କରୋନା ଆକ୍ରାନ୍ତ ହେଲେ ମିଳିବ ୯୪ହଜାର ଟଙ୍କା !

Advertisment
କରୋନା ଆକ୍ରାନ୍ତ ହେଲେ ମିଳିବ ୯୪ହଜାର ଟଙ୍କା !

World Health Organization

ନୂଆଦିଲ୍ଲୀ: ଆମେରିକାର କାଲିଫର୍ନିଆର ଥିବା ଏକ ଅଞ୍ଚଳରେ କରୋନା ଆକ୍ରାନ୍ତଙ୍କ ପାଇଁ ଏକ ବଡ ନିଷ୍ପତି ନିଆଯାଇଛି | ଯେଉଁମାନେ କରୋନା ଆକ୍ରାନ୍ତ ହେବେ ସେମାନଙ୍କୁ ୯୪ହଜାର ଟଙ୍କା ଦିଆଯିବ। ଲୋକଙ୍କୁ ଖାଦ୍ୟ ଖର୍ଚ୍ଚ, ଭଡା ଏବଂ ଫୋନ୍ ବିଲ୍ ପୈଠ କରିବାରେ ସାହାଯ୍ୟ କରିବାକୁ ଏହି ଟଙ୍କା ଦିଆଯିବ |

କାଲିଫର୍ନିଆର ଆଲାମେଡା କାଉଣ୍ଟିର ସୁପରଭାଇଜର ବୋର୍ଡ କହିଛି ଯେ, ସଂକ୍ରମିତ ହେବା ପରେ ଅନେକ ଲୋକଙ୍କ ପାଖରେ ଦୁଇ ସପ୍ତାହ ପର୍ଯ୍ୟନ୍ତ କ୍ୱାରେଣ୍ଟାଇନ ଏବଂ ଆଇସୋଲେସନରେ ରହିବା ପାଇଁ ଟଙ୍କାର ଅଭାବ ଦେଖାଦେଉଛି | ଏହି କାରଣରୁ ସେମାନଙ୍କୁ ସାହାଯ୍ୟ କରିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି।

No, COVID-19 Coronavirus Was Not Bioengineered. Here's The ... Forbes

ଲସ୍ ଆଞ୍ଜେଲସ୍ ଟାଇମ୍ସ ରିପୋର୍ଟ ଅନୁଯାୟୀ, ପାଇଲଟ୍ କାର୍ଯ୍ୟକ୍ରମ ଅଧୀନରେ କରୋନା ଆକ୍ରାନ୍ତ ହେବା ପରେ କାଉଣ୍ଟି ବୋର୍ଡ ସର୍ବସମ୍ମତି କ୍ରମେ ୯୪,୦୦୦ ଟଙ୍କା ଦେବାକୁ ନିଷ୍ପତ୍ତି ନେଇଛି। ବୋର୍ଡ କହିଛି ଯେ, ଯଦି ଲୋକମାନେ ପରୀକ୍ଷା କରିବାକୁ ଡରିବେ ବା ଆଇସୋଲେସନ ପାଇଁ ତାଙ୍କ ପାଖରେ ଟଙ୍କା ରହିବ ନାହିଁ, ତେବେ ଭୂତାଣୁ ସଂକ୍ରମଣ ରୋକିବା ଅସମ୍ଭବ ହେବ |

୯୪ହଜାର ଟଙ୍କା ସହାୟତା ପାଇବାକୁ ହେଲେ ଜଣେ ବ୍ୟକ୍ତିଙ୍କୁ ସଂପୃକ୍ତ କ୍ଲିନିକରେ ପରୀକ୍ଷା କରାଇବାକୁ ହେବ | ଆମେରିକାର ଆଲାମେଡା କାଉଣ୍ଟି ଆଶା କରେ ଯେ ନୂତନ ନିଷ୍ପତ୍ତି ପରେ ସଂକ୍ରମିତ ହେଲେ ଲୋକମାନେ ନିଜକୁ ପୃଥକ କରିବାକୁ ଉତ୍ସାହିତ ହେବେ ଏବଂ ଏହି କାରଣରୁ ଅଧିକ ଲୋକ ପରୀକ୍ଷା ପାଇଁ ଆଗକୁ ଆସିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe