ଚୀନ୍ ପରେ ସ୍ପେନରେ ବ୍ୟାପିଲା କରୋନା ଭାଇରସ୍ : ବନ୍ଦ ହେଲା ହୋଟେଲ, କୋଠରୀ ଭିତରୁ ବାହାରିବା ମନା

ଚୀନ୍ ପରେ ସ୍ପେନରେ ବ୍ୟାପିଲା କରୋନା ଭାଇରସ୍ : ବନ୍ଦ ହେଲା ହୋଟେଲ, କୋଠରୀ ଭିତରୁ ବାହାରିବା ମନା

aajtak.intoday.in

ନୂଆଦିଲ୍ଲୀ: ସାରା ବିଶ୍ବରେ ଏବେ କରୋନା ଭାଇରସର ଭୟ ଲାଗି ରହିଛି। ପ୍ରଥମେ ଚୀନର ଉହାନ ସହରରୁ ଆରମ୍ଭ ହୋଇଥିବା ଏହି ଭାଇରସ୍ ସଂକ୍ରମଣ ଏବେ ବିଭିନ୍ନ ଦେଶକୁ ବ୍ୟାପିଛି। ଚୀନ୍ ପରେ ଏବେ ସ୍ପେନରେ ମଧ୍ୟ କରୋନା ଭାଇରସର ପ୍ରଥମ ରୋଗୀ ଚିହ୍ନଟ କରାଯାଇଛି। ସ୍ପେନର ଏକ ହୋଟେଲରେ ରହୁଥିବା ଜଣେ ଡାକ୍ତର ଏବଂ ତାଙ୍କ ପତ୍ନୀ କରୋନା ଭାଇରସର ଶିକାର ହେବା ନେଇ ଖବର ମିଳିବା ପରେ ହୋଟେଲକୁ ବନ୍ଦ କରି ଦିଆଯାଇଛି। ବର୍ତ୍ତମାନ ହୋଟେଲ ଭିତରେ ଶହ ଶହ ଲୋକ ବନ୍ଦୀ ଥିବା ବେଳେ ସେମାନଙ୍କର ସ୍ବାସ୍ଥ୍ୟ ପରୀକ୍ଷା ଆରମ୍ଭ ହୋଇଛି।

Corona: स्पेन में फैला कोरना वायरस, होटल में फंसे सैकड़ों लोग aajtak.intoday.in

ସ୍ପେନିଶ ମିଡିଆର ସୂଚନା ଅନୁଯାୟୀ, ଏଚ୍-୧୦କୋଷ୍ଟା ଏଡିଜେ ପ୍ୟାଲେସ୍ ହୋଟେଲରେ ରହୁଥିବା ଶହ ଶହ ଲୋକଙ୍କୁ ସେମାନଙ୍କ ରୁମରେ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ହୋଟେଲରେ ଥିବା ସମସ୍ତ ଅତିଥିଙ୍କ ‌ସ୍ବାସ୍ଥ୍ୟ ପରୀକ୍ଷା କରାଯିବା ପରେ ଆଗକୁ କ’ଣ କରାଯିବ, ସେ ନେଇ ନିଷ୍ପତ୍ତି ନିଆଯିବ। ହୋଟେଲରେ ରହୁଥିବା ଜଣେ ବ୍ୟକ୍ତି ମଙ୍ଗଳବାର ଫେସବୁକରେ ହୋଟେଲ ପକ୍ଷରୁ ରୁମ୍ ବାହାରେ ଦିଆଯାଇଥିବା ଏକ ନୋଟର ଫଟୋ ସେୟାର କରିଥିଲେ। ଯେଉଁଥିରେ ଲେଖ‌ାଥିଲା, ସ୍ବାସ୍ଥ୍ୟଗତ କାରଣ ପାଇଁ କିଛି ଦିନ ପର୍ଯ୍ୟନ୍ତ ‌ହୋଟେଲକୁ ବନ୍ଦ କରିଦିଆଯାଉଛି। ଯେ ପର୍ଯ୍ୟନ୍ତ ସ୍ବାସ୍ଥ୍ୟ ଅଧିକାରୀ ଅନୁମତି ନ ଦେଉଛନ୍ତି, ସେ ପର୍ଯ୍ୟନ୍ତ ଆପଣଙ୍କୁ ଆପଣଙ୍କ ରୁମରେ ରହିବାକୁ ପଡ଼ିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe