Image Source: Hindustan Times
ଓ୍ଵାସିଂଟନ୍: ବାୟୁ ଓ କେତେକ ଜିନିଷପତ୍ର ଉପରେ କରୋନାଭାଇରସ୍ କିଛି ସମୟ ବଞ୍ଚି ରହିପାରୁଛି। ଆମେରିକୀୟ ସରକାରଙ୍କ ଆର୍ଥିକ ସହାୟତାରେ ଚାଲିଥିବା ଏକ ଅଧ୍ୟୟନ ମଙ୍ଗଳବାର ଦିନ ଏ କଥା ପ୍ରକାଶ କରିଛି।
ଅଧ୍ୟୟନ କରୁଥିବା ବୈଜ୍ଞାନିକମାନେ ଜାଣିପାରିଛନ୍ତି ଯେ ‘ସାର୍ସ’ ଭାଇରସ୍ ପରି ‘କୋଭିଡ୍-୧୯’ ମଧ୍ୟ ମଣିଷ ଶରୀର ବାହାରେ କିଛି ସମୟ ବଞ୍ଚି ରହିପାରେ।
ୟୁନିଭର୍ସିଟି ଅଫ୍ କାଲିଫର୍ଣ୍ଣିଆ, ଲସ୍ ଏଞ୍ଜେଲସ୍ ଏବଂ ପ୍ରିନ୍ସେନ୍ଟନ୍ର ‘ସେଣ୍ଟର୍ସ୍ ଫର୍ ଡିଜିଜ୍ କଣ୍ଟ୍ରୋଲ୍ ଆଣ୍ଡ୍ ପ୍ରିଭେନ୍ସନ୍’ର ବୈଜ୍ଞାନିକମାନଙ୍କ ଦ୍ୱାରା କରାଯାଇଥିବା ଏହି ଅଧ୍ୟୟନ ‘ନିୟୁ ଇଂଲଣ୍ଡ୍ ଜର୍ଣ୍ଣାଲ୍ ଅଫ୍ ମେଡିସିନ୍’ରେ ପ୍ରକାଶ ପାଇଛି। ଏହି ଅଧ୍ୟୟନରୁ ଜଣାପଡ଼ିଛି ଯେ ପ୍ଲାଷ୍ଟିକ୍ ଓ ଷ୍ଟେନ୍ଲେସ୍ ଷ୍ଟିଲ୍ ଉପରେ କରୋନାଭାଇରସ୍ ଦୁଇ ତିନି ଦିନଯାଏଁ ରହି ପାରୁ ଥିବା ବେଳେ କାର୍ଡବୋର୍ଡ ଉପରେ ୨୪ ଘଣ୍ଟା ରହିପାରିବ।
Image Source: Deccan Chronicleକାଶ ଓ ଛିଙ୍କ ଦ୍ୱାରା ବାୟୁମଣ୍ଡଳକୁ ଯାଉଥିବା କରୋନାଭାଇରସ୍ ତିନି ଘଣ୍ଟା ପାଇଁ ବାୟୁରେ ରହିପାରିବ ବୋଲି ବୈଜ୍ଞାନିକମାନେ କହିଛନ୍ତି। ଏକ ନେବୁଲାଇଜର୍ ଯୋଗେ ଅଧ୍ୟୟନକାରୀମାନେ ଏହି ତଥ୍ୟ ସଂଗ୍ରହ କରିଛନ୍ତି। କିନ୍ତୁ, ଭାଇରସ୍ ବାୟୁରେ ତିନି ଘଣ୍ଟା ଧରି ରହିବା ଅତିରଞ୍ଜିତ କହି କେତେକ ବୈଜ୍ଞାନିକ ସମାଲୋଚନା କରିଛନ୍ତି। ସେମାନେ ଯୁକ୍ତି ବାଢ଼ିଛନ୍ତି ଯେ ଶ୍ୱାସପ୍ରଶ୍ୱାସରୁ ବାହାରୁ ଥିବା ତରଳ କଣିକାରେ ସାଧାରଣତଃ ଭୂତାଣୁ ସଂକ୍ରମଣ ହୁଏ। ଛିଙ୍କ ବା କାଶ ସମୟରେ ଏହା ସମ୍ପୃକ୍ତ ବ୍ୟକ୍ତିଙ୍କ ଶରୀରୁ ବାହାରକୁ ଆସି ମାତ୍ର ଅଳ୍ପ କେତେ ସେକେଣ୍ଡ୍ ବଞ୍ଚି ରହିଥାଏ।
କିନ୍ତୁ, କରୋନାଭାଇରସ୍ ସଂକ୍ରମଣ ରୋକିବାକୁ ସାମାଜିକ ଦୂରତ୍ୱ, ମୁହଁରେ ହାତ ନ ମାରିବା, କାଶ ଓ ଛିଙ୍କ ବେଳେ ମୁହଁ ଘୋଡ଼ାଇବା, ସ୍ପ୍ରେ କିଂବା ଓ୍ଵାଇପ୍ ମାରି ବାରମ୍ବାର ଜିନିପତ୍ରଗୁଡ଼ିକୁ ବିଶୋଧନ କରିବା ଆଦି ଉପଦେଶ ସବୁକୁ ପାଳନ କରିବାକୁ ବୈଜ୍ଞାନିକମାନେ କହିଛନ୍ତି।
Follow Us