ବିବାହରେ ସାମିଲ ହୋଇ ଜଣେ କରୋନା ପଜିଟିଭ ବ୍ୟକ୍ତି ୩୦ଜଣଙ୍କୁ କଲେ ସଂକ୍ରମିତ

ବିବାହରେ ସାମିଲ ହୋଇ ଜଣେ କରୋନା ପଜିଟିଭ ବ୍ୟକ୍ତି ୩୦ଜଣଙ୍କୁ କଲେ ସଂକ୍ରମିତ

ମଧ୍ୟପ୍ରଦେଶ: କରୋନାର ଦ୍ୱିତୀୟ ଲହର ଦେଶରେ ଆତଙ୍କ ଖେଳାଇ ଦେଇଛି। ହସ୍ପିଟାଲରୁ ନେଇ ଶ୍ମଶାନ ପର୍ଯ୍ୟନ୍ତ ମୃତକଙ୍କ ଧାଡ଼ି ଲାଗିଛି। ଏହା ସ୍ବତ୍ତ୍ବେ ବି ଲୋକମାନେ କରୋନା ସଂକ୍ରମଣକୁ ଅବହେଳା କରୁଥିବା ଦେଖିବାକୁ ମିଳୁଛି। ଏଭଳି କ୍ରମରେ ମଧ୍ୟପ୍ରଦେଶରେ ନିୱାଡିରୁ ଏକ ଘଟଣା ସାମ୍ନାକୁ ଆସିଛି। ଯେଉଁଠାରେ ଜଣେ ବ୍ୟକ୍ତିଙ୍କ ଭୁଲ ଯୋଗୁଁ ସମଗ୍ର ଗାଁ ଏବେ କଷ୍ଟ ଭୋଗୁଛି।

ପ୍ରୀତିପୁର ପୁଲିସ ଷ୍ଟେସନ ଅଞ୍ଚଳର ଲୁହାରଗୁୱା ଗାଁରେ ବସବାସ କରୁଥିବା ଜଣେ ବ୍ୟକ୍ତି କରୋନା ପଜିଟିଭ ହେବା ସ‌ତ୍ତ୍ବେ ଆଠଦିନ ପର୍ଯ୍ୟନ୍ତ ଏହାକୁ ଲୁଚାଇ ରଖିଥିଲେ। କେବଳ ଏତିକି ନୁହେଁ କରୋନା ସଂକ୍ରମିତ ହୋଇ ଏପ୍ରିଲ ୨୯ରେ ଥିବା ଏକ ବିବାହ ସମାରୋହରେ ସେ ସାମିଲ ବି ହୋଇଥିଲେ।

गांव की एक शादी में शामिल हुआ कोरोना पॉजिटिव युवक

ଏମିତି କି ସେ ବର ଓ ବଧୂ ସହିତ ମିଶି ଫଟୋ ବି ଉଠାଇଥିଲେ। ଏପ୍ରିଲ ୩୦ରେ ମଧ୍ୟ ଏକ ଶୋଭାଯାତ୍ରାରେ ଯୋଗ ଦେଇଥିଲେ । ଏବେ ଜଣାପଡ଼ିଛି କି ଉକ୍ତ ବ୍ୟକ୍ତିଙ୍କ ହେତୁ ବର ସହ ୩୦ ଲୋକେ କରୋନା ସଂକ୍ରମିତ ହୋଇଛନ୍ତି। ଏଥିମଧ୍ୟରୁ ଅନେକଙ୍କ ଅବସ୍ଥା ଗୁରୁତର ମଧ୍ୟ ରହିଛି। ପୁଲିସ ଉକ୍ତ ବ୍ୟକ୍ତିଙ୍କ ନାମରେ ମାମଲା ରୁଜୁ କରିଛି।

ଏହି ଘଟଣା ପ୍ରଶାସନ ପାଖରେ ପହଞ୍ଚିବା ପରେ ସେ ପୂରା ଗ୍ରାମକୁ ରେଡ ଜୋନ ଘୋଷଣା କରିବା ସହିତ ସିଲ କରି ଦେଇଛି। ଗାଁ ଲୋକ ବାହାରକୁ ଯାଉ ନାହାନ୍ତି କି ଅନ୍ୟ ଲୋକ ଏହି ଗାଁ ଭିତରେ ପ୍ରବେଶ କରି ପାରୁ ନାହାନ୍ତି। ସ୍ବାସ୍ଥ୍ୟକର୍ମୀ ଘରଘର ବୁଲି ଲୋକଙ୍କ ସ୍ବାସ୍ଥ୍ୟ କଥା ବୁଝୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe