ଦେଶରେ ୬୦୬ ଆକ୍ରାନ୍ତ, ୧୦ ମୃତ, ହସ୍ପିଟାଲଗୁଡ଼ିକରେ ଯୁଦ୍ଧସ୍ତରରେ ପ୍ରସ୍ତୁତି

ଭାଇରସ୍‌ ବୃଦ୍ଧିକୁ ୮୯% ରୋକିଦେବ ସଙ୍ଗରୋଧ

କରୋନା, ମା’ ଆଉ ଆମ ମୁଖ୍ୟମନ୍ତ୍ରୀ

NPR

ନୂଆଦିଲ୍ଲୀ : କରୋନା ଭାଇରସ୍‌ର ମୁକାବିଲା ପାଇଁ ସମଗ୍ର ଦେଶରେ ଯୁଦ୍ଧସ୍ତରରେ ପ୍ରସ୍ତୁତି ଚାଲିଛି। ରାଜ୍ୟ ସରକାରମାନେ କରୋନା ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ହସ୍ପିଟାଲଗୁଡ଼ିକୁ ଆଗୁଆ ପ୍ରସ୍ତୁତ କରୁଛି। ଆଜିଠାରୁ ୨୧ଦିନିଆ ଲକ୍‌ଡାଉନ୍‌ ଆରମ୍ଭ ହୋଇଥିବା ବେଳେ ସ୍ବାସ୍ଥ୍ୟସେବାକୁ ସର୍ବାଧିକ ପ୍ରାଥମିକତା ଦିଆଯାଇଛି। ଗତରାତିରେ ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ଲକ୍‌ଡାଉନ୍‌ ଘୋଷଣା ପରଠାରୁ ପୂରା ଦେଶ ଠପ୍‌ ହୋଇଯାଇଛି।

କରୋନା ଭାଇରସ୍‌‌ରେ ଏପର୍ଯ୍ୟନ୍ତ ୬୦୬ ଜଣ ଆକ୍ରାନ୍ତ ହୋଇଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ୧୦ ଜଣଙ୍କ ମୃତ୍ୟୁ ଘଟିଛି। ୫୪୬ ଜଣଙ୍କ ଚିକିତ୍ସା ଚାଲିଥିବା ବେଳେ ଅନ୍ୟମାନେ ସୁସ୍ଥ ହୋଇ ଫେରିଛନ୍ତି। ମହାରାଷ୍ଟ୍ରରେ କରୋନା ସଂକ୍ରମିତ ଲୋକଙ୍କ ସଂଖ୍ୟା ୧୧୬ରେ ପହଞ୍ଚିଛି। ଆଜି ଗୋଟିଏ ପରିବାରର ୫ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ରିପୋର୍ଟ ମିଳିଛି। ମହାରାଷ୍ଟ୍ର ପରେ କେରଳ ୧୦୯ ମାମଲା ସହ ଦ୍ବିତୀୟ ସ୍ଥାନରେ ରହିଛି। ତାମିଲନାଡ଼ୁରେ ୬ ନୂଆ ମାମଲା ସହ ଆକ୍ରାନ୍ତଙ୍କ ସଂଖ୍ୟା ୧୮ରେ ପହଞ୍ଚିଛି। ମଦୁରାଇରେ ଆଜି ଜଣେ ୫୪ ବର୍ଷୀୟ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଉତ୍ତରପ୍ରଦେଶରେ ୫ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ‌ହେବାପରେ ମୋଟ ମାମଲା ୩୫ ଛୁଇଁଛି। ଗୁଜରାଟରେ ୩୩ ଜଣ ଏବଂ ଦିଲ୍ଲୀରେ ୩୦ ଜଣ କରୋନା ଆକ୍ରାନ୍ତ ଥିବା ଜଣାପଡ଼ିଛି। ଜମ୍ମୁ କାଶ୍ମୀର‌ରେ ୭ ଜଣ କ‌ରୋନା ଭାଇରସ୍‌ ଆକ୍ରାନ୍ତ ଥିବା ବେଳେ ଲଦାଖ୍‌ରେ ଆଜି ସୁଦ୍ଧା ୧୩ଟି ମାମଲା ଚିହ୍ନଟ ହୋଇଛି। ପଶ୍ଚିମବଙ୍ଗ, ମଧ୍ୟପ୍ରଦେଶ ଏବଂ ଆନ୍ଧ୍ରପ୍ରଦେଶରେ ୯ ଜଣ ‌ଲେଖାଏଁ ଆକ୍ରାନ୍ତ ଅଛନ୍ତି। ବିହାରରେ ୩ ଜଣ ଏବଂ ହିମାଚଳପ୍ରଦେଶରେ ୩ ଜଣ ଆକ୍ରାନ୍ତ ଥିବାବେଳେ ମଣିପୁର ଏବଂ ଛତିଶଗଡ଼ରେ ଜଣେ ଲେଖାଏଁ ଆକ୍ରାନ୍ତ ଅଛନ୍ତି।

ଭାଇରସ୍‌ ବୃଦ୍ଧିକୁ ୮୯% ରୋକିଦେବ ସଙ୍ଗରୋଧ
ନୂଆଦିଲ୍ଲୀ : ଭାରତୀୟ ଚିକିତ୍ସା‌ ଗବେ‌ଷଣା ପରିଷଦ (ଆଇସିଏମ୍‌ଆର) ପକ୍ଷରୁ କୁହାଯାଇଛି ଯେ, ଦେଶରେ ଲାଗୁ ହୋଇଥିବା ସାମାଜିକ ଦୂରତା କଟକଣା ଏବଂ ହୋମ୍‌ କ୍ବାରାଣ୍ଟିନ୍‌ ବ୍ୟବସ୍ଥା ଦ୍ବାରା କରୋନା ଭାଇରସ୍‌ ବୃଦ୍ଧିକୁ ୮୯ ପ୍ରତିଶତ ରୋକି ହେବ। ଲୋକେ ଘରୁ ନବାହାରିଲେ ଏବଂ ନିର୍ଦ୍ଧାରିତ ସାମାଜିକ ଦୂରତା ବଜାୟ ରହିଲେ ଆଗାମୀ ୩ ସପ୍ତାହ‌ରେ ଦେଶକୁ କରୋନା ନିୟନ୍ତ୍ରଣ କ୍ଷେତ୍ରରେ ସଫଳତା ମିଳିବ ବୋଲି ଆଇସିଏମ୍‌ଆର କହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe