Image Source: Hindustan Times
ଜେନେଭା: କରୋନାଭାଇରସ୍ ସମ୍ପ୍ରତି ବିଶ୍ୱର ନୁହେଁ, ଚୀନ୍ର ‘ଜରୁରୀ ପରିସ୍ଥିତି’ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଘୋଷଣା କରିଛି।
ଗୁରୁବାର ସୁଦ୍ଧା ଏହି ନୂତନ ଭୂତାଣୁ ୨୫ ଜଣ ବ୍ୟକ୍ତିଙ୍କର ଜୀବନ ହାନି କରିବା ସହ ୮୩୦ ଲୋକଙ୍କୁ ଆକ୍ରାନ୍ତ କରିଥିବା କଥା ଚୀନ୍ର ଜାତୀୟ ସ୍ୱାସ୍ଥ୍ୟ କମିସନ୍ କହିଛି। କେନ୍ଦ୍ରୀୟ ଚୀନ୍ର ଉହାନ୍ ନଗରରେ ଅଧିକାଂଶ ଲୋକ ଏଥିରେ ଆକ୍ରାନ୍ତ ହୋଇଛନ୍ତି ଏବଂ ଗତବର୍ଷ ଶେଷ ଆଡ଼କୁ ସେଠାରେ ହିଁ ଏହି ଭୂତାଣୁ ସୃଷ୍ଟି ହୋଇଥିବା କଥା ବିଶ୍ୱାସ କରାଯାଉଛି।
Image Source: Bangkok Postବିଶ୍ୱର ଅନ୍ୟୂନ ୭ଟି ଦେଶରେ ଏହି ଭୂତାଣୁ ଦ୍ୱାରା ଆକ୍ରାନ୍ତ ବ୍ୟକ୍ତି ଚିହ୍ନଟ କରାଯାଇଛନ୍ତି। କିନ୍ତୁ, ସେମାନଙ୍କ କ୍ଷେତ୍ରରେ ଏହି ସଂକ୍ରମଣ ମାରାତ୍ମକ ହୋଇ ନାହିଁ। ଜେନେଭା ଠାରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏମର୍ଜେନ୍ସି କମିଟି ପାନେଲ୍ର ବୈଠକ ବସିବା ପରେ ଏହାର ମୁଖ୍ୟ ଡାଇଡିୟର୍ ହୋସିନ୍ କହିଛନ୍ତି ଯେ ଏବେ ଏହାକୁ ବିଶ୍ୱ ଜନସ୍ୱାସ୍ଥ୍ୟ ଜରୁରୀ ପରିସ୍ଥିତି’ ଜାରି କରିବାର ସମୟ ଆସିନାହିଁ।
ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମୁଖ୍ୟ ଟେଡ୍ରୋସ୍ ଆଢ଼ାନମ୍ ଘେବ୍ରିୟେସସ୍ କହିଛନ୍ତି: ଏହା ଚୀନ୍ର ଜରୁରୀ ପରିସ୍ଥିତି ହୋଇ ଥିଲେ ବି ଭୁଲ୍ କରିବା ଅନୁଚିତ। ଏ ପର୍ଯ୍ୟନ୍ତ ଏହା ବିଶ୍ୱ ସ୍ୱାସ୍ଥ୍ୟ ଲାଗି ଚିନ୍ତାର କାରଣ ହୋଇନାହିଁ। ହୋଇ ପାରେ।
Follow Us