କରୋନାଭାଇରସ୍‌ ଓ ସାଧାରଣ ଥଣ୍ଡା-କାଶ ମଧ୍ୟରେ କ’ଣ ରହିଛି ପାର୍ଥକ୍ୟ ଜାଣନ୍ତୁ

Advertisment
କରୋନାଭାଇରସ୍‌ ଓ ସାଧାରଣ ଥଣ୍ଡା-କାଶ ମଧ୍ୟରେ କ’ଣ ରହିଛି ପାର୍ଥକ୍ୟ ଜାଣନ୍ତୁ

Global News

ନୂଆଦିଲ୍ଲୀ: ଭାରତରେ କରୋନାଭାଇରସ୍‌ରେ ଏଯାବତ ୮୧ଟି ସଂକ୍ରମଣ ଘଟଣା ସାମ୍ନାକୁ ଆସିଛି। କର୍ଣ୍ଣାଟକର କଳବୁର୍ଗୀରେ ଗତ ଗୁରୁବାର ଏହି ମାରାତ୍ମକ ଭାଇରସ୍‌ ଜଣଙ୍କ ଜୀବନ ନେଇଥିବା ଜଣାପଡ଼ିଛି। ତେବେ ଏଭଳି ପରିସ୍ଥିିତିରେ ଲୋକମାନଙ୍କ ମନରେ ସାଧାରଣ ଥଣ୍ଡା-କାଶ ଓ କରୋନାଭୂତାଣୁରେ ସଂକ୍ରମିତ ହୋଇ ଥଣ୍ଡା-କାଶ ହେବା ମଧ୍ୟରେ ପାର୍ଥକ୍ୟ କ’ଣ ରହିଛି ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

କରୋନାଭାଇରସ୍‌ ଯେଭଳି ଦ୍ରୁତଗତିରେ ନିଜର କାୟା ବିସ୍ତାର କରିବାରେ ଲାଗିଛି ତାହାକୁ ଦେଖି ସାଧାରଣ ଥଣ୍ଡା-କାଶ ହେଲେ ବି ଲୋକମାନେ ଭୟଭୀତ ହୋଇଯାଉଛନ୍ତି। ତେଣୁ ନିମ୍ନୋରେ ପ୍ରଦତ୍ତ ସୂଚନା ଅନୁସାରେ ଆପଣ କରୋନାଭାଇରସ୍‌ ସଂକ୍ରମଣ ଜନିତ ଥଣ୍ଡା-କାଶର ଲକ୍ଷଣ ପରଖି ପାରିବେ।

୧. ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (ଡବ୍ଲ୍ୟୁଏଚଓ) ପକ୍ଷରୁ ଯେଉଁ କରୋନାଭାଇରସ୍‌ ଲକ୍ଷଣ ଜଣାଯାଇଛି ତାହା ସାଧାରଣ ଥଣ୍ଡା-କାଶ ସହିତ ବହୁତ ମେଳ ଖାଉଛି। କରୋନାଭାଇରସ୍‌ ସଂକ୍ରମଣ ହେବା ପରେ ରୋଗୀଙ୍କୁ ପ୍ରଥମେ ଜ୍ୱର ହେବ। ତା’ପରେ ଥଣ୍ଡା ହେବା ସହ ଶୁଖିଲା କାଶ ଲାଗି ରହିବ। ନିଶ୍ୱାସ-ପ୍ରଶ୍ୱାସ ନେବାରେ ଅସୁବିଧା ହେବା ସହିତ ଦୁର୍ବଳ ଲାଗିବ। ଏଥିସହିତ ରୋଗୀ ଶରୀରର ଅନେକ ଅଙ୍ଗ ଏକାସହିତ କାମ କରିବା ବନ୍ଦ କରି ଦେବେ। ସମାନ୍ୟ ଥଣ୍ଡା-କାଶରେ ଏଭଳି ଲକ୍ଷଣ ଆଦୌ ଦେଖା ଯାଇ ନ ଥାଏ।

Image result for corona-virus-symptoms-similar-as-normal-cold Healthline

୩. କରୋନାଭାଇରସ୍‌ ଲକ୍ଷଣ ୨ରୁ ୧୦ଦିନ ମଧ୍ୟରେ ରୋଗୀ ଶରୀରରେ ଦେଖାଯିବା ଆରମ୍ଭ ହୋଇଥାଏ। ଏହି ଲକ୍ଷଣ ଦେଖାଯିବାର ଅନେକ ସମୟ ନେଉ ଥିବାରୁ ରୋଗୀ ବାହାରୁ ସମ୍ପୂର୍ଣ୍ଣ ସୁସ୍ଥ ଅନୁଭବ କରିଥାଏ। ତେଣୁ ଏହା ଅନ୍ୟଲୋକମାନଙ୍କୁ ସହଜରେ ସଂକ୍ରମିତ ହୋଇଯାଉଛି।

୪. ସାଧାରଣ ଫ୍ଲୁ ଓ ସଂକ୍ରମଣରେ ରୋଗୀ ଶରୀରରେ ଜ୍ୱର, ଶୁଖିଲା କାଶ, ମାଂସପେଶୀରେ ଯନ୍ତ୍ରଣା, ଦୁର୍ବଳ ଲାଗିବା, ମୁଣ୍ଡବିନ୍ଧା, ଗଳା ଦରଜ ଆଦି ସମସ୍ୟା ଭଳି ଲକ୍ଷଣ ଦେଖା ଯାଇଥାଏ।

୫. କରୋନଭାଇରସ୍‌ ପାଇଁ ଏଯାବତ କୌଣସି ଟୀକା, ଔଷଧ ଓ ଚିକିତ୍ସା ଉପଲବ୍ଧ ନାହିଁ। କିନ୍ତୁ ସାଧାରଣ ଫ୍ଲୁ ଓ ଥଣ୍ଡା ପାଇଁ ଚିକିତ୍ସା ସହିତ ବିିଭିନ୍ନ ପ୍ରକାର ଔଷଧ ମହଜୁଦ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe