୨୯ ରାଜ୍ୟରେ କରୋନା : ମୃତ୍ୟୁସଂଖ୍ୟା ୫୩ ଛୁଇଁଲା

Advertisment

ସପ୍ତାହକରେ ଆକ୍ରାନ୍ତ ସଂଖ୍ୟା ଦୁଇ ଗୁଣ, ଦେଶବ୍ୟାପୀ ୧୯୬୫ ଆକ୍ରାନ୍ତ

ସପ୍ତାହକରେ ଆକ୍ରାନ୍ତ ସଂଖ୍ୟା ଦୁଇ ଗୁଣ, ଦେଶବ୍ୟାପୀ ୧୯୬୫ ଆକ୍ରାନ୍ତ

କରୋନା, ମା’ ଆଉ ଆମ ମୁଖ୍ୟମନ୍ତ୍ରୀ

NPR

ନୂଆଦିଲ୍ଲୀ : ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଲଗାତାର ବଢ଼ିଚାଲିଛି। ସପ୍ତାହକ ମଧ୍ୟରେ ଏହି ସଂଖ୍ୟା ଦୁଇ ଗୁଣ ବଢ଼ିଯାଇଛି। ଦେଶର ୨୯ ରାଜ୍ୟରେ ଏବେ କରୋନା କାୟାବିସ୍ତାର କରୁଛି। ସରକାରୀ ତଥ୍ୟ ମୁତାବକ ଏ ପର୍ଯ୍ୟନ୍ତ ୨୦୬୯ ଜଣ କରୋନା ଭାଇରସ୍‌ରେ ଆକ୍ରାନ୍ତ ହୋଇଛନ୍ତି। ଭାଇରସ୍‌ ୫୩ ଜଣଙ୍କ ଜୀବନ ନେଇସାରିଛି। ମହରାଷ୍ଟ୍ରରେ ଏବେ ସର୍ବାଧିକ କରୋନା ଆକ୍ରାନ୍ତ ଅଛନ୍ତି ଏବଂ ଏଠାରେ ଭାଇରସ୍‌ ଦ୍ରୁତ ଗତିରେ ବ୍ୟାପୁଛି। ରାଜ୍ୟରେ ଆକ୍ରାନ୍ତ ସଂଖ୍ୟା ୩୩୫ରେ ପହଞ୍ଚିଥିବାରୁ ଆଜି ୨୪ଟି ଅଂଚଳକୁ ସିଲ୍‌ କରାଯାଇଛି। ମହାରାଷ୍ଟ୍ରରେ କରୋନାରେ ସର୍ବାଧିକ ୧୩ ଜଣଙ୍କ ମୃତ୍ୟୁ ଘଟିଛି। ଗୁଜରାଟ‌ରେ ୬ ଜଣଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ବିଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୨ ଜଣ କରୋନାରେ ପ୍ରାଣ ହରାଇଛନ୍ତି।

ଆନ୍ଧ୍ର ପ୍ରଦେଶରେ କରୋନା ଭାଇରସ୍‌ର ୬୫ଟି ନୂଆ ମାମଲା ସାମ୍ନାକୁ ଆସିଛି ଏବଂ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୧୧ ପହଞ୍ଚିଛି। ଏଥିରୁ ଅଧିକାଂଶ ମାମଲା ଜମାତ ସମ୍ମିଳନୀ ସହିତ ସଂପୃକ୍ତ। ରାଜ୍ୟରୁ ୧୦୮୫ ଜଣ ଦିଲ୍ଲୀରେ ଜମାତ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ ବୋଲି ମୁଖ୍ୟମନ୍ତ୍ରୀ ୱାଇ ଏସ୍‌ ଜଗନ ମୋହନ ରେଡ୍ଡି କହିଛନ୍ତି।

ଗୁଜରାଟରେ ଏବେ ୮୨ ଜଣ ଆକ୍ରାନ୍ତ ଥିବା ବେଳେ କର୍ଣ୍ଣାଟକରେ ଆକ୍ରାନ୍ତଙ୍କ ସଂଖ୍ୟ ୧୧୦ରେ ପହଞ୍ଚିଛି। ମଧ୍ୟପ୍ରଦେଶରେ ୯୯ ଜଣ ଆକ୍ରାନ୍ତ ହୋଇଥିବା ବେଳେ ପଂଜାବରେ ୪୬ ଜଣ, ତେଲେଙ୍ଗାନାରେ ୯୬ ଜଣ, ଦିଲ୍ଲୀରେ ୧୫୨ ଜଣ, ଜମ୍ମୁ କାଶ୍ମୀରରେ ୬୨ ଜଣ କରୋନା ଆକ୍ରାନ୍ତ ହୋଇଛନ୍ତି। ପଶ୍ଚିମବଂଗରେ ଆକ୍ରାନ୍ତଙ୍କ ସଂଖ୍ୟା ୩୭ରେ ପହଞ୍ଚିଥିବା ବେଳେ ତାମିଲନାଡ଼ୁରେ ଏହା ୧୨୪ରେ ପହଞ୍ଚିଛି। ଜମାତ କାର୍ଯ୍ୟକ୍ରମ ପାଇଁ ତାମିଲନାଡ଼ୁରେ ୧୧୦ ଜଣ ଭାଇରସ୍‌ ଆକ୍ରାନ୍ତ ହୋଇଛନ୍ତି। ଉତ୍ତର ପ୍ରଦେଶରେ ଆକ୍ରାନ୍ତ ସଂଖ୍ୟା ୧୧୩ ରହିଥିବା ବେଳେ ବିହାରରେ ୨୩ ଜଣ ଆକ୍ରାନ୍ତ ହୋଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe