ଖାଦ୍ୟ ସାମଗ୍ରୀରେ ବି କରୋନାଭୂତାଣୁ ବ୍ୟାପିପାରେ !

Advertisment
ଖାଦ୍ୟ ସାମଗ୍ରୀରେ ବି କରୋନାଭୂତାଣୁ ବ୍ୟାପିପାରେ !

image source-foodrepublic,com

ଇକ୍ବେଡର: ଦକ୍ଷିଣ ଆମେରିକାର ଇକ୍ୱେଡର ସ୍ଥିତ ଏକ ଚିଙ୍ଗୁଡ଼ି କାରଖାନାରୁ ନିକଟରେ ଚୀନ୍‌ର ଦାଲିଆନ୍‌ ଓ ଜିଆମେନ୍‌ ବନ୍ଦରକୁ ରପ୍ତାନି ହୋଇଥିବା ସମୁଦ୍ରଖାଦ୍ୟ ପୁଡ଼ିଆର ନମୁନା ପରୀକ୍ଷଣରୁ ସେଥିରେ କୋଭିଡ୍-୧୯ ପଜିଟିଭ୍ ଥିବା ଜଣାପଡ଼ିଛି। ଫଳରେ ଇକ୍ୱେଡରରୁ ଆଉ ଖାଦ୍ୟ ସାମଗ୍ରୀ ଆମଦାନି ପାଇଁ ଚୀନୀ କର୍ତ୍ତୃପକ୍ଷ ସାମୟିକ ଭାବେ ବନ୍ଦ କରିଦେଇଛନ୍ତି। ଉକ୍ତ ଚିଙ୍ଗୁଡ଼ିଗୁଡ଼ିକ ପ୍ୟାକିଂ ହେବା ପୂର୍ବରୁ କାରଖାନା ଭିତରେ ଓ ପରେ କାରଖାନା ବାହାରେ ପରୀକ୍ଷା କରାଯିବାରୁ ରପ୍ତାନି ହୋଇଥିବା ସଂପୃକ୍ତ ପ୍ୟାକେଟ୍‌ରେ ଏଭଳି କରୋନାଭୂତାଣୁର ଉପସ୍ଥିତି ସମ୍ପର୍କରେ ଜାଣିବାକୁ ମିଳିଛି। ଏହି ଘଟଣା ଘାତକ ଭୂତାଣୁ ସାର୍ସ-କୋଭ୍-୨ ମଧ୍ୟ ବିଭିନ୍ନ ଖାଦ୍ୟ ପ୍ୟାକେଟ୍‌ ଓ ବରଫୀକୃତ ସାମଗ୍ରୀରେ ସଂକ୍ରମିତ ହେବାର ଆଶଙ୍କା ସୃଷ୍ଟି କରିଛି। ତେବେ ଗତମାସରେ ସଂପୃକ୍ତ କାରଖାନାରୁ ଚୀନ୍‌କୁ ରପ୍ତାନି ହୋଇଥିବା ସାଲମନ୍‌(ଏକ ପ୍ରକାର ସାମୁଦ୍ରିକ ମାଛ) ଯୋଗୁଁ ଏହି କରୋନାଭୂତାଣୁ ସଂକ୍ରମିତ ହୋଇଥିବା ସନ୍ଦେହ କରାଯାଉଛି।

ଗତ ମାସରେ ଚୀନ୍‌ରେ କରୋନାଭୂତାଣୁ ସଂକ୍ରମଣର କିଛି ନୂତନ ଘରୋଇ ମାମଲା ଚିହ୍ନଟ ହୋଇଥିଲା ଯାହାର ଉତ୍ପତ୍ତି ଦାଲିଆନ୍‌ ବଜାରସ୍ଥଳୀ ବୋଲି ଜଣାପଡ଼ିଥିଲା। ବିଶେଷ କରି ଆମଦାନି ହୋଇଥିବା ସାଲମନ୍‌ ମାଛକୁ ଉକ୍ତ ବଜାରରେ କଟାଯାଉଥିବା ପଟା(ଚପିଂ ବୋର୍ଡ) ଓ ଚାପଡ଼ରେ ମଧ୍ୟ କରୋନାଭୂତାଣୁ ଠାବ ହୋଇଥିଲା। ଏହା ପରେ ବଜାରରେ ଗଚ୍ଛିତ ସମସ୍ତ ବରଫୀକୃତ ମାଛ ଏବଂ ପଟା-ଚାପଡ଼ ଆଦି ନଷ୍ଟ କରିଦିଆଯାଇଥିଲା। ଅପରପକ୍ଷେ, ଇକ୍ୱେଡର ସ୍ଥିତ ସଂପୃକ୍ତ ଚିଙ୍ଗୁଡ଼ି କାରଖାନା ଏଭଳି ଅପବାଦକୁ ସହଜରେ ଗ୍ରହଣ କରିପାରୁନାହିଁ। ଚୀନୀ କର୍ତ୍ତୃପକ୍ଷଙ୍କ ଏଭଳି ପରୀକ୍ଷଣ ଫଳାଫଳାରେ ସନ୍ଦେହ ଉଠାଇ କମ୍ପାନି କର୍ତ୍ତୃପକ୍ଷ ତାଙ୍କ ଖ୍ୟାତିରେ ଏହା ଏକ ଧୋକାସଦୃଶ ବୋଲି କହିଛନ୍ତି। ସେହିପରି ଖାଦ୍ୟ କିମ୍ବା ଖାଦ୍ୟ ପୁଡ଼ିଆ ଦେଇ କରୋନାଭୂତାଣୁ ସଂକ୍ରମିତ ହେବାର ଆଦୌ ପ୍ରମାଣ ନାହିଁ ବୋଲି ଆମେରିକାର ଖାଦ୍ୟ ଓ ଭେଷଜ ପ୍ରଶାସନ ପକ୍ଷରୁ ସ୍ପଷ୍ଟ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe