ଏସି ବ୍ୟବହାର ଦ୍ୱାରା ହୋଇପାରେ କରୋନା ସଂକ୍ରମଣ: ଚେତାବନୀ ଦେଲେ ହାର୍ଭାଡ ବୈଜ୍ଞାନିକ

Advertisment
କୋଭିଡ ମୁକାବିଲା ଲାଗି ଗଂଜାମ ଗଲେ ୪ ଜଣ ଡିଏସ୍‌ପି ଓ ୪ ପ୍ଲାଟୁନ ପୁଲିସ

Cooling Post

ନ୍ୟୁୟର୍କ: ଦ୍ରୁତ ଗତିରେ ବଢୁଥିବା କରୋନା ଭାଇରସ ସଂକ୍ରମଣ ସମୟରେ ହାର୍ଭାଡ ବିଶ୍ୱବିଦ୍ୟାଳୟର ଜଣେ ପ୍ରଫେସର ଏସିର ବ୍ୟବହାରକୁ ନେଇ ଚେତାବନୀ ଦେଇଛନ୍ତି। ପ୍ରଫେସରଙ୍କ କହିବାନୁସାରେ, ଏୟାର କଣ୍ଡିସନିଂ ବା ଏସି କରୋନା ସଂକ୍ରମଣର ଏକ ପ୍ରମୁଖ ମାଧ୍ୟମ ହୋଇପାରେ ।

ଏହାପୂର୍ବରୁ ଅନେକ ବିଶେଷଜ୍ଞ କହିଥିଲେ ଯେ, ଏସି ସଂକ୍ରମଣର କାରଣ ହୋଇ ନପାରେ । ତେବେ ଗୋଟିଏ ଛୋଟ ଏସି କୋଠରୀରେ ଅନେକ ଲୋକ ବସିବା କାରଣରୁ କରୋନା ସଂକ୍ରମଣର ଭୟ ରହିଛି ।

publive-image Deccan Herald

ଦି ହାଭାର୍ଡ ଗ୍ୟାଜେଟର ଏକ ରିପୋର୍ଟରେ ହାଭାର୍ଡ ମେଡିକାଲ ସ୍କୁଲର ମେଡିସିନ୍‌ ପ୍ରଫେସର ଏଡୱାର୍ଡ୍‌ ନାଡେଲ କହିଛନ୍ତି ଯେ, ଆମେରିକାରେ ଯେଉଁ ସବୁ ରାଜ୍ୟରେ ଜୁନ୍‌ ମାସର ତାପମାତ୍ରା ଅଧିକ ଥିଲା ଓ ଏସି ବ୍ୟବହାର କରାଯାଉଥିଲା ସେଠାରେ କରୋନା ସଂକ୍ରମଣ ଅନ୍ୟ ରାଜ୍ୟ ଅପେକ୍ଷା ଅଧିକ ବୃଦ୍ଧି ପାଇଥିଲା। ସାଧାରଣ ଭାବେ ଶୀତଦିନେ ଥଣ୍ଡାରୁ ରକ୍ଷା ପାଇବା ପାଇଁ ଓ ନିଜକୁ ଗରମ ରଖିବା ପାଇଁ ଲୋକମାନେ ଘରେ ରହିଥାନ୍ତି। ବନ୍ଦ କୋଠରୀରେ ଏସି କାରଣରୁ ଲୋକମାନେ ସେହି କୋଠରୀରେ କାଶିବା ଓ ଛିଙ୍କିବା ସହ ନିଶ୍ୱାସ ପ୍ରଶ୍ୱାସ ନେଇଥାନ୍ତି। ଫଳରେ ସଂକ୍ରମଣର ଆଶଙ୍କା ବଢିବାର ସମ୍ଭାବନା ରହିଛି। ସଂକ୍ରମିତ ବ୍ୟକ୍ତି ଏସି କୋଠରୀରେ କାଶିବା ଓ ଛିଙ୍କିବା ଦ୍ୱାରା ଭାଇରସ ସଂକ୍ରମଣର ଭୟ ବୃଦ୍ଧି ପାଇଥାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe