କରୋନା ଭାଇରସ୍‌ର ଉତ୍ପତ୍ତି ସ୍ଥଳକୁ ନେଇ ଦେଖାଦେଇଥିବା ବିବାଦରୁ ଖସିବାକୁ ବାଟ ଖୋଜୁଛି ଚୀନ୍

Advertisment
କରୋନା ଭାଇରସ୍‌ର ଉତ୍ପତ୍ତି ସ୍ଥଳକୁ ନେଇ ଦେଖାଦେଇଥିବା ବିବାଦରୁ ଖସିବାକୁ ବାଟ ଖୋଜୁଛି ଚୀନ୍

Soha

ବେଜିଂ : ଚୀନ୍‌ର ଉହାନ୍‌ ସହର ହିଁ କରୋନା ଭାଇରସ୍‌ର ଉତ୍ପତ୍ତି ସ୍ଥଳ ବୋଲି ସମଗ୍ର ବିଶ୍ବ ଅବଗତ ଅଛି। କରୋନା ବିଶ୍ବ ମହାମାରୀ ପାଇଁ ଜି-୭ ରାଷ୍ଟ୍ରଗୋଷ୍ଠୀ ସିଧାସଳଖ ଚୀନ୍‌କୁ ଦାୟୀ କରି କରୋନାକୁ ‘ଉହାନ୍‌ ଭାଇରସ୍‌’ ଭାବେ ନାମିତ କରିବା ପରେ ଚୀନ୍‌ର ଚିନ୍ତା ବଢ଼ିଯାଇଛି ଏବଂ ଅନ୍ୟ କୌଣସି ରାଷ୍ଟ୍ର ମୁଣ୍ଡରେ ଅଠା ବୋଳି ଚୀନ୍‌ ଏବେ ଏଥିରୁ ରକ୍ଷା ପାଇଁ ପ୍ରୟାସ ଆରମ୍ଭ କରିଦେଇଛି। ଏ ନେଇ ଚୀନ୍‌ର ଗୁପ୍ତ କୂଟନୀତି ମଧ୍ୟ କାହାକୁ ଅଛପା ନାହିଁ। ତେବେ ଚୀନ୍‌ ଏବେ ଏକ ଏଭଳି ରାଷ୍ଟ୍ର ମୁଣ୍ଡରେ ଦୋଷ ଲଦିବାକୁ ଚେଷ୍ଟା କରୁଛି, ଯିଏକି ଏ ବାବଦରେ ଅସ୍ବୀକାର କଲେ ମଧ୍ୟ ଚୀନ୍‌ର ମତକୁ ପ୍ରାଧ୍ୟାନ୍ୟ ମିଳିବ ଏବଂ ଚୀନ୍‌ ବିରୋଧରେ ଉଠିଥିବା ଘୃଣା ଓ ଅସନ୍ତୋଷର ଲହର ଥମିବ।

ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲୁଏଚ୍‌ଓ)କୁ ଚୀନ୍‌ କହିଛନ୍ତି ଯେ ଉହାନ୍‌ର ଏକ ମାଛ ବଜାରରୁ ଏହି ଭାଇସ୍‌ ବ୍ୟାପିଛି। ତେବେ ଭାଇରସ୍‌ ଚୀନ୍‌ରୁ ଆସିନାହିଁ ଏବଂ ଏହା ବାହାରୁ ଚୀନ୍‌କୁ ଆସିଛି ବୋଲି ମଧ୍ୟ ଚୀନ୍‌ ବାରମ୍ବାର ମତ ରଖି ଆସିଛି। ଏହା ସହିତ ଚୀନ୍‌ ନିୟମିତ ବ୍ୟବଧାନରେ ଆମେରିକା ହିଁ କରୋନା ଭାଇରସ୍‌ର ଉତ୍ପତ୍ତି ସ୍ଥଳ ବୋଲି କହିଆସୁଛି। ଅନ୍ତର୍ଜାତୀୟ କୂଟନୀତିରେ ବେଶ୍‌ ପାରଙ୍ଗମ ଚୀନ୍‌ ମଧ୍ୟ ଏ ନେଇ ସମର୍ଥନ ଯୋଗାଡ଼ ପ୍ରୟାସରେ ରହିଛି। ଅନ୍ୟପକ୍ଷରେ ଆମେରିକା ମଧ୍ୟ ଚୀନ୍‌ର ପ୍ରତିଟି ଅଭିଯୋଗର କଡ଼ା ଜବାବ ଦେଉଛି। କରୋନା ଭାଇରସ୍‌ ନେଇ ଚୀନ୍‌ କମ୍ୟୁନିଷ୍ଟ ପାର୍ଟିର ମିଥ୍ୟା ଏବଂ ଷଡ଼ଯନ୍ତ୍ରପୂର୍ଣ୍ଣ କାର୍ଯ୍ୟକଳାପ ଧରା ପଡ଼ିଯାଇଛି ବୋଲି ଆମେରିକା କହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe