କରୋନା ଆତଙ୍କ: ମୁକାବିଲା ପାଇଁ ବ୍ୟାପକ ପ୍ରସ୍ତୁତି, ଆଶ୍ବସ୍ତ କଲେ ମୋଦୀ, ଆତଙ୍କିତ ହୁଅନାହିଁ

Advertisment

୪ ଦେଶକୁ ଭିସା ବାତିଲ କଲା ଭାରତ, ୨୬ ସାମଗ୍ରୀ, ଔଷଧ ରପ୍ତାନି ଉପରେ କଟକଣା

୪ ଦେଶକୁ ଭିସା ବାତିଲ କଲା ଭାରତ, ୨୬ ସାମଗ୍ରୀ, ଔଷଧ ରପ୍ତାନି ଉପରେ କଟକଣା

କରୋନା ଆତଙ୍କ: ମୁକାବିଲା ପାଇଁ ବ୍ୟାପକ ପ୍ରସ୍ତୁତି, ଆଶ୍ବସ୍ତ କଲେ ମୋଦୀ, ଆତଙ୍କିତ ହୁଅନାହିଁ

ନୂଆଦିଲ୍ଲୀ: ବିଶ୍ବବ୍ୟାପୀ କରୋନାରେ ୩ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ଏବଂ ଲକ୍ଷାଧିକ ଲୋକ ଏଥିରେ ଆକ୍ରାନ୍ତ ହୋଇଥିବା ବେଳେ କରୋନାର ମୁକାବିଲା ପାଇଁ ଏବେ ଭାରତରେ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକରେ ଏ ନେଇ ବିସ୍ତୃତ ସମୀକ୍ଷା ହୋଇଛି। ଦିଲ୍ଲୀର ୨୫ଟି ହସ୍ପିଟାଲରେ ସ୍ବତନ୍ତ୍ର ୱାର୍ଡ ବ୍ୟବସ୍ଥା ସହ ଆବଶ୍ୟକ ଔଷଧ ଏବଂ ଉପକରଣ ମହଜୁଦ୍‌ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ସମସ୍ତ ଅନ୍ତର୍ଜାତୀୟ ବିମାନ ବନ୍ଦରରେ କଟକଣା କଡ଼ାକଡ଼ି ହୋଇଥିବା ବେଳେ ଦିଲ୍ଲୀ, ଆଗ୍ରା, ଲକ୍ଷ୍ନୌ, ବେଙ୍ଗାଲୁରୁ ସମେତ ବିଭିନ୍ନ ଏୟାରପୋର୍ଟରେ ୨୪ ଘଣ୍ଟିଆ ସହାୟତା କେନ୍ଦ୍ର ଖୋଲାଯାଇଛି। ବିମାନ ବନ୍ଦରରେ ନିୟୋଜିତ ଥିବା ସିଆଇଏସ୍‌ଏଫ୍‌ର ସମସ୍ତ ସଦସ୍ୟଙ୍କୁ ଗ୍ଲୋଭ୍‌, ମାସ୍କ, ହ୍ୟାଣ୍ଡ ସାନିଟାଇଜର ଏବଂ ଅନ୍ୟ ଉପକରଣ ପ୍ରଦାନ କରାଯାଇଛି। ଦିଲ୍ଲୀ, ହରିୟାଣା ଏବଂ ୟୁପି ପୁଲିସ ମଧ୍ୟ ଏ ଦିଗରେ ବ୍ୟାପକ ସତର୍କତା ଅବଲମ୍ବନ କରିଛି। ଫେବ୍ରୁଆରି ୨୦ ପରେ ଭାରତ ଆସିଥିବା ସନ୍ଦିଗ୍ଧ ଯାତ୍ରୀମାନଙ୍କୁ ଠାବ କରାଯାଇ ସେମାନଙ୍କୁ ପୃଥକ ବ୍ୟବସ୍ଥାରେ ରହିବା ପାଇଁ କୁହାଯାଇଛି। ଦିଲ୍ଲୀରେ କରୋନା ମୁକାବିଲା ପାଇଁ ୩.୫ ଲକ୍ଷ ମାସ୍କ ପ୍ରସ୍ତୁତ ରଖାଯାଇଛି ଏବଂ କରୋନା ସନ୍ଦିଗ୍ଧଙ୍କ ଯାଞ୍ଚ ଓ ଚିକିତ୍ସା ପାଇଁ ୮ ହଜାର ସ୍ବତନ୍ତ୍ର କିଟ୍‌ ବ୍ୟବସ୍ଥା କରାଯାଛି। ଦିଲ୍ଲୀ ସରକାର ଆଜି ହେଲ୍ପଲାଇନ୍‌ ନମ୍ବର - ୯୧୧୧୨୩୯୭୮୦୪୬ ଜାରି କରିଛନ୍ତି।

ନୂଆଦିଲ୍ଲୀ: ଦିଲ୍ଲୀରେ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯିବା ପରେ ଭାରତ ଏବେ ଜାପାନ୍‌, ଦକ୍ଷିଣ କୋରିଆ, ଇଟାଲି ଏବଂ ଇରାନ୍‌ ଉପରେ ଭିସା କଟକଣା ଲଗାଇଛି। ଆଜି ସୁଦ୍ଧା ଉକ୍ତ ରାଷ୍ଟ୍ରର ନାଗରିକମାନଙ୍କୁ ଦିଆଯାଇଥିବା ସମସ୍ତ ଭିସା ଏବଂ ଇ-ଭିସାକୁ ବାତିଲ କରାଯାଇଛି। ଦକ୍ଷିଣ କୋରିଆ ଏବଂ ଜାପାନ୍‌ କ୍ଷେତ୍ରରେ ‘ଆରାଇଭାଲ୍‌ ଭିସା’ ଉପରେ କଟକଣା ଲାଗିଛି। ଏହି ୪ଟି ଦେଶର ନାଗରିକମାନେ ବାୟୁସୀମା, ସ୍ଥଳପଥ କିମ୍ବା ଜଳପଥ ଦେଇ ଭାରତକୁ ପ୍ରବେଶ କରିପାରିବେ ନାହିଁ। ଯଦି କୌଣସି ନାଗରିକ ଜରୁରୀ କାରଣ ଦର୍ଶାଇ ଭାରତ ଆସିବାକୁ ଚାହିବେ ତେବେ ସେ ସଦ୍ୟ ଭିସା‌ ପାଇଁ ଆବେଦନ କରିପାରିବେ। ସେହିପରି ଅନ୍ୟ କରୋନା ପ୍ରଭାବିତ ଦେଶର ନାଗରିକଙ୍କ ପାଇଁ ଫେବ୍ରୁଆରି ୧ ପରେ ଜାରି ହୋଇଥିବା ଭିସାକୁ ବି ବାତିଲ କରାଯାଇଛି। ଅନ୍ୟପକ୍ଷେ ଭାରତ ୨୬ଟି ଔଷଧୀୟ ସାମଗ୍ରୀ ଏବଂ ଉପକରଣ ରପ୍ତାନୀ ଉପରେ କଟକଣା ଲଗାଇଛି। ଆଣ୍ଟିବାୟୋଟିକ୍‌ ଓ ପାରାସିଟାମଲ୍‌ ଭଳି ଅତ୍ୟାବଶ୍ୟକ ଔଷଧଗୁଡ଼ିକର ରପ୍ତାନି ଉପରେ କଡ଼ା କଟକଣା ଜାରି କରାଯାଇଛି।

ଇରାନ୍‌ରେ ଫସିଛନ୍ତି ୮୫ ଭାରତୀୟ ଛାତ୍ର, ଉଦ୍ଧାର ପାଇଁ ଦିଲ୍ଳୀ ହାଇକୋର୍ଟରେ ଆବେଦନ
କେନ୍ଦ୍ର ସରକାରଙ୍କ ଜବାବ ଲୋଡ଼ିଲେ କୋର୍ଟ
ନୂଆଦିଲ୍ଲୀ: ଇରାନ୍‌ରେ ଏବେ ୮୫ ଭାରତୀୟ ଛାତ୍ର ଫସିଥିବା ବେଳେ ସେମାନଙ୍କୁ ତୁରନ୍ତ ଉଦ୍ଧାର କରିବାପାଇଁ ପରିବାର ଲୋକେ ନିବେଦନ କରିଛନ୍ତି। ଇରାନ୍‌ରେ ଫସିଥିବା କିଛି ଭାରତୀୟ ଛାତ୍ରଙ୍କ ବାପା ମା’ ସେମାନଙ୍କ ପିଲାଙ୍କୁ ତତ୍କାଳ ଉଦ୍ଧାର ପାଇଁ ଦିଲ୍ଲୀ ହାଇକୋର୍ଟରେ ଆବେଦନ କରିଛନ୍ତି। ଏହି ଆବେଦନ ଆଧାରରେ ଜଷ୍ଟିସ୍‌ ଆଇ ଏସ୍‌ ମେହଟା ଗୃହ, ବୈଦେଶିକ ବ୍ୟାପାର ଏବଂ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟକୁ ନୋଟିସ୍‌ କରିଛନ୍ତି। ଇରାନ୍‌ରେ ଫସିଥିବା ଭାରତୀୟ ଛାତ୍ରଙ୍କୁ ଉଦ୍ଧାର ପାଇଁ କି ପଦକ୍ଷେପ ଗ୍ରହଣ ହୋଇଛି ସେନେଇ ଷ୍ଟାଟସ୍‌ ରିପୋର୍ଟ ଦାଖଲ କରିବାପାଇଁ କୋର୍ଟ କେନ୍ଦ୍ର ସରକାରଙ୍କୁ ପଚାରିଛନ୍ତି। ଆସନ୍ତା ୧୧ ତାରିଖରେ ଏହି ମାମଲାରେ ପରବର୍ତ୍ତୀ ଶୁଣାଣି ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe