ନ୍ୟୁୟର୍କରେ ପ୍ରଥମ: ଦୁଇଟି ପୋଷା ବିରାଡ଼ି କରୋନାଭାଇସ୍ ଦ୍ବାରା ଆକ୍ରାନ୍ତ

Advertisment
ନ୍ୟୁୟର୍କରେ ପ୍ରଥମ: ଦୁଇଟି ପୋଷା ବିରାଡ଼ି କରୋନାଭାଇସ୍ ଦ୍ବାରା ଆକ୍ରାନ୍ତ

Image Source: PBS

ନ୍ୟୁୟର୍କ: ଆମେରିକାର ନ୍ୟୁୟର୍କ ରାଜ୍ୟରେ ଦୁଇଟି ପୋଷା ବିରାଡ଼ି କରୋନାଭାଇରସ୍ ଦ୍ବାରା ସଂକ୍ରମିତ ହୋଇଛନ୍ତି ବୋଲି ନମୁନା ପରୀକ୍ଷାରୁ ଜଣାପଡ଼ିଥିବା କଥା ବୁଧବାର ଦିନ ଫେଡେରାଲ୍‌ ଅଧିକାରୀମାନେ କହିଛନ୍ତି। କୌଣସି ଗୃହପାଳିତ ଜନ୍ତୁଙ୍କ ଠାରେ କୋଭିଡ୍-୧୯ ପଜିଟିଭ୍ ଆସିବାରେ ଏହା ହେଉଛି ଆମେରିକାରେ ପ୍ରଥମ ଘଟଣା।

ଆମେରିକାର କୃଷି ବିଭାଗ ଏବଂ ରୋଗ ନିୟନ୍ତ୍ରଣ ଓ ପ୍ରତିରୋଧକ କେନ୍ଦ୍ର କହିଛନ୍ତି ଯେ ସେ ବିରାଡ଼ି ଦୁହିଁଙ୍କ ଠା‌‌ରେ ସାମାନ୍ୟ ଶ୍ବାସପ୍ରଶ୍ବାସଜନିତ ଅସୁସ୍ଥତା ଦେଖା ଦେଇଥିଲା। ସମ୍ଭବତଃ ସେମାନେ ରହୁଥିବା ପରିବାର କିଂବା ‌ପଡ଼ୋଶୀମାନଙ୍କ ଘରେ କରୋନାଭାଇରସ୍ ଦ୍ବାରା ସଂକ୍ରମିତ ହୋଇଥାଇ ପାରନ୍ତି। ଦୁହେଁ ସୁସ୍ଥ ହୋଇଯିବ‌‌ ବୋଲି ଆଶା।

ବିରାଡ଼ି ଦୁଇଟି ରାଜ୍ୟର ପୃଥକ୍ ଅଞ୍ଚଳରେ ରହୁଥିଲେ। ସପ୍ତାହେ ତଳେ ପ୍ରଥମ ବିରାଡ଼ିଟି ଅସୁସ୍ଥ ହୋଇ ପଡ଼ିଥିଲା। କିନ୍ତୁ, ଏହି ବିରାଡ଼ି ରହୁଥିବା ପରିବାରେ କେହି କରୋନାଭାଇରସ୍ ଦ୍ବାରା ଆକ୍ରାନ୍ତ ହୋଇ ନ ଥିବା ଜଣାପଡ଼ିଛି।

publive-image Image Source: India Today

ଦ୍ବିତୀୟ ବିରାଡ଼ିର ମାଲିକ କିନ୍ତୁ, କରୋନାଭାଇରସ୍ ଦ୍ବାରା ସଂକ୍ରମିତ ବୋଲି ପରୀକ୍ଷାରୁ ଜଣାପଡ଼ିଛି। ତାଙ୍କ ଘରେ ଥିବା ଅନ୍ୟ ଗୋଟାଏ ବିରାଡ଼ି ଠାରେ ଅସୁସ୍ଥତାର କୌଣସି ଲକ୍ଷଣ ଦେଖା ଯାଇନାହିଁ।

ସଂକ୍ରମିତ ବିରାଡ଼ିଙ୍କ ଠାରେ ଦିଶୁଥିବା ଲକ୍ଷଣ ହେଲା- କାଶ ଓ ନାକରୁ ସାମାନ୍ୟ ପାଣି ଗଡ଼ିବା।

ମଣିଷ-ପ୍ରାଣୀ ସ୍ବାସ୍ଥ୍ୟ ବିଜଡ଼ିତ ସ୍ବାସ୍ଥ୍ୟ ସମସ୍ୟା ନିମନ୍ତେ କାର୍ଯ୍ୟରତ ସିଡିସି ଅଧିକାରୀ ଡାକ୍ତର କେସି ବାର୍ଟନ୍ ବେରାବେସ୍ କହନ୍ତି, ଲୋକେ ଭୀତତ୍ରସ୍ତ ହେବା ଅନାବଶ୍ୟକ। ଲୋକେ ପୋଷାଜୀବଙ୍କ ପ୍ରତି ମଧ୍ୟ ଭୟ କରନ୍ତୁ ନାହିଁ କିଂବା ବହୁସଂଖ୍ୟାରେ ସେମାନଙ୍କୁ ଧରି ପରୀକ୍ଷା କରାଇବାକୁ ଆସନ୍ତୁ ନାହିଁ। ପଶୁମାନେ ମାନବ ଶରୀରରେ ଏହି ରୋଗ ସଂକ୍ରମଣ କରୁଥିବାର କୌଣସି ପ୍ରମାଣ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe