଡ଼ୁ, ୪ ଜଣ କେରଳ, ୨ ଜଣ ଦିଲ୍ଲୀର ଏବଂ ରାଜସ୍ଥାନ, ଗୁରଗାଓଁ ଓ ଡେରାଡ଼ୁନ୍‌ରୁ ଜଣେ ଲେଖାଏଁ ଛାତ୍ର ଅଛନ୍ତି। ଅନ୍ୟପକ୍ଷେ ଇଟାଲି କର୍ତ୍ତୃପକ୍ଷଙ୍କ ପକ୍ଷରୁ କୁହାଯାଇଛି ଯେ, ଇଟାଲିରେ ଭାଇରସ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୧୬୦୦ ଟପିଛି।

publive-image

ପୋପ୍‌ଙ୍କୁ କାଶ, ଛିଙ୍କ
ଭାଟିକାନ୍‌ ସିଟି: ‌ପୋପ୍‌ ଫ୍ରାନ୍‌ସିସ୍‌ଙ୍କୁ ପ୍ରବଳ ଥଣ୍ଡା। ତାଙ୍କର କାଶ ଏବଂ ଛିଙ୍କ ହେଉଥିବାରୁ ସେ ରୋମ୍‌ରେ ଆୟୋଜିତ ଏକ ବିଶାଳ ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ଯୋଗ ଦେଇପ‌ାରିନାହାନ୍ତି। ଗତକାଲି ପୋପ୍‌ ଫ୍ରାନ୍‌ସିସ୍‌ ଏହା ଘୋଷଣା କରିଛନ୍ତି। ଶନିବାର ରାତି ସୁଦ୍ଧା ପୋପ୍‌ ଠିକ୍‌ ଥିଲେ। କିନ୍ତୁ ରବିବାର ଅପରାହ୍ନରେ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଆରମ୍ଭ ‌ହୋଇଥିବାବେଳେ ଏହାର ମାତ୍ର କିଛି ସମୟ ପୂର୍ବରୁ ପୋପ୍‌ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇପାରିବେନି ‌ବୋଲି ଘୋଷଣା କରିଛନ୍ତି। ରବିବାର ଦିନ ଏହି ଘୋଷଣା କରିବା ସମୟରେ ମଧ୍ୟ ପୋପ୍‌ ଅନେକ ଥର ଛିଙ୍କିଥିବା ଏବଂ କାଶିଥିବା‌ ଦେଖିବାକୁ ମିଳିଥିଲା। ଇଟାଲିରେ ଏବେ କରୋନା ଭାଇରସ୍‌ ବ୍ୟାପିଥିବାବେଳେ ପୋପ୍‌ଙ୍କ କାଶ ଛିଙ୍କକୁ ନେଇ ଭୟ ପ୍ରକାଶ କରାଯାଇଛି। କିନ୍ତୁ ପୋପ୍‌ଙ୍କ ମୁଖପାତ୍ର କହିଛନ୍ତି ପୋପ୍‌ଙ୍କୁ କେବଳ ଥଣ୍ଡା ହୋଇଛି।
ଜର୍ମାନୀ ଆଭ୍ୟନ୍ତରୀଣ ମନ୍ତ୍ରୀ ମର୍କେଲ୍‌ଙ୍କ ସହ କରମର୍ଦ୍ଦନ କଲେନି
ବର୍ଲିନ୍‌: ଜର୍ମାନୀର ଆଭ୍ୟନ୍ତରୀଣ ମନ୍ତ୍ରୀ ହର୍ଷ୍ଟ‌୍ ସିହୋଫର ଆଜି ବର୍ଲିନ୍‌ରେ ହୋଇଥିବା ଏକ ବୈଠକରେ ଚାନ୍‌ସେଲର୍‌ ଆଞ୍ଜେଲା ମ‌ର୍କେଲ୍‌ଙ୍କ ସହ କରମର୍ଦ୍ଦନ କରିନାହାନ୍ତି। ଜର୍ମାନୀରେ ଏବେ ଭାଇରସ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୧୫୦ରେ ପହଞ୍ଚିଥିବାରୁ ସିହୋଫର ଏନେଇ ସଚେତନ ହୋଇଯାଇଛନ୍ତି। ବୈଠକରେ ଆଜି ମର୍କେଲ୍‌ ପ୍ରଥମେ ଅନ୍ତରୀଣ ମନ୍ତ୍ରୀଙ୍କ ସହ କରମର୍ଦ୍ଦନ ପାଇଁ ହାତ ବଢ଼ାଇଥିଲେ। କିନ୍ତୁ ସିହୋଫର କରମର୍ଦ୍ଦନ ନକରିବାକୁ କହିବା ସହ ହସିଥିଲେ। ମର୍କେଲ୍‌ ମଧ୍ୟ ଏକାଥରେ ସବୁ ବୁଝିପାରି ଖୁବ୍‌ ଜୋର ହସିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe