Image Courtesy of ET Healthworld
ନୂଆଦିଲ୍ଲୀ: ବିଜ୍ଞାନ ଏବଂ ସବିସ୍ତୃତ, ପ୍ରମାଣଭିତ୍ତିକ ପଦ୍ଧତିଦ୍ବାରା କରୋନାଭାଇରସ୍କୁ ପରାସ୍ତ କରିହେବ ବୋଲି ସ୍ବୀକାର କରିବା ସହ ପରବର୍ତ୍ତୀ ମହାମାରୀ ପାଇଁ ବିଶ୍ବ ପ୍ରସ୍ତୁତି କରିବା ଉଚିତ ବୋଲି ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ (ଡବ୍ଲୁଏଚ୍ଓ) ସତର୍କ କରାଇ ଦେଇଛି।
‘ଭର୍ଚୁଆଲ୍’ ପ୍ରଣାଳୀରେ ଅନୁଷ୍ଠିତ ୭୩ତମ ‘ବିଶ୍ବ ସ୍ବାସ୍ଥ୍ୟ ସମ୍ମିଳନୀ’ରେ ବିଶ୍ବ ନେତାମାନଙ୍କୁ ‘ଡବ୍ଲୁଏଚ୍ଓ’ ଏକଥା କହିଛି। ଏକ ପ୍ରେସ୍ ରିଲିଜ୍ରେ ‘ଡବ୍ଲୁଏଚ୍ଓ’ କହିଛି, ଏଥର ଆମେ ପରବର୍ତ୍ତୀ ମହାମାରୀ ଲାଗି ପ୍ରସ୍ତୁତି କରିବା ଉଚିତ। ଗତବର୍ଷ ଆମେ ଦେଖିଲେ ଯେ, ଜରୁରୀକାଳୀନ ଚିକିତ୍ସା କ୍ଷେତ୍ରରେ ଉତ୍ତମ ଭିତ୍ତିଭୂମି ଥିବା ଦେଶମାନେ ‘ସାର୍ସ-କୋଭ୍-୨ ଭାଇରସ୍’ (କରୋନାଭାଇରସ୍) ବିସ୍ତାର ରୋକିବା ଲାଗି ତୁରନ୍ତ ପଦକ୍ଷେପ ନେଇପାରିଲେ।
Image Courtesy of CGTNପ୍ରତ୍ୟେକ ଦେଶ ତା’ର ସ୍ବାସ୍ଥ୍ୟସେବାର ବିକାଶ କ୍ଷେତ୍ରରେ ଯଥେଷ୍ଟ ଧ୍ୟାନ ଦେଲେ ଯାଇ ନିରାପଦ ବିଶ୍ବ ସ୍ଥାପନ ସମ୍ଭବପର ବୋଲି ମଧ୍ୟ ‘ଡବ୍ଲୁଏଚ୍ଓ’ ଗୁରୁତ୍ବାରୋପ କରିଛି। ‘ଡବ୍ଲୁଏଚ୍ଓ’ କହିଛି, ସ୍ବାସ୍ଥ୍ୟ ଯେ ସାମାଜିକ, ଆର୍ଥିକ ଏବଂ ରାଜନୈତିକ ସ୍ଥିରତାର ମୂଳଦୁଆ, କୋଭିଡ୍-୧୯ ମହାମାରୀ ହେଉଛି ତାହାର ଏକ ସତର୍କତାମୂଳକ ସ୍ମାରକ।
‘ଡବ୍ଲୁଏଚ୍ଓ’ ଆହୁରି ମଧ୍ୟ କହିଛି ଯେ, ବିଜ୍ଞାନ, ସମାଧାନର ଉପାୟ ଏବଂ ସମ୍ମିଳିତ ଉଦ୍ୟମ ଦ୍ବାରା କୋଭିଡ୍-୧୯ର ମୁକାବିଲା କରିହେବ।
Follow Us