୪୮ ‌ଦେଶରେ କରୋନା : ବିଶ୍ବବ୍ୟାପୀ ୨୮୦୦ ଲୋକଙ୍କ ମୃତ୍ୟୁ

Advertisment

ମହାମାରୀ ରୂପ ନେଉଛି, ଜାପାନ ବନ୍ଦ କଲା ସବୁ ସ୍କୁଲ୍‌, ଜାପାନ୍‌ରୁ ୧୧୯ , ଉହାନ୍‌ରୁ ୧୧୨ ଉଦ୍ଧାର

ମହାମାରୀ ରୂପ ନେଉଛି, ଜାପାନ ବନ୍ଦ କଲା ସବୁ ସ୍କୁଲ୍‌, ଜାପାନ୍‌ରୁ ୧୧୯ , ଉହାନ୍‌ରୁ ୧୧୨ ଉଦ୍ଧାର

୪୮ ‌ଦେଶରେ କରୋନା : ବିଶ୍ବବ୍ୟାପୀ ୨୮୦୦ ଲୋକଙ୍କ ମୃତ୍ୟୁ

Photo: Livemint

ନୂଆଦିଲ୍ଲୀ : ନଭେଲ କରୋନାଭାଇରସ୍‌ ଏବେ ଚୀନ୍‌ ସମେତ ୪୮ ରାଷ୍ଟ୍ରକୁ ବ୍ୟାପିଲାଣି। ତେବେ ଚୀନ୍‌ ବାହାରେ ଅନ୍ୟ ଦେଶଗୁଡ଼ିକରେ ଭାଇରସ୍‌ ବ୍ୟାପୁଥିବାରୁ ଏନେଇ ଗଭୀର ଚିନ୍ତା ପ୍ରକଟ କରାଯାଇଛି। ଭାଇରସ୍‌ ଏବେ ମହାମାରୀ ରୂପ ନେଉଥିବା ବେଳେ ବିଶ୍ବ ମହାମାରୀ ପାଇଁ ପ୍ରସ୍ତୁତ ନାହିଁ ବୋଲି ଡବ୍ଲ୍ୟୁଏଚ୍ଓ ପକ୍ଷରୁ କୁହାଯାଇଛି। କରୋନା ଯୋଗୁଁ ଚୀନ୍‌ରେ ଏବେ ମୃତ୍ୟୁସଂଖ୍ୟା ୨୭୪୭ରେ ପହଞ୍ଚିଛି ଏବଂ ବିଶ୍ବବ୍ୟାପୀ ୨୮୦୦ ଲୋକଙ୍କ ମୃତ୍ୟୁ ହୋଇଛି। ୮୨,୦୦୦ରୁ ଅଧିକ ଲୋକ ଭାଇରସ୍‌ ଆକ୍ରାନ୍ତ ହୋଇଛନ୍ତି। ଏବେ ପ୍ରାୟ ୧୧ଟି ୟୁରୋପୀୟ ଦେଶରେ ଭାଇରସ୍‌ ପହଞ୍ଚି ଯାଇଥିବା ସ୍ପଷ୍ଟ ହୋଇଛି। ଦକ୍ଷିଣ କୋରିଆରେ ୧୭୦୦ରୁ ଅଧିକ ଜଣ ଭାଇରସ୍‌ ଆକ୍ରାନ୍ତ। ସେପଟେ ଇରାନ୍‌ରେ କରୋନା ଜନିତ ମୃତ୍ୟୁସଂଖ୍ୟା ୨୬ରେ ପହଞ୍ଚିଥିବା ବେଳେ ଇଟାଲିରେ ମୃତ୍ୟୁସଂଖ୍ୟା ୧୪କୁ ବୃଦ୍ଧି ପାଇଛି। ଇତି ମଧ୍ୟରେ ଜାପାନ୍‌ରେ ସମସ୍ତ ସ୍କୁଲ୍‌ ବନ୍ଦ କରାଯିବାକୁ ନିର୍ଦ୍ଦେଶ ଦିଆଯାଇଛି। ‌ସୋମବାରଠାରୁ ଆସନ୍ତା ‌ମାର୍ଚ୍ଚ ଶେଷ ପର୍ଯ୍ୟନ୍ତ ସମସ୍ତ ସ୍କୁଲ୍‌ ବନ୍ଦ ରଖିବା ପାଇଁ ଜାପାନ ପ୍ରଧାନମନ୍ତ୍ରୀ ସିଂଜୋ ଆବେ ଆଜି ଘୋଷଣା କରିଛନ୍ତି। ଜାପାନ୍‌ରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୦୦ରୁ ଅଧିକ ରହିଛି। ଏଥିମଧ୍ୟରୁ ପ୍ରାୟ ୭୦୦ ଜଣ ଡାଇମଣ୍ଡ୍‌ ପ୍ରିନ୍ସେସ୍‌ କ୍ରୁଜ୍‌ରେ ଭାଇରସ୍‌ ଆକ୍ରାନ୍ତ ହୋଇଥିବା ‌ଜଣାପଡ଼ିଛି। କରୋନା ଯୋଗୁଁ ଜାପାନ୍‌ରେ ୭ ଜଣଙ୍କ ମୃତ୍ୟୁ ହୋଇଛି।

ଜାପାନ୍‌ରୁ ୧୧୯ , ଉହାନ୍‌ରୁ ୧୧୨ ଉଦ୍ଧାର
ନୂଆଦିଲ୍ଲୀ : ଭାରତୀୟ ବାୟୁସେନା ବିମାନ ଦ୍ବାରା ଆଜି ଉହାନ୍‌ରୁ ୧୧୨ ଜଣଙ୍କୁ ଏବଂ ଜାପାନ୍‌ କ୍ରୁଜ୍‌ରୁ ୧୧୯ ଜଣଙ୍କୁ ଉଦ୍ଧାର କରାାଇଛି। ଉହାନ୍‌ରୁ ଫେରିଥିବା ୧୧୨ ନାଗରିକଙ୍କ ମଧ୍ୟରେ ୭୬ ଜଣ ଭାରତୀୟ ଏବଂ ଅନ୍ୟ ୩୬ ଜଣ ବିଦେଶୀ ନାଗରିକ। ଏମାନଙ୍କ ମଧ୍ୟରେ ୨୩ ଜଣ ବାଂଲାଦେଶର, ୬ ଜଣ ଚୀନ୍‌ର ଏବଂ ୨ ଜଣ ମିଆଁମାର ଓ ମାଳଦ୍ବୀପର ନାଗରିକ। ବାୟୁସେନାର ଏହି ବିମାନ ଦ୍ବାରା ଚୀନ୍‌କୁ ୮ ଟନ୍‌ ଚିକିତ୍ସା ଉପକରଣ ପଠାଯାଇଥିଲା। ସେହିପରି ଜାପାନ୍‌ର ଡାଇମଣ୍ଡ୍‌ ପ୍ରିନ୍ସେସ୍‌ କ୍ରୁଜ୍‌ରୁ ମଧ୍ୟ ୧୧୪ ଭାରତୀୟଙ୍କ ସମେତ ସମୁଦାୟ ୧୧୯ ଜଣଙ୍କୁ ଉଦ୍ଧାର କରାଯାଇଛି। ୧୧୪ ଭାରତୀୟଙ୍କ ମଧ୍ୟରେ ୧୦୫ ଜଣ ପୁରୁଷ ଏବଂ ୯ ଜଣ ମହିଳା ଅଛନ୍ତି। ଅନ୍ୟପକ୍ଷେ ବିଦେଶୀ ନାଗରିକଙ୍କ ମଧ୍ୟରୁ ଜଣେ ନେପାଳର, ୨ ଜଣ ଶ୍ରୀଲଙ୍କାର, ଜଣେ ପେରୁ ଏବଂ ଅନ୍ୟ ଜଣେ ଦକ୍ଷିଣ ଆଫ୍ରିକାର। ସେମାନଙ୍କୁ ମନେସର ସ୍ଥିତ ଭାରତୀୟ ସେନା ଶିବିରରେ ୨ ସପ୍ତାହ ପର୍ଯ୍ୟନ୍ତ ସ୍ବତନ୍ତ୍ର ବ୍ୟବସ୍ଥାରେ ରଖାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe