କରୋନାଭାଇରସ୍ ସଂକଟ: ମୋଦୀଙ୍କୁ ଟୁଇଟ୍ କରିବା ପରେ ମୁମ୍ବାଇ ମହିଳାଙ୍କ ପାଖରେ ଓଟକ୍ଷୀର ପହଞ୍ଚାଇଲା ଭାରତୀୟ ରେଳବାଇ

Advertisment
କରୋନାଭାଇରସ୍ ସଂକଟ: ମୋଦୀଙ୍କୁ ଟୁଇଟ୍ କରିବା ପରେ ମୁମ୍ବାଇ ମହିଳାଙ୍କ ପାଖରେ ଓଟକ୍ଷୀର ପହଞ୍ଚାଇଲା ଭାରତୀୟ ରେଳବାଇ

Representative Image Source: Zee News

ମୁମ୍ବାଇ: ଓଟକ୍ଷୀର ନିମନ୍ତେ ସରକାରଙ୍କ ସହାୟତା ଲୋଡ଼ିଥିବା ଜଣେ ମହିଳାଙ୍କୁ ଗତ ରାତିରେ ଭାରତୀୟ ରେଳବାଇ ୨୦ ଲିଟର୍ ଓଟକ୍ଷୀର ଆଣି ଦେଇଛି।

୨୧ ଦିନିଆ ଲକଡାଉନ ଯୋଗୁଁ ଅଟିଜିମ୍‌ରେ ଆକ୍ରାନ୍ତ ସାଢ଼େ ତିନି ବର୍ଷର ପୁଅ ପାଇଁ ଓଟ କ୍ଷୀର ନ ମିଳିବାରୁ ମୁମ୍ବାଇର ଜଣେ ମହିଳା ସହାୟତା ପାଇଁ ପ୍ରଧାନମନ୍ତ୍ରୀ ମ‌ୋଦୀଙ୍କୁ ଟୁଇଟ୍ କରିଥିଲେ। ଏଠାରେ ଉଲ୍ଲେଖ କରାଯାଇ ପାରେ ଯେ ସେ ଛେଳି, ଗାଈ ଏବଂ ମଇଁଷି କ୍ଷୀର ସେ ପିଲା ଦେହରେ ଆଲର୍ଜି ସୃଷ୍ଟି କରେ। କିନ୍ତୁ, ଓଟକ୍ଷୀର ସହଜରେ ନ ମିଳିବାରୁ ସାହାଯ୍ୟ ପାଇଁ ସେ ସରକାରଙ୍କୁ ନିବେଦନ କରିଥିଲେ।

publive-image Image Source: Hindustan Times

ଏପ୍ରିଲ୍ ୨୪ ତାରିଖ ଦିନ ସମ୍ପୃକ୍ତ ମହିଳା ଟୁଇଟ୍ କରି ଲେଖିଥିଲେ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମହଦୋୟ, ଅଟିଜିମ୍ ଏବଂ କେତେକ ଖାଦ୍ୟ ଆଲର୍ଜି ଥିବା ମୋର ଗୋଟାଏ ସାଢ଼େ ୩ ବର୍ଷର ପିଲା ଅଛି। ସେ ଓଟ କ୍ଷୀର ଓ ସ୍ବଳ୍ପ ପରିମାଣର ଡାଲି ଖାଇ ଜୀବନ ଧାରଣ କରୁଛି। ଲକଡାଉନ ଆରମ୍ଭରୁ ଶେଷ ହେବା ଯାଏଁ ଚଳିବାକୁ ମୋ ପାଖରେ ଯଥେଷ୍ଟ ଓଟକ୍ଷୀର ନାହିଁ। ରାଜସ୍ଥାନର ସାଦ୍ରିରୁ ଓଟକ୍ଷୀର କିଂବା ଓଟକ୍ଷୀର ଗୁଣ୍ଡ ଆଣିବାରେ ମୋତେ ସହାୟତା କରନ୍ତୁ।

ବରିଷ୍ଠ ଆଇପିଏସ୍ ଅଧିକାରୀ ଅରୁଣ ବୋଥ୍ରା ଟୁଇଟ୍ କରିଛନ୍ତି ଯେ ଗୋଟିଏ ସପ୍ତାହରୁ କମ୍ ସମୟ ମଧ୍ୟରେ ସମ୍ପୃକ୍ତ ମହିଳାଙ୍କୁ ଓ ଅନ୍ୟ ଜଣେ ବ୍ୟକ୍ତିଙ୍କୁ ଓଟକ୍ଷୀର ଯୋଗାଇ ଦିଆଯାଇଛି। ରେଳ ନ ଅଟକୁ ଥିବା ଷ୍ଟପେଜରୁ କ୍ଷୀର ପାତ୍ରଗୁଡ଼ିକ ନେବା ପାଇଁ ବନ୍ଦୋବସ୍ତ କରାଇଥିବାରୁ ସେ ଉତ୍ତର-ପଶ୍ଚିମ ରେଳବାଇର ‘ସିପିଟିଏମ୍’ ତରୁଣ ଜୈନଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ଦେଶବ୍ୟାପୀ ଲକଡାଉନ୍ ସମୟରେ ଦେଶର ବିଭିନ୍ନ ପ୍ରାନ୍ତକୁ ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ କରି ଭାରତୀୟ ରେଳବାଇ ଅତି ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe