ତାମିଲନାଡୁର ହୋଟେଲ ମାଲିକଙ୍କ ଦାବି: ଏହି ପିଆଜ ଖାଆନ୍ତୁ, କରୋନା ଭାଇରସଠାରୁ ଦୂରରେ ରୁହନ୍ତୁ

Advertisment
ତାମିଲନାଡୁର ହୋଟେଲ ମାଲିକଙ୍କ ଦାବି: ଏହି ପିଆଜ ଖାଆନ୍ତୁ, କରୋନା ଭାଇରସଠାରୁ ଦୂରରେ ରୁହନ୍ତୁ

oneindia.com

ନୂଆଦିଲ୍ଲୀ: ସାରା ବିଶ୍ବରେ ଏବେ କରୋନା ଭାଇରସକୁ ନେଇ ଆତଙ୍କ ସୃଷ୍ଟି ହୋଇଥିବା ବେଳେ ଏହାର ନିରାକରଣ ଖୋଜିବାରେ ବୈଜ୍ଞାନିକମାନେ ଲାଗି ପଡ଼ିଛନ୍ତି। ଧିରେ ଧିରେ ଏହା ଅନେକ ଦେଶକୁ ବ୍ୟାପୁଥିବାର ଦେଖାଯାଉଥିବା ବେଳେ ଭାରତର କେରଳରେ ଦୁଇଜଣ କରୋନା ଭାଇରସ ଦ୍ବାରା ସଂକ୍ରମଣ ହୋଇଥିବା ରୋଗୀ ଚିହ୍ନଟ ହୋଇଛନ୍ତି। ଏଭଳି ପରିସ୍ଥିତିରେ ତାମିଲନାଡୁର ଏକ ହୋଟେଲ କରିଥିବା ବ୍ୟକ୍ତିଙ୍କ ଦାବି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଛୋଟ ପିଆଜ ଖାଇବା ଦ୍ବାରା ଲୋକେ କରୋନା ଭାଇରସ ସଂକ୍ରମଣର ଶିକାର ହେବେ ନାହିଁ ବୋଲି ତାମିଲନାଡୁର ଏକ ହୋଟେଲ ଦାବି କରିଛି।

ତାମିଲନାଡୁର କରାଇକୁଡିରେ ହୋଟେଲ ଚଳାଉଥିବା ମାଲିକଙ୍କ କହିବା ମୁତାବକ, ଆମ ଖାଇବାରେ ଛୋଟ ଛୋଟ ପିଆଜର ବ୍ୟବହାର କରି ଆମେ କରୋନା ଭାଇରସ ସଂକ୍ରମଣକୁ ରୋକି ପାରିବା। ଏ ବିଷୟରେ ଜାଣି ଆମେ ଏବେ ଲୋକମାନଙ୍କୁ ଛୋଟ ଛୋଟ ପିଆଜରେ ଖାଇବା ପ୍ରସ୍ତୁତ କରି ଦେଉଛୁ। ତାମିଲନାଡୁରେ ସିଦ୍ଧ ମେଡିସିନ୍ ସିଷ୍ଟମ ପରମ୍ପରାଗତ ଉପଚାର ପାଇଁ ଲୋକପ୍ରିୟ ହୋଇଥିବା ବେଳେ ଏହି ମେଡିସିନ ଷ୍ଟୋର ଅନୁସାରେ ଛୋଟ ଛୋଟ ପିଆଜ ଫ୍ଲୁ ସହ ଜଡ଼ିତ ସଂକ୍ରମଣକୁ ରୋକିବାରେ ସାହାଯ୍ୟ କରିଥାଏ। ଛୋଟ ପିଆଜ ଖାଇବା ଦ୍ବାରା ରୋଗ ପ୍ରତିରୋଧକ ଶକ୍ତି ବଢ଼ିଥାଏ। ଏହାକୁ ଆଖି ଆଗରେ ରଖି ଆମେ ଏବେ ଲୋକମାନଙ୍କୁ ଛୋଟ ପିଆଜରେ ପ୍ରସ୍ତୁତ ଉଥପମ ଖାଇବାକୁ ଦେଉଛୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe