ନୂଆଦିଲ୍ଲୀ: ଗତ ସପ୍ତାହରେ ଯୋଗାଡ଼ କରାଯାଇଥିବା ଚାଇନା ରେପିଡ୍ ଟେଷ୍ଟ୍ କିଟ୍ରେ ନମୁନା ପରୀକ୍ଷା ଫଳର ଠିକ୍ ଠିକଣା ବା ତାଳମେଳ ରହୁ ନ ଥିବା ଅଭିଯୋଗ ଆସିବାରୁ ଭାରତୀୟ ସରକାରୀ କର୍ତ୍ତୃପକ୍ଷଙ୍କ ସହ ମିଶି କାମ କରିବାକୁ ଚୀନ୍ ପ୍ରସ୍ତାବ ଦେଇଛି।
ଭାରତସ୍ଥିତ ଚୀନ୍ ଦୂତାବାସର ମୁଖପାତ୍ର ଜି ରୋଙ୍ଗ୍ କହିଛନ୍ତି, ରପ୍ତାନି ହେଉଥିବା ଡାକ୍ତରୀ ସାମଗ୍ରୀର ମାନ ଉପରେ ଚୀନ୍ ଖୁବ୍ ଗୁରୁତ୍ବ ଦିଏ। ଆବଶ୍ୟକ ସହାୟତା ଯୋଗାଇ ଦେବାକୁ ଦୂତାବାସ ସମ୍ପୃକ୍ତ ଭାରତୀୟ କର୍ତ୍ତୃପକ୍ଷଙ୍କ ସହ ମିଶି କାମ କରିବ ବୋଲି ଜି ଟୁଇଟ୍ କରି କହିଛନ୍ତି।
Image Source: The Printଏଠାରେ ସ୍ମରଣ କରାଇ ଦିଆଯାଇ ପାରେ ଯେ ଦୁଇ ଦିନ ପାଇଁ ଏହି ରେପିଡ୍ ଟେଷ୍ଟ୍ କିଟ୍ ବ୍ୟବହାର ବନ୍ଦ ରିଖିବାକୁ ଭାରତର ଶୀର୍ଷସ୍ତରୀୟ ଡାକ୍ତରୀ ଗବେଷଣା ସଂସ୍ଥାନ ‘ଆଇଏମ୍ସିଆର୍’ ରାଜ୍ୟମାନଙ୍କୁ କହିଛି। ଏହି ସମୟ ମଧ୍ୟରେ ବିଶେଷଜ୍ଞ ଦଳ ଏହି କିଟ୍ର ଫଳାଫଳ ବିଷୟରେ ଯାଞ୍ଚ କରିବେ।
Image Source: India Todayମଙ୍ଗଳବାର ଦିନ ‘ଆଇସିଏମ୍ଆର୍’ର ‘ଏପିଡେମିଓଲୋଜିଷ୍ଟ୍ ଆଣ୍ଡ୍ କମ୍ୟୁନିକେବଲ୍ ଡିଜିଜେସ୍ର ମୁଖ୍ୟ ରମଣ ଆର୍ ଗଙ୍ଗାଖେଡ଼କର କହିଥିଲେ ଯେ କିଟ୍ ପରୀକ୍ଷା ଫଳରେ ଏତେ ମାତ୍ରାରେ ତାରତମ୍ୟ ରହିବା ଭଲ କଥା ନୁହେଁ।
‘ଆଇସିଏମ୍ଆର୍’ ନିର୍ଦେଶ ଦେବାରୁ ଆଗରୁ ରାଜସ୍ଥାନ ଏହି କିଟ୍ ବ୍ୟବହାର କରିବା ବନ୍ଦ କରି ଦେଇଥିଲା।
Follow Us