ସିଙ୍ଗାପୁର ଗବେଷକଙ୍କ ଦାବି : ମେ ୨୧ ସୁଦ୍ଧା ଭାରତରେ କରୋନାଭାଇରସ୍ ସଂକ୍ରମଣ ଶେଷ ହୋଇପାରେ

Advertisment
ସିଙ୍ଗାପୁର ଗବେଷକଙ୍କ  ଦାବି : ମେ ୨୧ ସୁଦ୍ଧା ଭାରତରେ କରୋନାଭାଇରସ୍ ସଂକ୍ରମଣ ଶେଷ ହୋଇପାରେ

Image Source: Zee News

ନୂଆଦିଲ୍ଲୀ: ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ୍‌ ତଥ୍ୟ ଅନୁଶୀଳନକୁ ଆଧାର କରି ‘ସିଙ୍ଗାପୁର ୟୁନିଭର୍ସିଟି ଅଫ୍ ଟେକ୍ନୋଲଜି ଆଣ୍ଡ୍ ଡିଜାଇନ୍‌’ର (ଏସ୍‌ୟୁଟିଡି) ଗବେଷକମାନେ କହିଛନ୍ତି ଯେ ଅବିଳ‌େମ୍ବେ ଭାରତ ସମେତ ଅନେକ ଦେଶରୁ କରୋନାଭାଇରସ୍ ସଂକ୍ରମଣ ଶେଷ ହେବ।

ସମଗ୍ର ବିଶ୍ବରେ କରୋନାଭାଇରସ୍‌ର ଜୀବନଚକ୍ର ସମୟ ଅବଧିରେ ବିଭିନ୍ନ ଦେଶ ପୂର୍ବାନୁମାନ କରିଥିବା ସଂକ୍ରମଣର ପ୍ରମୁଖ ତାରିଖଗୁଡ଼ିକର ତଥ୍ୟ ଆଧାରିତ ପରିସଂଖ୍ୟାନକୁ ନେଇ ‘ଏସ୍‌ୟୁଟିଡି’  ‘ସସେପ୍ଟିବଲ୍-ଇନ୍‌ଫେକ୍‌ଟେଡ୍-ରିକଭର୍ଡ’ ମଡେଲ୍ ପ୍ରସ୍ତୁତ କରିଛି ।

ଏହି ଗାଣିତିକ ମଡେଲ୍‌ ଆଧାରରେ ‘ସିଙ୍ଗାପୁର ୟୁନିଭର୍ସିଟି ଅଫ୍ ଟେକ୍ନୋଲଜି ଆଣ୍ଡ୍ ଡିଜାଇନ୍‌’ କହିଛି ଯେ ମେ ୨୧ ବେଳକୁ ଭାରତରୁ ୯୭% କରୋନାଭାଇରସ୍ ସଂକ୍ରମଣ‌ ଶେଷ ହୋଇଯିବ। ଏହାଛଡ଼ା  ମେ ୨୦ ତାରିଖ ସୁଦ୍ଧା ବିଶ୍ବରୁ ୯୭% କରୋନାଭାଇରସ୍ ମହାମାରୀ ଶେଷ ହୋଇଯିବାର ସମ୍ଭାବନା ରହିଛି ଏବଂ ୨୦୨୦ ଡିସେମ୍ବର ୮ ତାରିଖ ଦିନ ଏହାର ୧୦୦% ଅବସାନ ଘଟିବ।

publive-image Image Source: MSN

ଏହି ଗାଣିତିକ ମଡେଲ୍‌ ଆଧାରରେ ‘ସିଙ୍ଗାପୁର ୟୁନିଭର୍ସିଟି ଅଫ୍ ଟେକ୍ନୋଲଜି ଆଣ୍ଡ୍ ଡିଜାଇନ୍‌’ ଆହୁରି ମଧ୍ୟ କହିଛି ଯେ ମେ ୧୧ ତାରିଖ ବେଳକୁ ଆମେରିକାରୁ କୋଭିଡ୍-୧୯ ସଂକ୍ରମଣ ୯୭% ଶେଷ ହୋଇଯିବା ‌ବେଳେ ଇଟାଲିରୁ ମେ ୭ ତାରିଖ ବେଳକୁ ୯୭% ଶେଷ ହେବ।

ମେ ୧୦ ତାରିଖ ସୁଦ୍ଧା ଇରାନରୁ, ମେ ୧୫ ତାରିଖ ସୁଦ୍ଧା ତୁର୍କୀରୁ, ମେ ୯ ତାରିଖ ସୁଦ୍ଧା ଇଂଲଣ୍ଡରୁ, ମେ ୧ ସୁଦ୍ଧା ସ୍ପେନ୍‌ରୁ ଏବଂ ମେ ୩ ସୁଦ୍ଧା ଫ୍ରାନ୍‌ସ୍‌ରୁ କରୋନାଭାଇରସ୍ ସଂକ୍ରମଣ ଶେଷ ହେବ। ସେହିପରି ଜର୍ମାନିରୁ ଏପ୍ରିଲ୍ ୩୦ ତାରିଖ ସୁଦ୍ଧା ସଂକ୍ରମଣ ଶେଷ ହେଉଥିବା ବେଳେ କାନାଡାରେ ମେ ୧୬ ତାରିଖ ଦିନ ସଂକ୍ରମଣ ଶେଷ ହେବ ବୋଲି ଏହି ଅଧ୍ୟୟନରୁ ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe